ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅନୁଷ୍ଠିତ ହେବ ତ୍ରିଦିନାତ୍ମକ ଯଜ୍ଞ
ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅନୁଷ୍ଠିତ ହେବ ତ୍ରିଦିନାତ୍ମକ ଯଜ୍ଞ। ଆସନ୍ତା ୧୫, ୧୬ ଓ ୧୭ ତାରିଖ ଯଜ୍ଞ ମନ୍ତ୍ର ଧ୍ୱନିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୃଷ୍ଟିହେବ ଆଧ୍ୟାତ୍ମିକ ପରିବେଶ। ଏହି ଯଜ୍ଞକର୍ମାଦିର ପ୍ରାରମ୍ଭିକ ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଶ୍ରୀନଅରରେ ଯଜ୍ଞର କର୍ତ୍ତା ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟବରଣ କରିବା ସହ ଗୁଆ ଟେକିଛନ୍ତି। ଏଥିସହ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ […]
ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅନୁଷ୍ଠିତ ହେବ ତ୍ରିଦିନାତ୍ମକ ଯଜ୍ଞ। ଆସନ୍ତା ୧୫, ୧୬ ଓ ୧୭ ତାରିଖ ଯଜ୍ଞ ମନ୍ତ୍ର ଧ୍ୱନିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୃଷ୍ଟିହେବ ଆଧ୍ୟାତ୍ମିକ ପରିବେଶ। ଏହି ଯଜ୍ଞକର୍ମାଦିର ପ୍ରାରମ୍ଭିକ ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଶ୍ରୀନଅରରେ ଯଜ୍ଞର କର୍ତ୍ତା ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟବରଣ କରିବା ସହ ଗୁଆ ଟେକିଛନ୍ତି। ଏଥିସହ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ହେବ ଯଜ୍ଞ। ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଯଜ୍ଞସ୍ଥଳ ନିରୂପଣ କରାଯାଇଛି। ବିଦ୍ୱାନ, ପଣ୍ଡିତ, ଗବେଷକ, ଦେଉଳ ପୁରୋହିତଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ସ୍ଥାନ ଚିହ୍ନଟରେ ସାମିଲ ଥିଲେ । ତେବେ କାହିଁକି ଐଶାନ୍ୟ କୋଣରେ ହେଉଛି ଏହି ଯଜ୍ଞ ? ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଐଶାନ୍ୟ କୋଣ ହେଉଛି ଦେବତାଙ୍କ କୋଣ । ପ୍ରତ୍ୟେକ ଘରର ଐଶାନ୍ୟ କୋଣରେ ହିଁ ଈଶାଣ (ଗୃହ ଦେବତା)ରହିଥାନ୍ତି । ଶ୍ରୀମନ୍ଦିରର ସେହି କୋଣରେ ଐଶାନେଶ୍ୱର ମହାଦେବ ବିରାଜମାନ କରୁଛନ୍ତି। ଦେବତାଙ୍କ କାର୍ଯ୍ୟ ଐଶାନ୍ୟ କୋଣରେ ବିଧେୟ ଓ ଶାସ୍ତ୍ର ସମ୍ମତ। ତେଣୁ ସେହି ଐଶାନ୍ୟ କୋଣରେ ପ୍ରତିଷ୍ଠା ଏବଂ ଯଜ୍ଞାଦି କର୍ମ ଅନୁଷ୍ଠିତ ହେଉଛି। ଇନ୍ଦ୍ରାଦି ଦେବତାଙ୍କୁ ପ୍ରୀତ କରିବା ପାଇଁ ଯଜ୍ଞ କରାଯାଇଥାଏ।
ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞ ନିମନ୍ତେ ଆଚାର୍ଯ୍ୟ ବରଣ ସରିଛି। ୧୫ ତାରିଖରୁ ‘ହୟୋଶ୍ରୀର୍ଷୋକ୍ତ’ ମନ୍ତ୍ରରେ ଗୁଞ୍ଜରିତ ହେବ ବଡ଼ଦେଉଳ ଅଞ୍ଚଳ। ପ୍ରତିଦିନ ୧୦୦୦ ଲେଖାଏଁ ତିନିଦିନରେ ୩୦୦୦ ଆହୁତି ଦିଆଯିବ। ଶ୍ରୀକ୍ଷେତ୍ରର ସମସ୍ତ ଦେବାଦେବୀଙ୍କ ନାମରେ ମଧ୍ୟରେ ଆହୁତି ପ୍ରଦାନ କରାଯିବ। ନୃସିଂହ ମନ୍ତ୍ର, ଚତୁର୍ଦ୍ଧାବିଗ୍ରହ ମନ୍ତ୍ର ଓ ବାସୁପୂଜା ମନ୍ତ୍ରରେ ପୂଜାର୍ଚ୍ଚନା ହେବ।
୫୦ କିଲୋ ଘିଅ, ୫ କ୍ବିଣ୍ଟାଲ କାଠ
ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଅବସରରେ ହେବାକୁ ଥିବା ଯଜ୍ଞରେ ୫ କ୍ୱିଣ୍ଟାଲ କାଠ ବ୍ୟବହାର ହେବ। ସେହିପରି ୫୦ ସେର (କିଲୋ) ଶୁଦ୍ଧ ଘିଅରେ ଆହୁତି ପ୍ରଦାନ କରାଯିବ। ଏହି ଯଜ୍ଞନିମନ୍ତେ ବାହାରୁ କାଠ କିଣାଯିବ ନାହିଁ, ରଥଭଙ୍ଗାରୁ ବାହାରିଥିବା କାଠରେ ହୋମଯଜ୍ଞ ହେବ। ତିନିଦିନ ଧରି ଶ୍ରୀମନ୍ଦିର ଐଶାନ୍ୟ କୋଣରେ ହେବାକୁ ଥିବା ଯଜ୍ଞରେ କମ୍ପିବ ଶ୍ରୀମନ୍ଦିର ସଂଲଗ୍ନ ଅଞ୍ଚଳ । ଶ୍ରଦ୍ଧାଳୁମାନେ ପାଇବେ ଏକ ନିଆରା ଆଧ୍ୟାତ୍ମିକ ଅନୁଭୂତି।
ବାସ୍ତୁଶାସ୍ତ୍ର ଆଧାରିତ ଯଜ୍ଞମଣ୍ଡପ
ଶ୍ରୀମନ୍ଦିର ଐଶାନ୍ୟ କୋଣ ଅର୍ଥାତ୍ ଲଙ୍ଗୁଳି ମଠ ନିକଟରେ ବାସ୍ତୁଶାସ୍ତ୍ର ଅନୁଯାୟୀ ଯଜ୍ଞମଣ୍ଡପ ନିର୍ମାଣ କରାଯାଇଛି। ମଣ୍ଡପର ଲମ୍ବ ୨୪ ଫୁଟ ୩ ଇଞ୍ଚ ଏବଂ ପ୍ରସ୍ଥ ୨୪ ଫୁଟ ୩ ଇଞ୍ଚ ରହିଛି । ବର୍ଗାକାର ଏହି ଯଜ୍ଞମଣ୍ଡପ କଞ୍ଚାଇଟା, ବାଲି, ମାଟି ଏବଂ ଗୋବରରେ ନିର୍ମାଣ ହୋଇଛି। ପ୍ରଥମେ ବାଲି ପକାଯାଇ ତା’ ଉପରେ ଇଟା ଯୋଡେଇ କରାଯାଇଛି। ଏହାପରେ ମାଟି ଓ ଗୋବର ପ୍ରଲେପ ଦିଆଯାଇଛି। ଏହା ଉପରେ ଯଜ୍ଞ କୁଣ୍ଡ ନିର୍ମାଣ ହୋଇଛି। ଯଜ୍ଞମଣ୍ଡପ ପୃଷ୍ଠ ଭାଗରୁ ପ୍ରଥମ ଚାଳିର ଉଚ୍ଚତା ୧୨ ଫୁଟ ରହିଥିବା ବେଳେ ଦ୍ୱିତୀୟ ଚାଳିର ଉଚ୍ଚତା ୨୪ ଫୁଟ ରହିଛି। ପ୍ରଥମ ଚାଳିଠାରୁ ଦ୍ୱିତୀୟ ଚାଳିର ଆକାର କ୍ରମଶଃ ଛୋଟ କରାଯାଇଛି। ଏହା ଅଗ୍ରଭାଗରେ ଓଲଟ ଶୁଆ ସହିତ କଳସ ପେଣ୍ଡି ଲଗାଯାଇଛି, ଯାହାଫଳରେ ଯଜ୍ଞମଣ୍ଡପର ଉପରି ଭାଗ ଆହୁରି ଆକର୍ଷଣୀୟ ଲାଗୁଛି। ମଣ୍ଡପ ଉପରି ଭାଗ ବାଉଁଶ ଏବଂ ଛଣରେ ତିଆରି ହୋଇଛି। ଯଜ୍ଞମଣ୍ଡପର ଚାରିପାଶ୍ୱର୍ରେ ଚାରି ଦ୍ୱାର ରହିଛି।
ଅଙ୍କୁରାରୋପଣ ଗୃହ
ଯଜ୍ଞମଣ୍ଡପ ପାଖାପାଖି ଅଙ୍କୁରାରୋପଣ ଗୃହ ତିଆରି କରାଯାଇଛି। ଏହା ମଧ୍ୟ ସେହିଭଳି ବାଉଁଶ, ନଡ଼ାରେ ନିର୍ମାଣ ହୋଇଛି। ଏହା ମଧ୍ୟ ଦେଖିବା ପାଇଁ ଠିକ୍ ବର୍ଗାକାର ଭଳି। ଏହାର ଲମ୍ବ ୧୦ ଫୁଟ ଏବଂ ଚଉଡ଼ା ମଧ୍ୟ ୧୦ ଫୁଟ ରହିଛି। ଏହି ଘରକୁ ବାଉଁଶ ତାଟିରେ ଆବଦ୍ଧ କରାଯାଇଥିବା ବେଳେ ଏହି ଘର ମଧ୍ୟରେ ଅଙ୍କୁରାରୋପଣ କାର୍ଯ୍ୟ ସମ୍ପନ୍ନ ହେବ। ଯଜ୍ଞମଣ୍ଡପ ଏବଂ ଅଙ୍କୁରୋରୋପଣ ଗୃହ ନିର୍ମାଣରେ ମୁଖ୍ୟତଃ ଇଟା, ବାଲି, ମାଟି, ଗୋବର, ବାଉଁଶ, କାଠ, ଛଣ ବ୍ୟବହାର କରାଯାଇଛି। ବାଲିକୁ ପୋତେଇ ପାଇଁ ବ୍ୟବହାର କରାଯାଇଥିବା ବେଳେ ମାଟି, ଗୋବରର ଲେପ ଦିଆଯାଇଛି । ଉପରି ଭାଗରେ ବାଉଁଶ, କାଠ ଲାଗିଥିବା ବେଳେ ଛଣରେ ଛପର କରାଯାଇଛି।
ଚିତା ଓ ପୁଷ୍ପସଜ୍ଜିତ ମଣ୍ଡପ
ଓଡ଼ିଆ ଘରର ପାରମ୍ପରିକ ଝୋଟି ଚିତାରେ ବେଶ୍ ଝଲସୁଛି ଯଜ୍ଞ ମଣ୍ଡପ। ଗେରୁଆ ରଙ୍ଗ ଉପରେ ଧଳା ରଙ୍ଗର ଝୋଟିଚିତା ବେଶ୍ ଆକର୍ଷଣୀୟ ଦେଖାଯାଉଛି। ଏଥିରେ କଳସ, ହଂସ ସହିତ ଡାଳି, ଫୁଲର ଚିତ୍ର କରାଯାଇଛି। ଯଜ୍ଞମଣ୍ଡପ ଚତୁଃପାର୍ଶ୍ବରେ ଝୋଟିଚିତା ଅଙ୍କା ଯାଇଥିବା ବେଳେ ଅଙ୍କୁରାରୋପଣ ଗୃହ ଚାରିପାଖେ ମଧ୍ୟ ସମାନ ଭାବେ ଝୋଟିଚିତା ଝଲସୁଛି। ରଙ୍ଗ ବେରଙ୍ଗର ଫୁଲରେ ସଜେଇ ହୋଇଛି ଯଜ୍ଞମଣ୍ଡପ ଏବଂ ଅଙ୍କୁରାରୋପଣ ଗୃହ, ଯାହାକି ବେଶ୍ ଆକର୍ଷଣୀୟ ଦେଖାଯାଉଛି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁମାନେ କିଛି ସମୟ ଅଟକି ଏହି ଯଜ୍ଞମଣ୍ଡପ ଏବଂ ଅଙ୍କୁରାରୋପଣ ଗୃହକୁ ଦେଖିବା ସହ ଫୁଲର ସାଜସଜ୍ଜାକୁ ମଧ୍ୟ ଦେଉଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଫୁଲ ସାଜସଜ୍ଜା କରାଯାଇଛି। ଗେଣ୍ଡୁ, ଗୋଲାପ ସାଙ୍ଗକୁ ଅନ୍ୟାନ୍ୟ ଫୁଲରେ ମାଳ କରାଯାଇ ଏହାକୁ ବିଭିନ୍ନ ଢଙ୍ଗରେ ସଜାଯାଇଛି।
୪୮ ଶ୍ରୋତ୍ରୀୟ ବ୍ରାହ୍ମଣ କରିବେ ଯଜ୍ଞ
ତିନିଦିନ ଧରି ହେବାକୁ ଥିବା ଯଜ୍ଞରେ ୪୮ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହେବେ। ଏହି ବ୍ରାହ୍ମଣମାନଙ୍କୁ ଶୁକ୍ରବାର ଶ୍ରୀନଅରରେ ବରଣ କରିଛନ୍ତି ଗଜପତି ମହାରାଜା । କିଏ କେଉଁ ଦାୟିତ୍ୱ ତୁଲାଇବେ ତାହାର ମଧ୍ୟ ତାଲିକା ପ୍ରସ୍ତୁତ ହୋଇଯାଇଛି। ନିଜ ନିଜ ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ବ୍ରାହ୍ମଣମାନଙ୍କୁ ବରଣ ସମୟରେ ପରାମର୍ଶ ଦିଆଯାଇଛି।
ବେଦପାଠ କରିବେ ୬୦ ବେଦପାଠୀ
ଯଜ୍ଞମଣ୍ଡପ ଭଳି ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ କରାଯାଇଛି । ପୂର୍ବ ଦ୍ୱାରରେ ଋକ୍ବେଦ, ପଶ୍ଚିମ ଦ୍ୱାରରେ ସାମ୍ ବେଦ, ଉତ୍ତର ଦ୍ୱାରରେ ଅଥର୍ବ ବେଦ ଏବଂ ଦକ୍ଷିଣ ଦ୍ୱାରରେ ଯର୍ଜୁବେଦ ପାରାୟଣ ପାଇଁ ମଣ୍ଡପ ତିଆରି ହୋଇଛି। ପୂର୍ବଦ୍ୱାରରେ ୧୨ ଫୁଟ ଲମ୍ବ ଓ ୧୨ ଫୁଟ ଚଉଡ଼ାର ମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ଦକ୍ଷିଣ ଦ୍ୱାରରେ ୧୫ ଫୁଟ ଲମ୍ବ ୧୪ ଫୁଟ ଓସାର, ପଶ୍ଚିମ ଦ୍ୱାରରେ ୧୨ ଫୁଟ ଲମ୍ବ ଏବଂ ୧୨ ଫୁଟ ଓସାର ଏବଂ ଉତ୍ତର ଦ୍ୱାରରେ ୧୫ ଫୁଟ ଲମ୍ବ ୧୪ ଫୁଟ ଓସାର ମଣ୍ଡପ ତିଆରି କରାଯାଇଛି।ଏହି ମଣ୍ଡପରେ ବସି ବେଦପାଠ କରିବେ ୬୦ ବେଦ ପାଠୀ।
ବର୍ଗାକାର ଯଜ୍ଞପିଣ୍ଡି ଓ ଯଜ୍ଞକୁଣ୍ଡ
ଯଜ୍ଞକୁଣ୍ଡର ପିଣ୍ଡିର ଲମ୍ବ ୮ ଫୁଟ ୧ ଇଞ୍ଚ ଏବଂ ଚଉଡ଼ା ମଧ୍ୟ ୮ ଫୁଟ ୧ ଇଞ୍ଚ ରହିଛି । ଯେଉଁଥିରେ ହୋମ କରାଯିବ ସେହି କୁଣ୍ଡର ଲମ୍ବ ଏବଂ ଓସାର ୧୮ ଇଞ୍ଚ ଲେଖାଏ ରହିଛି। ଏହାର ଗଭୀର ୩ ଫୁଟ ୯ ଇଞ୍ଚ ରହିଛି । ସେହିପରି ଯଜ୍ଞ ମଣ୍ଡପର ୪ ପାଶ୍ୱର୍ରେ ଗୋଟିଏ ଲେଖାଏଁ ଛୋଟ ଯଜ୍ଞକୁଣ୍ଡ ରହିଛି। ଏହାର ଲମ୍ବ ଏବଂ ଚଉଡ଼ା ୧୫ ଇଞ୍ଚ ଲେଖାଏଁ ରହିଥିବା ବେଳେ ଗଭୀର ୨ ଫୁଟ ୩ ଇଞ୍ଚ ଲେଖାଏ ରହିଛି। ସେହିପରି ପ୍ରତି କୋଣରେ ଗୋଟିଏ ଲେଖାଏ ୪ଟି ସମତଳ ପିଣ୍ଡି ରହିଛି। ଏ ସବୁର ଲମ୍ବ ୨୫ ଇଞ୍ଚ ଏବଂ ପ୍ରସ୍ଥ ୨୫ ଇଞ୍ଚ ରହିଛି। ଯଜ୍ଞମଣ୍ଡପରେ ସମୁଦାୟ ୫ଟି ଯଜ୍ଞକୁଣ୍ଡ ରହିଛି। ଏହିସବୁ କୁଣ୍ଡ ତିନିଥାକିଆ ବିଶିଷ୍ଟ। ମଝିରେ ଗୋଟିଏ ବଡ଼ ଯଜ୍ଞକୁଣ୍ଡ ରହିଥିବା ବେଳେ ଯଜ୍ଞମଣ୍ଡପର ଚାରିପାଶ୍ୱର୍ରେ ଗୋଟିଏ ଲେଖାଏ ଛୋଟ ଯଜ୍ଞକୁଣ୍ଡ ରହିଛି। ତଳ ଥାକକୁ କଳାରଙ୍ଗ, ମଝି ଗେରୁ ଏବଂ ଉପର ଧଳାରଙ୍ଗ ଦିଆଯାଇଛି।
ପୁଲିସ୍-ଆମ୍ବୁଲାନ୍ସ ୨୪ ଘଣ୍ଟା ସଜାଗ
ଆଜି ଯଜ୍ଞ ମଣ୍ଡପରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଆଗାମୀ ଦିନରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ଥିବାରୁ ପୁରୀ ର କୋଣ ଅନୁକୋଣ ରେ ପୁଲିସ ତନ୍ନ ତନ୍ନ କରି ଜଗି ରହିଛି। ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ସବୁ କାର୍ଯ୍ୟ ଯେମିତି ସମାପନ ହୋଇ ପାରିବ ସେଥି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ,ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଭକ୍ତ ଓ ଭଗବାନଙ୍କ ଏ ମହା ମିଳନରେ ଟିକେ ବି ଅସୁବିଧା ନ ହେବା ପାଇଁ ନିଜେ ଜିଲ୍ଲାପାଳ ସମର୍ଥ ବର୍ମା ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଓଡ଼ିଶା ପୁଲିସ, ଆଇଆରବି ଭଳି ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଟିକିନିଖି ଯାଞ୍ଚ କରୁଛନ୍ତି ସେମାନେ। ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି।ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ମଧ୍ୟ ବରିଷ୍ଠ ଲୋକଙ୍କୁ ସହାୟତା ଯୋଗାଉଛି। ପୁଲିସ ଛାଉଣି ମଧ୍ୟେ ସ୍ଥାନେ ସ୍ଥାନେ ଗଢ଼ି ଉଠିଛି ପୁଲିସ ର ସେବା ରେ । ଭକ୍ତର କିଛି ଅସୁବିଧା ହେଲେ ପ୍ରାଥମିକ ଚିକିତ୍ସା ପାଇଁ ମଧ୍ୟ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଯାଇଛି ରାଜ୍ୟ ସରକାର , ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ। ଶୌଚ,ଗାଡ଼ି ପାର୍କିଂ, ଜୋତା ରଖିବା ସ୍ଥାନ ଓ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଇଛି। ତାହା ସହ ଧାଡ଼ି ବ୍ୟବସ୍ଥାରେ ଦର୍ଶନ ପାଇଁ ଏସି ଟନେଲର ବ୍ୟବସ୍ଥା ରହିଛି।
ଗଣମାଧ୍ୟମ ପାଇଁ ମିଡିଆ ଗ୍ୟାଲେରୀ
ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଟିକି ନିକି ଖବର ଭକ୍ତ ଦେଖିବ। ଦେଶ,ବିଦେଶ ଓ ରାଜ୍ୟର ସରକାରୀ ବେସରକରୀ ଗଣମାଧ୍ୟମ ସଂସ୍ଥା ଏଥିପାଇଁ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତିଟି ଦୃଶ୍ୟକୁ ସେମାନେ କ୍ୟାମେରାରେ କଏଦ୍ କରି ବିଶ୍ଵରେ ଜଗନାଥଙ୍କ ଗୁଣଗାନ କରୁଛନ୍ତି।ସେମାନଙ୍କ ପ୍ରସାରଣ ରେ ଯେମିତି ଅସୁବିଧା ହେବନି ସେଥି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମିଡିଆ ଗ୍ୟାଲେରୀ ଖୋଲା ହୋଇଛି। ସେଠି ସେମାନେ ରହି ଏହି କାମକୁ ସୁରୁଖୁରୁରେ ତୁଲାଇ ପାରିବେ। ଫଳରେ ସବୁ ପରିକ୍ରମା ପ୍ରକଳ୍ପର ସବୁ କାମ ଖବରକାଗଜ, ଟେଲିଭିଜ ଓ ଅନ୍ୟ ଗଣମାଧ୍ୟମ ସହାୟତାରେ ଭକ୍ତଙ୍କ ପାଖରେ ସହଜରେ ପହଞ୍ଚି ପାରିବ । ତାହା ଦ୍ଵାରା ଲୋକେ ପୁରୀ ନ ଆସି ବି ଉପକୃତ ହେବେ।
ଯଜ୍ଞର ଶାସ୍ତ୍ରୀୟତା
ବେଦରେ ଯଜ୍ଞ ସମ୍ବନ୍ଧରେ କୁହାଯାଇଛି ଯେ – ଯଜ୍ଞ ହିଁ ସମସ୍ତ ଭୂବନର କେନ୍ଦ୍ର ଅଟେ ( ଅୟଂଯଜ୍ଞା ଭୁବନସ୍ୟ ନାଭିଃ ଶୁକ୍ଳ- ଯଜୁର୍ବେଦ – ୨୩/୧୧ ଏବଂ ଯଜ୍ଞୋ ବିଶ୍ବସ୍ୟ ଭୁବନସ୍ୟ ନାଭିଃ – ଅଥର୍ବବେଦ-୯ା୧୦ା୧୪)। ଯଜ୍ଞ ହିଁ ପୃଥିବୀକୁ ଧାରଣ କରିଛି (ଯଜ୍ଞାଃ ପୃଥିବୀଂ ଧାରୟନ୍ତି)। ଯଜ୍ଞ ସାକ୍ଷାତ ଭବବାନଙ୍କ ସ୍ବରୂପ। କାଳିକା ପୁରାଣେ ଅନୁସାରେ (୩୧/୪୦) – ସର୍ବଂ ଯଜ୍ଞମୟଂ ଜଗତ୍। ଅର୍ଥାତ୍ ଏହି ସମ୍ପୂର୍ଣ୍ଣ ଜଗତ୍ ଯଜ୍ଞମୟ, ସମସ୍ତ କର୍ମ ଯଜ୍ଞମୟ ଏବଂ ଭବନ, ସ୍ବାଧ୍ୟାୟ, ଅଧ୍ୟୟନ, ସନ୍ଧ୍ୟା ତର୍ପଣ ଆଦି ସଂସ୍କାର ଯଜ୍ଞରୂପ ଅଟନ୍ତିି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯଜ୍ଞର ବ୍ୟାପ୍ତି ରହିଛ। ଶ୍ରୀମଦ୍ ଭଗତବତ୍ଗୀତା( ୪/୨୮)ରେ ଭଗବାନ ଦ୍ରବ୍ୟ ଯଜ୍ଞ, ତପୋଯଜ୍ଞ, ଯୋଗଯଜ୍ଞ ତଥା ସ୍ବାଧ୍ୟାୟ ଯଜ୍ଞାଦିର ଉଲ୍ଲେଖ କରି ସେ ସବୁକୁ ଯଜ୍ଞର ରୂପ ଦେଇଛନ୍ତି(ଦ୍ରବ୍ୟଯଜ୍ଞାସ୍ତପୋଜଜ୍ଞା ଯୋଗଯଜ୍ଞାସ୍ତଥାରେ, ସ୍ବାଧ୍ୟାୟଜ୍ଞାନଯଜ୍ଞାଶ୍ଚ ଯତୟଃ ସଂଶିତବ୍ରତାଃ) ଛାନ୍ଦୋଗ୍ୟୋପନିଷଦ୍ (୫ା୭) ରେ ଉଲ୍ଲେଖ ଅଛି- ହେ ଗୌତମ। ପୁରୁଷ ହିଁ ଅଗ୍ନି, ତା’ର ବାଣୀ ସମିଧ, ପ୍ରାଣ ଧୂମ, ଜିହ୍ବା ଜ୍ବାଳା, ଚକ୍ଷୁ ଅଙ୍ଗାର, କାନ ସ୍ଫୁଲିଙ୍ଗ, ସେହି ଅଗ୍ନରେ ଦେବଗଣ ଅନ୍ନର ହୋମ କରନ୍ତି । ସେହି ଆହୁତିରୁ ରେତ ରୂପକ ଶକ୍ତିପୁଞ୍ଜ ଉତ୍ପନ୍ନ ହୁଏ। ମୁଣ୍ଡୋନିପନିଷ(୧ା୨ା୭)ରେ ଯଜ୍ଞକୁ ସଂସାର ସାଗରକୁ ପାର (ମୁକ୍ତ) ହେବା ପାଇଁ ପ୍ଲବ ଅର୍ଥାତ୍ ନୌକା କୁହାଯାଇଛି(ପ୍ଲବ ହ୍ୟେତେ ଅଦୃତା ଯଜ୍ଞରୂପାଃ)
ଏହିପରି ଯେତେବଳେ ସାଂସାରିକ ସମସ୍ତ କାର୍ଯ୍ୟ ଯଜ୍ଞ ଅଟନ୍ତି, ତେଣୁ ଯଜ୍ଞଗୁଡ଼ିରେ ଅନୁଷ୍ଠାନ ସବିଧି ଓ ସନିୟମ କରିବା ଉଚିତ୍, ଯଦ୍ବାରା ଯଜ୍ଞ ମାନବମାତ୍ର ନିମିତ୍ତ କଲ୍ୟାଣକାରୀ ହେବ । ଜଗନିୟନ୍ତା ଜଗନ୍ନାଥ ମଧ୍ୟ ଯଜ୍ଞସ୍ବରୂପରେ ହିଁ ପୂର୍ଣ୍ଣ ପ୍ରକାଶମାନ ହୋଇ ଯଜ୍ଞପରାୟଣ ପୁରୁଷଙ୍କ ଦ୍ବାରା ପୂଜିତ ହୋଇ ‘ଯଜ୍ଞପୁରୁଷ’ ଭାବେ ଅଭିହିତ ହୁଅନ୍ତି – ଯଜ୍ଞୋ ବୈ ପୁରୁଷଃ ଯଜ୍ଞୋ ବୈ ବିଷ୍ଣୁ।(ଶତପଥ ବ୍ରାହ୍ମଣ)। ଯେଉଁ କର୍ମ ବିଶେଷରେ ଦେବତା, ହୃବନୀୟ ଦ୍ରବ୍ୟ, ବେଦମନ୍ତ୍ର, ଋତିଜ ଏବଂ ଦକ୍ଷିଣା – ଏହି ପାଞ୍ଚୋଟିର ସଂଯୋଗ ଥାଏ ତାହାକୁ ଯଜ୍ଞ କହନ୍ତି। ପୂର୍ବ ମୀମାଂସରେ ଯଜ୍ଞାଦିକୁ ଧର୍ମ ଶ୍ରେଣୀଭୁକ୍ତ କରାଯାଇଛି – ଯାଗାଦି ରେବ ଧର୍ମଃ।
ରାଜର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ବାରା ସହସ୍ର ଅଶ୍ବମେଧ ଯାଗ ପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆବିର୍ଭାବ ପରେ ଦେବତାମାନେ ସ୍ତୁତି କରି କହିଛନ୍ତି
ତ୍ବମେବ ଯଜ୍ଞୋ ଯଜ୍ଞାଂଶସ୍ତ୍ବଂ ଯଜ୍ଞେଶଃ ପରାତ୍ପରଃ, ଶଦ୍ଦବ୍ରହ୍ମଂପରଂ ତ୍ବଂ ହି ଶଦ୍ଦବ୍ରହ୍ମାସି ବିଶ୍ବରାଟ୍ (ପୁରୁଷୋତ୍ତମ ମାହାତ୍ମ୍ୟ – (୨୪/୧୫)
ଅର୍ଥାତ ଆପଣ ଯଜ୍ଞ, ଯଜ୍ଞର ଅଙ୍ଗ ତଥା ପରାପିର ଯଜ୍ଞେଶ୍ବର ଅଟନ୍ତି। ଆପଣ ଶବ୍ଦବ୍ରହ୍ମ (ବେଦରାଶିରେ) ଗୋଚର ତଥା ସ୍ବୟଂ ଶଦ୍ଦବ୍ରହ୍ମ ଓ ବିଶ୍ବସମ୍ରାଟ ଅଟନ୍ତି ।
ଋଗ୍ବେଦୀୟ ପୁରୁଷସୂକ୍ତରେ କୁହାଯାଇଛି-
ଯଜ୍ଞେନ ଯଜ୍ଞମୟଜନ୍ତ ଦେବାସ୍ତାନି ଧର୍ମାଣି ପ୍ରଥମାନ୍ୟାସ୍ନ, ତେହିନାକଂ ମହିମାନଃ ସଚନ୍ତ ଯତ୍ର ପୂର୍ବେସାଧ୍ୟାଃ ସନ୍ତି ଦେବାଃ
ଅର୍ଥାତ ଦେବତାମାନେ ଯଜ୍ଞ ଦ୍ବାରା ଯଜ୍ଞସ୍ବରୁପ ପରମପୁରୁଷଙ୍କ ଯଜନ (ଆରାଧନା) କଲେି ଏହି ଯଜ୍ଞରୁ ସର୍ବପ୍ରଥମେ ଧର୍ମ ଉତ୍ପନ୍ନ ହେଲେ , ଧର୍ମାଚରଣ ଦ୍ବାରା ମହାନ ମହିମାଯୁକ୍ତ ହୋଇ ଦେବତାମାନେ ସ୍ବର୍ଗଲୋକ ଗମନ କଲେ ଯେଉଁଠାରେ ପ୍ରାଚୀନ ସାଧ୍ୟ ଦେବତା ନିବାସ କରନ୍ତି।
ଯଜ୍ଞକର୍ତ୍ତାଙ୍କ ଚରମଲକ୍ଷ୍ୟ ହେଲା-ଯଜ୍ଞ ପୁରୁଷଙ୍କ ପରମଧାମର ପ୍ରାପ୍ତି(ଯଦ୍ ଗତ୍ବା ନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ)। ସେଠାରେ ପହଞ୍ଚିବା ପରେ ଆଉ ଫେରିବାକୁ ହୁଏ ନାହିଁ, ପରମପୁରୁଷଙ୍କ ସହ ଏକାତ୍ମୟ ସ୍ଥାପିତ ହୋଇଯାଏ।
ଯଜ୍ଞରୂପ ଜଗନ୍ନାଥ
ଶ୍ରୀମନ୍ଦିର ଗରୁଡ଼ସ୍ତମ୍ଭ ଉପରେ ଚିତ୍ରିତ ଯଜ୍ଞ ଜଗନ୍ନାଥ। ଏହି ମୂର୍ତ୍ତିକୁ ଯଜ୍ଞ ନୃସିଂହ ମୂର୍ତ୍ତି ମଧ୍ୟ କୁହାଯାଏ । କାରଣ ଦେବର୍ଷି ନାରଦଙ୍କ ନିର୍ଦ୍ଦେଶରେ ରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁ ଯଜ୍ଞ କରିଥିଲେ ସେହି ଯଜ୍ଞାନଳ ଶିଖା ମଧ୍ୟରେ ନୃସିଂହ ରୂପୀ ଜଗନ୍ନାଥଙ୍କ ସହିତ ଶେଷଦେବ ଅନନ୍ତ ଏବଂ ସୁଭଦ୍ରାରୂପୀ ଲକ୍ଷ୍ମୀଙ୍କୁ ଗୋଟିଏ ଚକ୍ରର ନିମି ମଧ୍ୟରେ ଦର୍ଶନ କରିଥିଲେ । ସହସ୍ରଫଣାଯୁକ୍ତ ଶେଷଦେବ ବଳଭଦ୍ରଙ୍କ କୋଳରେ ନୃସିଂହ ରୂପୀ ଜଗନ୍ନାଥ ଏବଂ ତାଙ୍କ କୋଳରେ ସୁଭଦ୍ରାରୂପିଣୀ ଲକ୍ଷ୍ମୀ ବିରାଜିତା । ଏଠରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ବିଶିଷ୍ଟ ଏବଂ ଶଙ୍ଖଚକ୍ରଗଦାପଦ୍ମ ଧାରଣ କରିଛନ୍ତି । ପୁନଃ ସତ୍ୟଯୁଗର ପ୍ରଥମ ଜ୍ୟେଷ୍ଠମାସର ଅମାବାସ୍ୟା ତିଥରେ ସ୍ବୟଂଭୁବ ମନୁ ଏକ ଯଜ୍ଞ କରିଥିଲେ । ସେହି ଯଜ୍ଞବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୟେଷ୍ଠପୂର୍ଣ୍ଣିମା ଦିନ ଅବତୀର୍ଣ୍ଣ ହୋଇଥିଲେ। ସୁତରାଂ ଜ୍ୟେଷ୍ଠମାସର ପୂର୍ଣ୍ଣିମା ହେଉଛି ମହାପ୍ରଭୁଙ୍କ ଜନ୍ମବାସର । (ସ୍ନାନପୂର୍ଣ୍ଣିମା)
ମହାପ୍ରଭୁ ରାଜର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ –
କୃତସ୍ୟ ପ୍ରଥମେ ଜ୍ୟେଷ୍ଠ ଦର୍ଶେତି କ୍ରତୁସଂସ୍ଥିତି, ଜ୍ୟୋଷ୍ଟ୍ୟାମହଂ ଚାବତୀର୍ଣ୍ଣସ୍ତତ୍ ପୁଣ୍ୟଜନ୍ମ ବାସରମ୍। (ସତ୍ୟଯୁଗରେ ପ୍ରଥମ ଜ୍ୟୋଷ୍ଠମାସର ଗ୍ରୀଷ୍ମଋତୁରେ ଜ୍ୟେଷ୍ଠ ପୂଣ୍ଣିମା ଦିନ ମୁଁ ଅବତୀର୍ଣ୍ଣ ହୋଇଅଛି । ଏଣୁ ଦିବସଟି ମୋର ପୂଣ୍ୟତିଥି। )
ଡ. ଶ୍ରୀନିବାସ ଆଚାର୍ଯ୍ୟ
୯୮୬୧୪୪୪୬୫୫