ଏକତରଫା ବିଜୟ ମୁହାଁ ବିଜେଡି, ସଫା ହୋଇଗଲେ ବିରୋଧୀ

The Sakala Picture
Published On

ଭୁବନେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ବିଜୟ ଯାତ୍ରା ଅବ୍ୟାହତ ରହିଛି। ପ୍ରଥମ ଦିନ ଅର୍ଥାତ ଶନିବାର ଗଣତି ହୋଇଥିବା ସମସ୍ତ ୩୧୫ଟି ଜୋନ୍‌ର ଫଳାଫଳ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପ୍ରଥମ ଦିନରେ ବିଜେଡି ୨୮୨, ବିଜେପି ୧୫, କଂଗ୍ରେସ ୧୪, ସ୍ୱାଧୀନ ୨ ଏବଂ ଅନ୍ୟାନ୍ୟ ଦଳ ୨ଟି ସ୍ଥାନରେ ବିଜୟୀ ହୋଇଛନ୍ତି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଗଣତି ଫଳାଫଳ ଅନୁଯାୟୀ ବିଜେଡି ପାଇଁ […]

ଭୁବନେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ବିଜୟ ଯାତ୍ରା ଅବ୍ୟାହତ ରହିଛି। ପ୍ରଥମ ଦିନ ଅର୍ଥାତ ଶନିବାର ଗଣତି ହୋଇଥିବା ସମସ୍ତ ୩୧୫ଟି ଜୋନ୍‌ର ଫଳାଫଳ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପ୍ରଥମ ଦିନରେ ବିଜେଡି ୨୮୨, ବିଜେପି ୧୫, କଂଗ୍ରେସ ୧୪, ସ୍ୱାଧୀନ ୨ ଏବଂ ଅନ୍ୟାନ୍ୟ ଦଳ ୨ଟି ସ୍ଥାନରେ ବିଜୟୀ ହୋଇଛନ୍ତି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଗଣତି ଫଳାଫଳ ଅନୁଯାୟୀ ବିଜେଡି ପାଇଁ ସମସ୍ତ ୩୦ ଜିଲ୍ଲା ପରିଷଦ ଗଠନ ନିଷ୍କଣ୍ଟକ ହୋଇଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ରବିବାର ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲା ପରିଷଦ ଗଣତି ହୋଇଥିଲା। ଦ୍ବିତୀୟ ଦିନ ଗଣତିର ସଦ୍ୟତମ ରିପୋର୍ଟ ଅନୁଯାୟୀ  ୨୭୦ଟି ଜୋନ୍‌ର ଫଳାଫଳ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସେଥିମଧ୍ୟରୁ ମଧ୍ୟରୁ ବିଜେଡି ୨୩୬, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ ଏଯାବତ୍ ୫୧୮ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ସେହିପରି ଗଣତିରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଶେଷ ଦିନରେ ସୋମବାର ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ର ଫଳାଫଳ ଗଣତି କରାଯାଉଛି। ତୃତୀୟ ଦିନର କାଉଣ୍ଟିଂର ପ୍ରାରମ୍ଭିକ ଟ୍ରେଣ୍ଡ୍ ବିରୋଧୀ ନେତାଙ୍କୁ ଦେଉଛି ଟେନସନ୍।  ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୭୪ଟି ଜୋନରେ ଆଗୁଆ ରହିଛି, ବିଜେପି ୧୪ ଏବଂ କଂଗ୍ରେସ ୪ଟି ଜୋନରେ ଆଗୁଆ ରହିଛି ।ତେବେ ସଦ୍ୟତମ ରିପୋର୍ଟ ମୁତାବକ ବିଜେଡି ସମୁଦାୟ ୭୨୩ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୪୧ ଏବଂ କଂଗ୍ରେସ ୩୭ଟି ଆସନରେ ଆଗୁଆ ରହିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଥମ ଓ ଦ୍ୱିତୀୟ ଦିନ ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୬୨୦ ଆସନରୁ ୫୮୫ର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଯେଉଁଥିରେ ବିଜେଡି ୫୧୮ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୨୯ଟି ଓ ୭ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସବୁଠି ବିଜେଡି ଆଉ କେବଳ ବିଜେଡି । କୋରାପୁଟ, ରାୟଗଡ଼ାରେ ବିଜେଡିକୁ କଂଗ୍ରେସ କିଛି ମାତ୍ରାରେ ଟକ୍କର ଦେଉଥିବା ବେଳେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଖୋର୍ଦ୍ଧାରେ ବିଜେପି ନିଜ ସମ୍ମାନ ରକ୍ଷା କରିବାକୁ ଲଢ଼େଇ କରୁଛି। ସ୍ଥିତି ଏପରି ହୋଇଛି ‌ଯେ ବିଜେଡି ୮୯% ସିଟ୍ ଦଖଲ କରିସାରିଲାଣି। ବାକି ୧୧% ବିଜେପି, କଂଗ୍ରେସ, ସ୍ୱାଧୀନ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର