ପୋଲିସ ବାବୁଙ୍କ ଜୁଲମ : ୨କେଜି ମାଂସ ନ ସିଝିବାରୁ ମାଂସ ବିକାଳୀକୁ ଥାନାକୁ ଡାକି ମାଗିଲେ ଆଉ ୧୦ କେଜି

The Sakala Picture
Published On

ଭବାନୀପାଟଣା : କଳାହାଣ୍ଡି ଜିଲା ପୋଲିସ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ସେ ଅଟୋ ଡ୍ରାଇଭରଙ୍କୁ ଟ୍ରାଫିକ କର୍ମଚାରୀଙ୍କ ମାଡ଼ ଘଟଣା ହେଉ କିମ୍ବା ଡ୍ରଗ୍ସ ବେପାରୀ ଓ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରି ହେଉ। ତେବେ ଜଣେ ମାଂସ ବିକାଳୀଙ୍କ ଉପରେ ଜୁଳୁମ କରି ପୁଣିଥରେ ଚର୍ଚ୍ଚାକୁ ଆସିଛି ଜିଲା ପୋଲିସ। ଜଣେ ମାଂସ ବିକାଳୀଙ୍କୁ ଗିରଫ ଭୟ ଦେଖାଇ ଗିରଫ ବଦଳରେ ଖାସି ମାଂସ ନେଇ ଭୋଜିଭାତର ଆସର ଜମେଇଛି କୋକସରା ପୋଲିସ। […]

ଭବାନୀପାଟଣା : କଳାହାଣ୍ଡି ଜିଲା ପୋଲିସ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ସେ ଅଟୋ ଡ୍ରାଇଭରଙ୍କୁ ଟ୍ରାଫିକ କର୍ମଚାରୀଙ୍କ ମାଡ଼ ଘଟଣା ହେଉ କିମ୍ବା ଡ୍ରଗ୍ସ ବେପାରୀ ଓ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରି ହେଉ। ତେବେ ଜଣେ ମାଂସ ବିକାଳୀଙ୍କ ଉପରେ ଜୁଳୁମ କରି ପୁଣିଥରେ ଚର୍ଚ୍ଚାକୁ ଆସିଛି ଜିଲା ପୋଲିସ। ଜଣେ ମାଂସ ବିକାଳୀଙ୍କୁ ଗିରଫ ଭୟ ଦେଖାଇ ଗିରଫ ବଦଳରେ ଖାସି ମାଂସ ନେଇ ଭୋଜିଭାତର ଆସର ଜମେଇଛି କୋକସରା ପୋଲିସ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ପୋଲିସ ଚାପି ଦେବାକୁ ଉଦ୍ୟମ କରୁଥିବା ବେଳେ ମାଂସ ବିକାଳୀ ଜଣକ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ଓ ତାଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଅଭିଯୋଗ ଅନୁସାରେ କୋକସରା ଥାନା ଅଧିନ ମୋଟେର ଠାରେ ଶେଖ ସରିଫ ନାମକ ଜଣେ ବ୍ୟକ୍ତି ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ହେବ ମୋଟେର ଛକରେ ଖାସି ମାଂସ ବ୍ୟବସାୟ କରନ୍ତି। ଗତ ୨୯ ତାରିଖରେ କୋକସରା ଥାନାର ଜଣେ କର୍ମଚାରୀ ତାଙ୍କ ଦୋକାନକୁ ଆସି ୨ କେଜି ଖାସି ମାଂସ ନେଇଥିଲେ। ଏହାର ଦିନକ ପରେ ଅର୍ଥାତ ୩୦ ତାରିଖରେ ପୁଣି ଜଣେ କର୍ମଚାରୀ ଆସି ଥାନାକୁ ଯିବାକୁ କହିଥିଲେ। ସେ କାରଣ ପଚାରିବାରୁ କାରଣ ନ କହି ତୁରନ୍ତ ଥାନାକୁ ଯିବାକୁ ବାଧ୍ୟ କରିଥିଲେ। ଏହାପରେ ସେ ଥାନାକୁ ଯିବାରୁ ତାଙ୍କୁ ପ୍ରଥମେ ସେଠି ଜଣେ ଅପରାଧୀ ଭଳି ବ୍ୟବହାର କରାଯାଇଥିଲା। ପରେ ଥାନା ଅଧିକାରୀ ଆସି ତାଙ୍କୁ ଧମକ ଚମକ କରିବା ସହ ସେ ଦେଇ ଥିବା ୨ କେଜି ମାଂସ ଖରାପ ଥିଲା ବୋଲି କହିଥିଲେ। ଏଥିପାଇଁ କିଛି ପୋଲିସ ଅଧିକାରୀଙ୍କ ସ୍ୱାଥ୍ୟବସ୍ଥା ବିଗିଡି ଥିବା କୁହାଯାଇଥିଲା। ଏବଂ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସଦୃଶ ମାମଲା ରୁଜୁ କରାଯାଇ ଗିରଫ ଧମକ ଦିଆଯାଇଥିଲା। ତେବେ ମାଂସ ଖରାପ ଥିବା ନେଇ ଅନ୍ୟ କାହାର ଏଭଳି ଅଭିଯୋଗ ନାହିଁ ବୋଲି ଶେଖ ସରିଫ ଯୁକ୍ତି ବାଢ଼ିଥିଲେ । ପରେ ତାଙ୍କ ବିରୁଦ୍ଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦିଆଯାଇଥିଲା। ଏଥିରେ ସେ ଡ଼ରିଯାଇଥିଲେ। ତେବେ ୧୦ କେଜି ଖାସି ମାଂସ ଦେଲେ ତାଙ୍କୁ ଛାଡିବ ବୋଲି ପୋଲିସ ଅଧିକାରୀ ତାଙ୍କୁ କହିଥିଲେ। ସେ ଏଥିରେ ରାଜି ହୋଇ ତୁରନ୍ତ ୧୦ କେଜି ଖାସି ମାଂସର ବ୍ୟବସ୍ଥା କରିଥିଲେ। ଏ ବାବଦକୁ ପୋଲିସ କୌଣସି ଟଙ୍କା ଦେଇ ନଥିଲା। ତେବେ ପୋଲିସ ତାଙ୍କୁ ମାନସିକ ନିର୍ଯ୍ୟାତନା ସହିତ ଆର୍ଥିକ ଶୋଷଣ କରିଥିବାରୁ ସେ ନ୍ୟାୟ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ଏନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆଙ୍କୁ ପଚାରିବାରୁ ସେ କହିଥିଲେ ଯେ ସମ୍ପୃକ୍ତ ମାଂସ କଟାଳିଙ୍କ ଠାରୁ ଅଣାଯାଇଥିବା ୨ କେଜି ମାଂସ ଠିକ ଭାବେ ସିଝି ନଥିଲା ଏଣୁ ତାଙ୍କୁ ଥାନାକୁ ଡକାଯାଇଥିଲା। ତେବେ ପରେ ଅଣାଯାଇଥିବା ୧୦ କେଜି ମାଂସ ବାବଦକୁ ଟଙ୍କା ଦେଇଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର