ଜଗନ୍ନାଥଙ୍କ ଜମିକୁ ବେଆଇନଭାବେ ବିକ୍ରି କରିଛନ୍ତି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀ : କଂଗ୍ରେସ

The Sakala Picture
Published On

ପିପିଲି : ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଲା କଂଗ୍ରେସ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀ ସ୍ମିତା ମହାନ୍ତି (ସରକାରୀ କର୍ମଚାରୀ)ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କଂଗ୍ରେସର କେନ୍ଦ୍ରାପଡା ଓବିସି ସେଲ ଅଧ୍ୟକ୍ଷ। ଅଭିଯୋଗ ଅନୁସାରେ, ସ୍ମିତା ମହାନ୍ତି ପୁରୀ ସବ୍ ରେଜିଷ୍ଟ୍ରାର ଥିବାବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିକୁ ବେଆଇନ୍ ଭାବେ ବିକ୍ରି କରିଛନ୍ତି ଏବଂ ଏହାକୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛି […]

ପିପିଲି : ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଲା କଂଗ୍ରେସ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀ ସ୍ମିତା ମହାନ୍ତି (ସରକାରୀ କର୍ମଚାରୀ)ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କଂଗ୍ରେସର କେନ୍ଦ୍ରାପଡା ଓବିସି ସେଲ ଅଧ୍ୟକ୍ଷ। ଅଭିଯୋଗ ଅନୁସାରେ, ସ୍ମିତା ମହାନ୍ତି ପୁରୀ ସବ୍ ରେଜିଷ୍ଟ୍ରାର ଥିବାବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିକୁ ବେଆଇନ୍ ଭାବେ ବିକ୍ରି କରିଛନ୍ତି ଏବଂ ଏହାକୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛି କଂଗ୍ରେସ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ମାରିଜୁଆନା ଜବତ

କଂଗ୍ରେସ ଜାରି କରିଥିବା ପ୍ରେସ୍ ରିଲିଜରେ କୁହାଯାଇଛି କି, ସ୍ମିତା ମହାନ୍ତି ୨୦୧୨ ମସିହାରେ ପୁରୀ ଜିଲ୍ଲା ସବ-ରେଜିଷ୍ଟ୍ରାର ଥିବା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତିକୁ ଶାଗମାଛ ମୁଲ୍ୟରେ ବେଆଇନ୍ ଭାବରେ ବିତ୍ତଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଆଗୋଚରରେ ବିକ୍ରୀ କରିଦେଇଛନ୍ତି । ଏନେଇ ଗତ ୪ ତାରିଖରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ଫାଇଭ୍-ଟି ସଚିବ ଏବଂ ରାଜସ୍ୱ ବିଭାଗକୁ ଜଣାଇଥିଲେ ବି ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ପ୍ରେସ୍ ରିଲିଜରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡିଶାରେ ଆଇନର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି : ବିଜେଡି

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨% ବୃଦ୍ଧି ଘୋଷଣା

ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଖ ଲୋକଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହି ଟଙ୍କା ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଅଣାଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲା ଟଙ୍କା । ଏହା ପରେ ପୁଣି ବିଜେଡି କର୍ମୀ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ଏହା ପରେ ବିଜେପିର ଆଭିମୁଖ୍ୟ ଏବଂ ବିଜେପି ପ୍ରାର୍ଥୀଙ୍କ ଭାବମୂର୍ତ୍ତି ପ୍ରତି ପ୍ରଶ୍ନ ଉଠିଛି । ବିଜେପି ପ୍ରାର୍ଥୀ ଉପ ନିର୍ବାଚନରେ ଭୋଟରକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଭଳି ଘଟଣା ପଦାକୁ ଆସିଥିବା ବେଳେ ଏବେ ତାଙ୍କ ପତ୍ନୀଙ୍କ ନାମରେ ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଅଭିଯୋଗ ହୋଇଛି । ତେବେ ମହାପ୍ରଭୁଙ୍କ ସମ୍ପତ୍ତି ଉଦ୍ଧାର ଓ ଏଭଳି ଅକ୍ଷମଣୀୟ ଅପରାଧ ପାଇଁ ତାଙ୍କୁ ଦଣ୍ଡବିଧାନ କରିବାକୁ ସରକାରଙ୍କୁ ଅନୁରୋଧ କରିବା ସହ ‘ଜଗନ୍ନାଥଙ୍କ ଜମି’ ହଡପକାରୀଙ୍କୁ ‘ବିଧାନସଭା ମନା’ ଯଜ୍ଞରେ ସାମିଲ ହେବାକୁ ପିପିଲି-ଡେଲାଙ୍ଗବାସୀଙ୍କୁ ଅନୁରୋଧ କରିଛି କଂଗ୍ରେସ ।

12 Apr 2021 By The Sakala

ଜଗନ୍ନାଥଙ୍କ ଜମିକୁ ବେଆଇନଭାବେ ବିକ୍ରି କରିଛନ୍ତି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀ : କଂଗ୍ରେସ

ପିପିଲି : ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଲା କଂଗ୍ରେସ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀ ସ୍ମିତା ମହାନ୍ତି (ସରକାରୀ କର୍ମଚାରୀ)ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କଂଗ୍ରେସର କେନ୍ଦ୍ରାପଡା ଓବିସି ସେଲ ଅଧ୍ୟକ୍ଷ। ଅଭିଯୋଗ ଅନୁସାରେ, ସ୍ମିତା ମହାନ୍ତି ପୁରୀ ସବ୍ ରେଜିଷ୍ଟ୍ରାର ଥିବାବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିକୁ ବେଆଇନ୍ ଭାବେ ବିକ୍ରି କରିଛନ୍ତି ଏବଂ ଏହାକୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛି କଂଗ୍ରେସ ।

କଂଗ୍ରେସ ଜାରି କରିଥିବା ପ୍ରେସ୍ ରିଲିଜରେ କୁହାଯାଇଛି କି, ସ୍ମିତା ମହାନ୍ତି ୨୦୧୨ ମସିହାରେ ପୁରୀ ଜିଲ୍ଲା ସବ-ରେଜିଷ୍ଟ୍ରାର ଥିବା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତିକୁ ଶାଗମାଛ ମୁଲ୍ୟରେ ବେଆଇନ୍ ଭାବରେ ବିତ୍ତଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଆଗୋଚରରେ ବିକ୍ରୀ କରିଦେଇଛନ୍ତି । ଏନେଇ ଗତ ୪ ତାରିଖରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ଫାଇଭ୍-ଟି ସଚିବ ଏବଂ ରାଜସ୍ୱ ବିଭାଗକୁ ଜଣାଇଥିଲେ ବି ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ପ୍ରେସ୍ ରିଲିଜରେ କୁହାଯାଇଛି।

ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଖ ଲୋକଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହି ଟଙ୍କା ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଅଣାଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲା ଟଙ୍କା । ଏହା ପରେ ପୁଣି ବିଜେଡି କର୍ମୀ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ଏହା ପରେ ବିଜେପିର ଆଭିମୁଖ୍ୟ ଏବଂ ବିଜେପି ପ୍ରାର୍ଥୀଙ୍କ ଭାବମୂର୍ତ୍ତି ପ୍ରତି ପ୍ରଶ୍ନ ଉଠିଛି । ବିଜେପି ପ୍ରାର୍ଥୀ ଉପ ନିର୍ବାଚନରେ ଭୋଟରକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଭଳି ଘଟଣା ପଦାକୁ ଆସିଥିବା ବେଳେ ଏବେ ତାଙ୍କ ପତ୍ନୀଙ୍କ ନାମରେ ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଅଭିଯୋଗ ହୋଇଛି । ତେବେ ମହାପ୍ରଭୁଙ୍କ ସମ୍ପତ୍ତି ଉଦ୍ଧାର ଓ ଏଭଳି ଅକ୍ଷମଣୀୟ ଅପରାଧ ପାଇଁ ତାଙ୍କୁ ଦଣ୍ଡବିଧାନ କରିବାକୁ ସରକାରଙ୍କୁ ଅନୁରୋଧ କରିବା ସହ ‘ଜଗନ୍ନାଥଙ୍କ ଜମି’ ହଡପକାରୀଙ୍କୁ ‘ବିଧାନସଭା ମନା’ ଯଜ୍ଞରେ ସାମିଲ ହେବାକୁ ପିପିଲି-ଡେଲାଙ୍ଗବାସୀଙ୍କୁ ଅନୁରୋଧ କରିଛି କଂଗ୍ରେସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର