‘ଦାଦା ବଟିକୁ ନାଁ’, ଜବରଦସ୍ତି ପୂଜା ଚାନ୍ଦା ମାଗିଲେ ବାନ୍ଧିବ ପୁଲିସ

The Sakala Picture
Published On

ଭୁବନେଶ୍ବର : ଦୁର୍ଗାପୂଜାରେ ଦାଦା ବଟିକୁ ନାଁ। ପୂଜା ସମୟରେ ଜବରଦସ୍ତି  ପୂଜା ଚାନ୍ଦା ମାଗିଲେ ବାନ୍ଧିବ ପୁଲିସ। ଏନେଇ ଟ୍ବିନ୍‌ସିଟି କଟକ-ଭୁବନେଶ୍ବରର ସମସ୍ତ ପୁଲିସ ଅଫିସରଙ୍କୁ ନିର୍ଦେଶ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଯିଏ ଜବରଦସ୍ତ ଚାନ୍ଦା ମାଗିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜନସାଧାରଣ ମାନେ ସିଧାସଳଖ ପୁଲିସକୁ ଖବର ଦେଇପାରିବେ । ଯିଏ ପୁଲିସକୁ ଖବର ଦେବ ତାଙ୍କ ନାଁ ଗୋପନ ରଖାଯିବ […]

ଭୁବନେଶ୍ବର : ଦୁର୍ଗାପୂଜାରେ ଦାଦା ବଟିକୁ ନାଁ। ପୂଜା ସମୟରେ ଜବରଦସ୍ତି  ପୂଜା ଚାନ୍ଦା ମାଗିଲେ ବାନ୍ଧିବ ପୁଲିସ। ଏନେଇ ଟ୍ବିନ୍‌ସିଟି କଟକ-ଭୁବନେଶ୍ବରର ସମସ୍ତ ପୁଲିସ ଅଫିସରଙ୍କୁ ନିର୍ଦେଶ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଯିଏ ଜବରଦସ୍ତ ଚାନ୍ଦା ମାଗିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜନସାଧାରଣ ମାନେ ସିଧାସଳଖ ପୁଲିସକୁ ଖବର ଦେଇପାରିବେ । ଯିଏ ପୁଲିସକୁ ଖବର ଦେବ ତାଙ୍କ ନାଁ ଗୋପନ ରଖାଯିବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ଏଥି ସହିତ କରୋନା କାଳରେ ପୂଜା ସମୟରେ ଯେପରି କୌଣସି ସ୍ଥାନରେ ଜନଗହଳି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପୁଲିସ ଅଫିସର ମାନଙ୍କୁ କମିଶନର ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ପୂଜା ସମୟରେ ବହୁ ସମୟରେ  ଭୁବନେଶ୍ୱର ଓ କଟକରେ ବିଭିନ୍ନ ଗ୍ୟାଙ୍ଗ୍ ସକ୍ରିୟ ହୋଇଉଠନ୍ତି । ଯେଉଁମାନେ ସାଧାରଣ ଲୋକଙ୍କୁ ଡରାଇ, ଧମକାଇ ପୂଜା ଚାନ୍ଦା ନାଁରେ ଟଙ୍କା ଆଦାୟ କରିଥାନ୍ତି । ତେବେ ଏହି ଲୋକମାନଙ୍କୁ ସାବାଡ କରିବା ପାଇଁ କମିଶନରେଟ୍ ପୁଲିସ ଏବେ ତପ୍ତର ହୋଇ ଉଠିଛି । ଏହି ଲୋକମାନଙ୍କ ବିରୋଧରେ ଅଭିଯୋଗ ଆସିଲେ ପୁଲିସକୁ ତୁରନ୍ତ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

02 Oct 2021 By The Sakala

‘ଦାଦା ବଟିକୁ ନାଁ’, ଜବରଦସ୍ତି ପୂଜା ଚାନ୍ଦା ମାଗିଲେ ବାନ୍ଧିବ ପୁଲିସ

ଭୁବନେଶ୍ବର : ଦୁର୍ଗାପୂଜାରେ ଦାଦା ବଟିକୁ ନାଁ। ପୂଜା ସମୟରେ ଜବରଦସ୍ତି  ପୂଜା ଚାନ୍ଦା ମାଗିଲେ ବାନ୍ଧିବ ପୁଲିସ। ଏନେଇ ଟ୍ବିନ୍‌ସିଟି କଟକ-ଭୁବନେଶ୍ବରର ସମସ୍ତ ପୁଲିସ ଅଫିସରଙ୍କୁ ନିର୍ଦେଶ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଯିଏ ଜବରଦସ୍ତ ଚାନ୍ଦା ମାଗିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜନସାଧାରଣ ମାନେ ସିଧାସଳଖ ପୁଲିସକୁ ଖବର ଦେଇପାରିବେ । ଯିଏ ପୁଲିସକୁ ଖବର ଦେବ ତାଙ୍କ ନାଁ ଗୋପନ ରଖାଯିବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି ।

ଏଥି ସହିତ କରୋନା କାଳରେ ପୂଜା ସମୟରେ ଯେପରି କୌଣସି ସ୍ଥାନରେ ଜନଗହଳି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପୁଲିସ ଅଫିସର ମାନଙ୍କୁ କମିଶନର ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ପୂଜା ସମୟରେ ବହୁ ସମୟରେ  ଭୁବନେଶ୍ୱର ଓ କଟକରେ ବିଭିନ୍ନ ଗ୍ୟାଙ୍ଗ୍ ସକ୍ରିୟ ହୋଇଉଠନ୍ତି । ଯେଉଁମାନେ ସାଧାରଣ ଲୋକଙ୍କୁ ଡରାଇ, ଧମକାଇ ପୂଜା ଚାନ୍ଦା ନାଁରେ ଟଙ୍କା ଆଦାୟ କରିଥାନ୍ତି । ତେବେ ଏହି ଲୋକମାନଙ୍କୁ ସାବାଡ କରିବା ପାଇଁ କମିଶନରେଟ୍ ପୁଲିସ ଏବେ ତପ୍ତର ହୋଇ ଉଠିଛି । ଏହି ଲୋକମାନଙ୍କ ବିରୋଧରେ ଅଭିଯୋଗ ଆସିଲେ ପୁଲିସକୁ ତୁରନ୍ତ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର