ମହଙ୍ଗା ମାଡ଼ରେ ପାର୍ବଣ ଫିକା: ଟମାଟୋ, ଅଦା, ରସୁଣ, ଜିରା ପରେ ହଳଦୀ ପାଳି
ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ମାତ୍ର ପାର୍ବଣରେ ଲୋକଙ୍କ ପକେଟ ଖାଲି ଦଶହରା ବଜା ରରେ ନାହିଁ ଆନନ୍ଦର ଉଷ୍ଣତା । ରନ୍ଧନ ଗ୍ୟାସ୍ଠାରୁ ଆରମ୍ଭ କରି ତେଜରାତି ସାମଗ୍ରୀ, ଘର କରଣା, ଇଲେକ୍ଟ୍ରୋନିକ୍ସ ଆଉ ପୋଷାକପତ୍ର ସବୁ ମହଙ୍ଗା । ଖୁଚୁରା ବଜାରରେ ଦୀର୍ଘଦିନ ହେବ ଅଟା ଓ ଚାଉଳ ଦର ଅଣାୟତ୍ତ। ପିଆଜ, ରସୁଣ, ଅଦା, ମସଲା ଓ ଡ଼ାଲି ଜାତୀୟ ସାମଗ୍ରୀ ମୂଲ୍ୟ ମଧ୍ୟ ଆକାଶ ଛୁଆଁ । କିଛି ଦିନର ବ୍ୟବଧାନ […]
ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ମାତ୍ର ପାର୍ବଣରେ ଲୋକଙ୍କ ପକେଟ ଖାଲି ଦଶହରା ବଜା ରରେ ନାହିଁ ଆନନ୍ଦର ଉଷ୍ଣତା । ରନ୍ଧନ ଗ୍ୟାସ୍ଠାରୁ ଆରମ୍ଭ କରି ତେଜରାତି ସାମଗ୍ରୀ, ଘର କରଣା, ଇଲେକ୍ଟ୍ରୋନିକ୍ସ ଆଉ ପୋଷାକପତ୍ର ସବୁ ମହଙ୍ଗା । ଖୁଚୁରା ବଜାରରେ ଦୀର୍ଘଦିନ ହେବ ଅଟା ଓ ଚାଉଳ ଦର ଅଣାୟତ୍ତ। ପିଆଜ, ରସୁଣ, ଅଦା, ମସଲା ଓ ଡ଼ାଲି ଜାତୀୟ ସାମଗ୍ରୀ ମୂଲ୍ୟ ମଧ୍ୟ ଆକାଶ ଛୁଆଁ । କିଛି ଦିନର ବ୍ୟବଧାନ ପରେ ଖାଇବା ତେଲ ବି ମାରିଛି ଲମ୍ବା ଡିଆଁ ଖାଉଟିଙ୍କ ପାଇଁ ଦୀର୍ଘ ମାସ ହେବ ପିଡିଏସ୍ ବା କଣ୍ଟ୍ରୋଲ ଦୋକାନରେ ମିଳୁଥିବା ଗହମ ଯୋଗାଣ ବନ୍ଦ ହୋଇଯାଇଛି। କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତି ଉଭୟ ଖାଉଟି ଓ ଛୋଟ ବ୍ୟବସାୟୀଙ୍କ ପାଇଁ ବଡ଼ କଷ୍ଟକର ସମୟ ଆଣିଛି । ଉତ୍ପାଦନ ଭଲ ଥିବା ସତ୍ତ୍ବେ କର୍ପୋରେଟ୍ ସଂସ୍ଥାଙ୍କ ଏକଚାଟିଆ ମନୋଭାବ ଯୋଗୁଁ ଖୁଚୁରା ବଜାରରେ ଅନିୟନ୍ତ୍ରିତ ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ବଜାରରେ ସୃଷ୍ଟି ହୋଇଛି ଅଚଳାବସ୍ଥା । ଖାଉଟିଙ୍କ ସହ ଖୁଚୁରା ବ୍ୟବସାୟୀମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିବା ଆରମ୍ଭ କରିଛନ୍ତି।
ସରକାର ଖୁଚୁରା ବ୍ୟବସାୟୀଙ୍କ ସ୍ବାର୍ଥକୁ ଉପେକ୍ଷା କରି କର୍ପୋରେଟ୍ଙ୍କୁ ଗୁରୁତ୍ବ ଦେଉଛନ୍ତି। ବ୍ୟବସାୟୀଙ୍କ ପ୍ରତି ସକାରାତ୍ମକ ମନୋଭାବ ବଦଳରେ ସେମାନଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ସବୁ ପ୍ରକାର ଉଦ୍ୟମ କରୁଥିବା ସର୍ବଭାରତୀୟ ବ୍ୟବସାୟୀ ସଂଘ ଅଭିଯୋଗ କରିଛି। ଗତକାଲିଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଆରମ୍ଭ ହୋଇଥିବା ସାର୍ଟିଫିକେଟ୍ କୋର୍ସ ତାଲିମକୁ ବ୍ୟବସାୟୀମାନେ ତୀବ୍ର ବିରୋଧ କରିଛନ୍ତି। ଦରବୃଦ୍ଧିରେ ଅତିଷ୍ଠ ଖାଉଟିଙ୍କ ସହ ବ୍ୟବସାୟୀ ଏବେ ରାଜରାସ୍ତାକୁ ଆସିବା ଲାଗି ସଜବାଜ ହୋଇଛନ୍ତି ।
ଏହି ପ୍ରସଙ୍ଗରେ ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଖୁଚୁରା ବ୍ୟବସାୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଆସିବା ଫଳରେ ରାଜ୍ୟ ସମେତ ଦେଶରେ ଖୁଚୁରା ବ୍ୟବସାୟୀଙ୍କ କାରବାର ପ୍ରଭାବିତ ହୋଇଛି। ଅନ୍ଲାଇନ୍ ସାମଗ୍ରୀ ଉପରେ ଲୋକଙ୍କୁ ଅଧିକ ରିଆତି ମିଳୁଥିବାରୁ ଗ୍ରାହକ ବଜାରରେ ଦୋକାନୀଙ୍କ ପାଖକୁ ପ୍ରତ୍ୟକ୍ଷ ଭାବେ ଆସୁନାହାନ୍ତି । ଏହାକୁ ଆଦୌ ସୁସ୍ଥ ପ୍ରତିଯୋଗିତା କୁହାଯିବନି। କୌଣସି ନୀତିଗତ ନିଷ୍ପତ୍ତି ସମାନ ବେଉସାରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଅଲଗା ହୋଇପାରିବ ନାହିଁ। ଦୁର୍ଭାଗ୍ୟର ବିଷୟ ହେଉଛି, କେନ୍ଦ୍ର ସରକାର ବ୍ୟବସାୟୀଙ୍କ ସମସ୍ୟା ପ୍ରତି କେବେ ବି କର୍ଣପାତ କରୁନାହାନ୍ତି । ତେଣୁ ସଂଘ ଯେପରି ନିଷ୍ପତ୍ତି ନେଇଛି ତାହା ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ପାଇଁ ଭାରି ପଡ଼ିପାରେ। ଏ ଯାଏ କର୍ପୋରେଟ୍ ସଂସ୍ଥାକୁ ଆଇନ ପରିସରଭୁକ୍ତ କରାଯାଇନାହିଁ। ସାଧାରଣ ନିର୍ବାଚନ ଆସିବାରୁ ଏବେ କେନ୍ଦ୍ର ସରକାର ବ୍ୟବସାୟୀଙ୍କୁ ତାଲିମ ନାଁରେ ଏକ ପ୍ରହେଳିକା ସୃଷ୍ଟି କରୁଛନ୍ତି। ଏଥିରେ ବ୍ୟବସାୟୀଙ୍କ ମୌଳିକ ସମସ୍ୟା ସମାଧାନ ହେବନି। ଯଦି କେନ୍ଦ୍ର ସରକାର ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଦାବି ମୁତାବକ ପଦକ୍ଷେପ ନ ନିଅନ୍ତି, ତାହେଲେ ୯ କୋଟି ବ୍ୟବସାୟୀଙ୍କ ୩୬କୋଟି ଭୋଟର ଆଗାମୀ ସାଧାରଣ ନିର୍ବାଚନରେ ସେମାନଙ୍କର ସାମ୍ବିଧାନିକ ମତାଧିକାର ନେଇ ସ୍ବତନ୍ତ୍ର ନିଷ୍ପତ୍ତି ନେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।