ପୁଣି ଶ୍ରୀମନ୍ଦିର ଭିତରବେଢ଼ାରୁ ଭିଡିଓ ଭାଇରାଲ, ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

Madhusudan Das Picture
Published On

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତର ବେଢ଼ାରୁ ପୁଣି ଥରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଏବଂ କଟକଣାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ୪ କିଲୋମିଟର ବୁହାହେଲା ମୃତଦେହ

ଭାଇରାଲ ହେଉଥିବା ଏହି ଭିଡିଓରେ ନୀଳଚକ୍ର ଏବଂ ପତିତପାବନ ବାନା ବନ୍ଧାଯାଉଥିବାର ଦୃଶ୍ୟ କଏଦ ହୋଇଛି। ସୂଚନା ଅନୁଯାୟୀ, ଏହି ଭିଡିଓଟି ଶ୍ରୀମନ୍ଦିରର ଭିତର ବେଢ଼ାରୁ ସୁଟିଂ କରାଯାଇଛି ଏବଂ ଏହାକୁ 'krutika_karpe2017' ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ: 'ଜଗନ୍ନାଥ ଟେମ୍ପଲ ସ୍କ୍ୱାଡ୍' ପାଇଁ ବାହାରିଥିବା ନିଯୁକ୍ତି ପତ୍ର ଜାଲ୍

ମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଡ଼ା କଟକଣା ରହିଥିବା ବେଳେ କିପରି ଜଣେ ବ୍ୟକ୍ତି ମୋବାଇଲ ଫୋନ ନେଇ ଭିତରକୁ ପ୍ରବେଶ କଲେ ଏବଂ ଭିଡିଓ ରେକର୍ଡିଂ କଲେ, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ ପାଲଟିଛି। ଏହା ପ୍ରଥମ ଘଟଣା ନୁହେଁ। ନିକଟ ଅତୀତରେ ମଧ୍ୟ ଶ୍ରୀମନ୍ଦିର ପରିସରରୁ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ବ୍ୟତୀତ ସିଂହଦ୍ୱାର ସମ୍ମୁଖରେ ରୀଲ୍ସ ବନାଇବା ଏବଂ ମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଉଥିଲେ ମଧ୍ୟ ଏଭଳି ଘଟଣାର ପୁନରାବୃତ୍ତି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଉପରେ ଆଙ୍ଗୁଠି ଉଠାଇଛି।

ଆହୁରି ପଢ଼ନ୍ତୁ: ଶ୍ରେଣୀ ଗୃହରେ ଅତ୍ୟଧିକ ଭିଡ଼ ଯୋଗୁଁ ଅଣନିଃଶ୍ୱାସୀ ହୋଇ ୬ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

05 Aug 2026 By Madhusudan Das

ପୁଣି ଶ୍ରୀମନ୍ଦିର ଭିତରବେଢ଼ାରୁ ଭିଡିଓ ଭାଇରାଲ, ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତର ବେଢ଼ାରୁ ପୁଣି ଥରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଏବଂ କଟକଣାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ନୀଳଚକ୍ର ଏବଂ ପତିତପାବନ ବାନା ବନ୍ଧାଯାଉଥିବାର ଦୃଶ୍ୟ କଏଦ ହୋଇଛି। ସୂଚନା ଅନୁଯାୟୀ, ଏହି ଭିଡିଓଟି ଶ୍ରୀମନ୍ଦିରର ଭିତର ବେଢ଼ାରୁ ସୁଟିଂ କରାଯାଇଛି ଏବଂ ଏହାକୁ 'krutika_karpe2017' ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି।

ମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଡ଼ା କଟକଣା ରହିଥିବା ବେଳେ କିପରି ଜଣେ ବ୍ୟକ୍ତି ମୋବାଇଲ ଫୋନ ନେଇ ଭିତରକୁ ପ୍ରବେଶ କଲେ ଏବଂ ଭିଡିଓ ରେକର୍ଡିଂ କଲେ, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ ପାଲଟିଛି। ଏହା ପ୍ରଥମ ଘଟଣା ନୁହେଁ। ନିକଟ ଅତୀତରେ ମଧ୍ୟ ଶ୍ରୀମନ୍ଦିର ପରିସରରୁ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ବ୍ୟତୀତ ସିଂହଦ୍ୱାର ସମ୍ମୁଖରେ ରୀଲ୍ସ ବନାଇବା ଏବଂ ମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଉଥିଲେ ମଧ୍ୟ ଏଭଳି ଘଟଣାର ପୁନରାବୃତ୍ତି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଉପରେ ଆଙ୍ଗୁଠି ଉଠାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର