ପୁରୀ ଶ୍ୱେତଗଙ୍ଗାରେ ବୁଡ଼ି ଯୁବକଙ୍କ ମୃତ୍ୟୁ: ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ଅଘଟଣ

Madhusudan Das Picture
Published On

ପୁରୀ: ପୁରୀର ବାଲିସାହି ସ୍ଥିତ ପବିତ୍ର ଶ୍ୱେତଗଙ୍ଗା ପୁଷ୍କରିଣୀରେ ବୁଡ଼ି ଜଣେ ୧୮ ବର୍ଷୀୟ ଯୁବକଙ୍କର ପ୍ରାଣହାନି ଘଟିଛି। ମୃତ ଯୁବକ ଜଣକ ଖୋର୍ଦ୍ଧା ଜିଲ୍ଲା ସତ୍ୟଭାମାପୁର ଅଞ୍ଚଳର ସମ୍ବିତ ପ୍ରଧାନ ବୋଲି ଜଣାପଡିଛି। ତୀର୍ଥ ପୁଷ୍କରିଣୀରେ ସ୍ନାନ କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ପରିବାର ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା: ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧.୨୦ ଲକ୍ଷ ଟଙ୍କାର କ୍ଷତିପୂରଣ

ସୂଚନା ଅନୁଯାୟୀ, ସମ୍ବିତ ନିଜ ସାଙ୍ଗମାନଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ସମୁଦ୍ରରେ ସ୍ନାନ କରିବା ପରେ ସାଙ୍ଗମାନଙ୍କର ଏହି ଦଳ ପୁଣିଥରେ ସ୍ନାନ କରିବା ପାଇଁ ଶ୍ୱେତଗଙ୍ଗା ଯାଇଥିଲେ। ତେବେ ପୋଖରୀରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ସମ୍ବିତଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ଗଭୀର ଜଳରେ ବୁଡ଼ି ଯାଇଥିଲେ। 

ଆହୁରି ପଢ଼ନ୍ତୁ: ବର୍ଷାରେ ଭିଜିବ ଓଡ଼ିଶା, ଅଗଷ୍ଟ ୧୦ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ୪୫ ମିନିଟର ଅକ୍ଳାନ୍ତ ଉଦ୍ୟମ ପରେ ଉଦ୍ଧାରକାରୀ ଦଳ ସମ୍ବିତଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହାପରେ ପୁରୀ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ସାବଧାନ ! ହ୍ୱାଟ୍ସଆପରେ ଆସୁଛି ନକଲି ଆୟକର ନୋଟିସ, ସତର୍କ କରାଇଲା କମିଶନରେଟ୍ ପୋଲିସ

08 Aug 2026 By Madhusudan Das

ପୁରୀ ଶ୍ୱେତଗଙ୍ଗାରେ ବୁଡ଼ି ଯୁବକଙ୍କ ମୃତ୍ୟୁ: ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ଅଘଟଣ

ପୁରୀ: ପୁରୀର ବାଲିସାହି ସ୍ଥିତ ପବିତ୍ର ଶ୍ୱେତଗଙ୍ଗା ପୁଷ୍କରିଣୀରେ ବୁଡ଼ି ଜଣେ ୧୮ ବର୍ଷୀୟ ଯୁବକଙ୍କର ପ୍ରାଣହାନି ଘଟିଛି। ମୃତ ଯୁବକ ଜଣକ ଖୋର୍ଦ୍ଧା ଜିଲ୍ଲା ସତ୍ୟଭାମାପୁର ଅଞ୍ଚଳର ସମ୍ବିତ ପ୍ରଧାନ ବୋଲି ଜଣାପଡିଛି। ତୀର୍ଥ ପୁଷ୍କରିଣୀରେ ସ୍ନାନ କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ସମ୍ବିତ ନିଜ ସାଙ୍ଗମାନଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ସମୁଦ୍ରରେ ସ୍ନାନ କରିବା ପରେ ସାଙ୍ଗମାନଙ୍କର ଏହି ଦଳ ପୁଣିଥରେ ସ୍ନାନ କରିବା ପାଇଁ ଶ୍ୱେତଗଙ୍ଗା ଯାଇଥିଲେ। ତେବେ ପୋଖରୀରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ସମ୍ବିତଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ଗଭୀର ଜଳରେ ବୁଡ଼ି ଯାଇଥିଲେ। 

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ୪୫ ମିନିଟର ଅକ୍ଳାନ୍ତ ଉଦ୍ୟମ ପରେ ଉଦ୍ଧାରକାରୀ ଦଳ ସମ୍ବିତଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହାପରେ ପୁରୀ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର