ଟିକା ପାଇଁ ଠେଲା ପେଲା, ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ
ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟରେ ଅବସ୍ଥିତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିସର ମଧ୍ୟରେ ଟିକାକରଣ ନିମନ୍ତେ ଲୋକେ ଲୋକେ ଭୋର ସକାଳୁ ଆସି ଲାଇନ ଲଗାଉଥିବା ଦେଖିବାକୁ ମିଳିଛି। ଟିକା ନେବା ପାଇଁ ଲୋକ ମାନଙ୍କ ମଧ୍ୟରେ ଠେଲା ପେଲା ହେଉଥିବା ବେଳେ ଭିଡ଼ ଭିତରେ ଲୋକଙ୍କ ମୁହଁ ରେ ମାସ୍କ ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ନାହିଁ। ଖୋଲାଖୋଲି ଭାବେ କରୋନା ନିୟମ ଉଲଂଘନ ହେଉଥିବା ଦେଖାଯାଉଛି। କରୋନାର ତୃତୀୟ […]
ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟରେ ଅବସ୍ଥିତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିସର ମଧ୍ୟରେ ଟିକାକରଣ ନିମନ୍ତେ ଲୋକେ ଲୋକେ ଭୋର ସକାଳୁ ଆସି ଲାଇନ ଲଗାଉଥିବା ଦେଖିବାକୁ ମିଳିଛି। ଟିକା ନେବା ପାଇଁ ଲୋକ ମାନଙ୍କ ମଧ୍ୟରେ ଠେଲା ପେଲା ହେଉଥିବା ବେଳେ ଭିଡ଼ ଭିତରେ ଲୋକଙ୍କ ମୁହଁ ରେ ମାସ୍କ ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ନାହିଁ। ଖୋଲାଖୋଲି ଭାବେ କରୋନା ନିୟମ ଉଲଂଘନ ହେଉଥିବା ଦେଖାଯାଉଛି। କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ସାରା ରାଜ୍ୟରେ ସରକାରଙ୍କ ପକ୍ଷରୁ ଟିକାକରଣ କୁ ଜୋରଦାର କରାଯାଉଛି। ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକଙ୍କୁ ଟିକା ନେବା ପାଇଁ ସରକାର ଙ୍କ ପକ୍ଷରୁ ସଚେତନ କରାଯାଉଛି। କିନ୍ତୁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେଉନଥିବା କାରଣରୁ ରାଜ୍ୟରେ ଟିକାର ଅଭାବ ଦେଖାଯାଉଛି।






