ଗ୍ରୁପ୍‍ ବି, ସି ଓ ଡି ବର୍ଗର କର୍ମଚାରୀଙ୍କୁ ସଂଶୋଧିତ ଦରମା, ବେତନ ନିର୍ଦ୍ଧାରଣ ମାର୍ଗଦର୍ଶିକା ଜାରି

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଗ୍ରୁପ୍‍ ବି, ସି ଓ ଡି ବର୍ଗର କର୍ମଚାରୀଙ୍କ ବେତନ ଧାର୍ଯ୍ୟ ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଗତ ଅକ୍ଟୋବର ୧୭ ତାରିଖରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବାକୁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଆଧାରରେ ନୂତନ ବେତନହାର ଧାର୍ଯ୍ୟ ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଗତ ଅକ୍ଟୋବର ୧୭ ତାରିଖରୁ […]

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଗ୍ରୁପ୍‍ ବି, ସି ଓ ଡି ବର୍ଗର କର୍ମଚାରୀଙ୍କ ବେତନ ଧାର୍ଯ୍ୟ ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଗତ ଅକ୍ଟୋବର ୧୭ ତାରିଖରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବାକୁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଆଧାରରେ ନୂତନ ବେତନହାର ଧାର୍ଯ୍ୟ ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଗତ ଅକ୍ଟୋବର ୧୭ ତାରିଖରୁ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯିବା ସହ ଗ୍ରୁପ୍‍ ବି, ସି ଓ ଡି ବର୍ଗର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ଘୋଷଣା କରାଯାଇଛି। ସେମାନଙ୍କର ଚୁକ୍ତିଭିତ୍ତିକ କାର୍ଯ୍ୟ ଦିବସକୁୁ ହିସାବ କରି ନୂତନ ଦରମାହାର ଧାର୍ଯ୍ୟ କରାଯିବ। ୬ ବର୍ଷିଆ ଠିକା ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ।

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

ଗ୍ରୁପ୍‍ ସି ଓ ଡି ବର୍ଗର କର୍ମଚାରୀଙ୍କ ପାଇଁ ପ୍ରାରମ୍ଭିକ ନିଯୁକ୍ତି ୧୨.୧୧.୨୦୧୩ ପରେ ଏବଂ ଗ୍ରୁପ୍‍ ବି କର୍ମଚାରୀଙ୍କ ପାଇଁ ୧୭.୧.୨୦୧୪ ହୋଇଥିବା ଆବଶ୍ୟକ। ସେମାନଙ୍କ ପାଇଁ ଗ୍ରେଡ୍‍ ପେ’ ୧୭୦୦ ଟଙ୍କା, ୧୮୦୦ ଟଙ୍କା, ୧୯୦୦ ଟଙ୍କା, ୨୦୦୦ ଟଙ୍କା, ୨୪୦୦ ଟଙ୍କା ଏବଂ ୪୨୦୦ ଟଙ୍କା (ଏଲ୍‍-୧, ଏଲ୍‍-୨, ଏଲ୍‍-୩, ଏଲ୍‍-୪, ଏଲ୍‍-୫, ଏଲ୍‍-୮ ଏବଂ ଏଲ୍‍-୯) ହାରରେ ଧାର୍ଯ୍ୟ କରାଯିବ। ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ବାର୍ଷିକ ବର୍ଦ୍ଧିତ ଦରମା ଲାଗୁ କରାଯିବ।

ଆହୁରି ପଢ଼ନ୍ତୁ: ଟିଟିଲାଗଡ଼ର ମାରଲାଡ୍‌ ବ୍ରିଜ୍ ନିକଟରେ ପିକ୍ଅପ୍ ଭ୍ୟାନ୍-ବାଇକ୍ ଧକ୍କା: ୩ ଶିଶୁ ମୃତ

ବିଭାଗ ପକ୍ଷରୁ କୁହାଯାଇଛି ଯେ ଯଦି ଜଣେ କର୍ମଚାରୀ ୨୦୧୪ ମସିହାରେ ଜୁନିୟର୍‍ ଆସିଷ୍ଟାଣ୍ଟ (କନିଷ୍ଠ ସହାୟକ) ପଦରେ ୫୨୦୦ -୨୦୨୦୦ ଟଙ୍କା ପେ-ବ୍ୟାଣ୍ଡ ସହିତ ଗ୍ରେଡ୍‍ ପେ’ ୧୯୦୦ ଟଙ୍କାରେ ନିଯୁକ୍ତି ପାଇଥା’ନ୍ତି, ତେବେ ତାଙ୍କୁ ସ୍ଥାୟୀ କରାଯିବାବେଳେ ୨୦୧୪ ମସିହା ପାଇଁ ତାଙ୍କର ମୂଳ ଦରମା ୭୧୦୦ ଟଙ୍କା (ପେ’ ୫୨୦୦ ସହିତ ଗ୍ରେଡ୍‍ ପେ’ ୧୯୦୦ ଟଙ୍କା) ଏବଂ ୨୦୧୫ ମସିହା ପାଇଁ ୭୩୨୦ ଟଙ୍କା (ପେ’ ୫୨୦୦ ସହିତ ଗ୍ରେଡ୍‍ ପେ’ ୧୯୦୦ ଟଙ୍କା) X ୩% ବର୍ଦ୍ଧିତ ରାଶି ଏପରି ମୋଟ ୭୩୨୦ ଟଙ୍କା ହିସାବରେ ଧାର୍ଯ୍ୟ କରାଯିବ। ସେହିପରି ୨୦୧୬ ବର୍ଷ ପାଇଁ ଜାନୁଆରୀ ୧, ୨୦୧୬ ସୁଦ୍ଧା ୭୩୨୦ ଟଙ୍କା ହିସାବରେ ଧାର୍ଯ୍ୟ କରାଯିବ। ପରବର୍ତ୍ତୀ ସମୟ ପାଇଁ ଉକ୍ତ ଆଧାରରେ ବେତନ ନିରୂପଣ ହେବ। ଏହି ଆଧାରରେ ୨୦୧୬ ଜାନୁଆରୀ ୧ ତାରିଖ ପରେ ସ୍ୱତନ୍ତ୍ର ସଂଶୋଧିତ ନିଯୁକ୍ତି ନିୟମ ୨୦୨୨ ଆଧାରରେ ୬ ବର୍ଷିଆ ଠିକା ନିଯୁକ୍ତି ପାଇଥିବା ଯେକୌଣସି କର୍ମଚାରୀଙ୍କ ପାଇଁ ଓଆର୍‍ଏସ୍‍ପି ରୁଲ୍‍ ୨୦୧୭ ପେ’ ମାଟ୍ରିକ୍ସ ଆଧାରରେ ୧୯,୯୯୦ଟଙ୍କା(ସି୧,ଏଲ୍‍୪) ଦରମା ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା: ବଦଳିଲେ RI ଗୋବିନ୍ଦ ମାହାରୀ

ସ୍ଥାୟୀ ନିଯୁକ୍ତି ଦରମା ନିର୍ଦ୍ଧାରଣ କରିବା ପାଇଁ ସମସ୍ତ ବିଭାଗକୁ ଫର୍ମାଟ୍‍ ପ୍ରଦାନ କରାଯାଇଛି। ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ/ପ୍ରାଧିକୃତ ଅଧିକାରୀ ସଂଶୋଧିତ ହାରରେ ସ୍ଥାୟୀ ହେବାକୁ ଥିବା କର୍ମଚାରୀଙ୍କ ଦରମା ଧାର୍ଯ୍ୟ କରିବେ। ଯଦି କୌଣସି କର୍ମଚାରୀଙ୍କୁ ଭୁଲ୍‍ବଶତଃ ଧାର୍ଯ୍ୟ ହାରଠାରୁ ଅଧିକ ଦରମା ଦିଆଯାଇଥିବ, ତାହା ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ ତାହା ଭରଣା କରାଯିବ। ଏ ସମ୍ପର୍କରେ ପ୍ରତ୍ୟେକ କର୍ମଚାରୀ ଏକ ଜିମାନାମା ଲେଖି ସମ୍ପୃକ୍ତ କାର୍ଯ୍ୟାଳୟ ମୁଖ୍ୟ ବା ପ୍ରାଧିକୃତ ଅଧିକାରୀଙ୍କ ଠାରେ ପୈଠ କରିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

16 Nov 2022 By The Sakala

ଗ୍ରୁପ୍‍ ବି, ସି ଓ ଡି ବର୍ଗର କର୍ମଚାରୀଙ୍କୁ ସଂଶୋଧିତ ଦରମା, ବେତନ ନିର୍ଦ୍ଧାରଣ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଗ୍ରୁପ୍‍ ବି, ସି ଓ ଡି ବର୍ଗର କର୍ମଚାରୀଙ୍କ ବେତନ ଧାର୍ଯ୍ୟ ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଗତ ଅକ୍ଟୋବର ୧୭ ତାରିଖରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବାକୁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଆଧାରରେ ନୂତନ ବେତନହାର ଧାର୍ଯ୍ୟ ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଗତ ଅକ୍ଟୋବର ୧୭ ତାରିଖରୁ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯିବା ସହ ଗ୍ରୁପ୍‍ ବି, ସି ଓ ଡି ବର୍ଗର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ଘୋଷଣା କରାଯାଇଛି। ସେମାନଙ୍କର ଚୁକ୍ତିଭିତ୍ତିକ କାର୍ଯ୍ୟ ଦିବସକୁୁ ହିସାବ କରି ନୂତନ ଦରମାହାର ଧାର୍ଯ୍ୟ କରାଯିବ। ୬ ବର୍ଷିଆ ଠିକା ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ।

ଗ୍ରୁପ୍‍ ସି ଓ ଡି ବର୍ଗର କର୍ମଚାରୀଙ୍କ ପାଇଁ ପ୍ରାରମ୍ଭିକ ନିଯୁକ୍ତି ୧୨.୧୧.୨୦୧୩ ପରେ ଏବଂ ଗ୍ରୁପ୍‍ ବି କର୍ମଚାରୀଙ୍କ ପାଇଁ ୧୭.୧.୨୦୧୪ ହୋଇଥିବା ଆବଶ୍ୟକ। ସେମାନଙ୍କ ପାଇଁ ଗ୍ରେଡ୍‍ ପେ’ ୧୭୦୦ ଟଙ୍କା, ୧୮୦୦ ଟଙ୍କା, ୧୯୦୦ ଟଙ୍କା, ୨୦୦୦ ଟଙ୍କା, ୨୪୦୦ ଟଙ୍କା ଏବଂ ୪୨୦୦ ଟଙ୍କା (ଏଲ୍‍-୧, ଏଲ୍‍-୨, ଏଲ୍‍-୩, ଏଲ୍‍-୪, ଏଲ୍‍-୫, ଏଲ୍‍-୮ ଏବଂ ଏଲ୍‍-୯) ହାରରେ ଧାର୍ଯ୍ୟ କରାଯିବ। ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ବାର୍ଷିକ ବର୍ଦ୍ଧିତ ଦରମା ଲାଗୁ କରାଯିବ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଯଦି ଜଣେ କର୍ମଚାରୀ ୨୦୧୪ ମସିହାରେ ଜୁନିୟର୍‍ ଆସିଷ୍ଟାଣ୍ଟ (କନିଷ୍ଠ ସହାୟକ) ପଦରେ ୫୨୦୦ -୨୦୨୦୦ ଟଙ୍କା ପେ-ବ୍ୟାଣ୍ଡ ସହିତ ଗ୍ରେଡ୍‍ ପେ’ ୧୯୦୦ ଟଙ୍କାରେ ନିଯୁକ୍ତି ପାଇଥା’ନ୍ତି, ତେବେ ତାଙ୍କୁ ସ୍ଥାୟୀ କରାଯିବାବେଳେ ୨୦୧୪ ମସିହା ପାଇଁ ତାଙ୍କର ମୂଳ ଦରମା ୭୧୦୦ ଟଙ୍କା (ପେ’ ୫୨୦୦ ସହିତ ଗ୍ରେଡ୍‍ ପେ’ ୧୯୦୦ ଟଙ୍କା) ଏବଂ ୨୦୧୫ ମସିହା ପାଇଁ ୭୩୨୦ ଟଙ୍କା (ପେ’ ୫୨୦୦ ସହିତ ଗ୍ରେଡ୍‍ ପେ’ ୧୯୦୦ ଟଙ୍କା) X ୩% ବର୍ଦ୍ଧିତ ରାଶି ଏପରି ମୋଟ ୭୩୨୦ ଟଙ୍କା ହିସାବରେ ଧାର୍ଯ୍ୟ କରାଯିବ। ସେହିପରି ୨୦୧୬ ବର୍ଷ ପାଇଁ ଜାନୁଆରୀ ୧, ୨୦୧୬ ସୁଦ୍ଧା ୭୩୨୦ ଟଙ୍କା ହିସାବରେ ଧାର୍ଯ୍ୟ କରାଯିବ। ପରବର୍ତ୍ତୀ ସମୟ ପାଇଁ ଉକ୍ତ ଆଧାରରେ ବେତନ ନିରୂପଣ ହେବ। ଏହି ଆଧାରରେ ୨୦୧୬ ଜାନୁଆରୀ ୧ ତାରିଖ ପରେ ସ୍ୱତନ୍ତ୍ର ସଂଶୋଧିତ ନିଯୁକ୍ତି ନିୟମ ୨୦୨୨ ଆଧାରରେ ୬ ବର୍ଷିଆ ଠିକା ନିଯୁକ୍ତି ପାଇଥିବା ଯେକୌଣସି କର୍ମଚାରୀଙ୍କ ପାଇଁ ଓଆର୍‍ଏସ୍‍ପି ରୁଲ୍‍ ୨୦୧୭ ପେ’ ମାଟ୍ରିକ୍ସ ଆଧାରରେ ୧୯,୯୯୦ଟଙ୍କା(ସି୧,ଏଲ୍‍୪) ଦରମା ଧାର୍ଯ୍ୟ କରାଯାଇଛି।

ସ୍ଥାୟୀ ନିଯୁକ୍ତି ଦରମା ନିର୍ଦ୍ଧାରଣ କରିବା ପାଇଁ ସମସ୍ତ ବିଭାଗକୁ ଫର୍ମାଟ୍‍ ପ୍ରଦାନ କରାଯାଇଛି। ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ/ପ୍ରାଧିକୃତ ଅଧିକାରୀ ସଂଶୋଧିତ ହାରରେ ସ୍ଥାୟୀ ହେବାକୁ ଥିବା କର୍ମଚାରୀଙ୍କ ଦରମା ଧାର୍ଯ୍ୟ କରିବେ। ଯଦି କୌଣସି କର୍ମଚାରୀଙ୍କୁ ଭୁଲ୍‍ବଶତଃ ଧାର୍ଯ୍ୟ ହାରଠାରୁ ଅଧିକ ଦରମା ଦିଆଯାଇଥିବ, ତାହା ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ ତାହା ଭରଣା କରାଯିବ। ଏ ସମ୍ପର୍କରେ ପ୍ରତ୍ୟେକ କର୍ମଚାରୀ ଏକ ଜିମାନାମା ଲେଖି ସମ୍ପୃକ୍ତ କାର୍ଯ୍ୟାଳୟ ମୁଖ୍ୟ ବା ପ୍ରାଧିକୃତ ଅଧିକାରୀଙ୍କ ଠାରେ ପୈଠ କରିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର