ପଞ୍ଚାୟତ ରେଜଲ୍ଟ : ପ୍ରଥମ ଦିନ ଗଣତିର ୩୧୫ ଜୋନରୁ ୨୯୫ ଜୋନର ଫଳାଫଳ ପ୍ରକାଶ, ୨୬୩ ଜୋନରେ ବିଜେଡିର ବିଜୟ

The Sakala Picture
Published On

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ୨୯୫ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୨୯୫ ଜୋନର ଫଳାଫଳ ଆସିଥିବା ବେଳେ ୨୬୩ ଆସନରେ ବିଜେଡି ବାଜିମାତ କରିଛି । ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି। ଦିନ ୧୦ଟା ୪୦ ସୁଦ୍ଧା ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୩ ଜୋନରେ […]

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ୨୯୫ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୨୯୫ ଜୋନର ଫଳାଫଳ ଆସିଥିବା ବେଳେ ୨୬୩ ଆସନରେ ବିଜେଡି ବାଜିମାତ କରିଛି । ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି। ଦିନ ୧୦ଟା ୪୦ ସୁଦ୍ଧା ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୩ ଜୋନରେ ବିଜେଡି ବିଜୟ ହୋଇଛି । ୧୪ଟି ଜୋନରେ କଂଗ୍ରେସ ଓ ୧୪ଟିରେ ବିଜେପି ବାଜିମାତ୍ କରିଥିବା ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାରେ ୪ଟି ଜୋନ୍ ଯାଇଛି ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଅନ୍ୟପଟେ ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ହେଉଛି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଦିନର ଗଣତିରେ ମଧ୍ୟ ଭଲ କରିବ ବୋଲି ବିଜେଡି କହିଛି। ରାଜ୍ୟରେ ‘ନବୀନ’ ଲହର ଆଗରେ ବିଫଳ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ରରେ ରାଜ୍ୟବାସୀ ମୋହର ମାରିଛନ୍ତି ବୋଲି ବିଜେଡି କହିଛି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ନବୀନଙ୍କ ‘ବିକାଶ’ ରାଜନୀତି ଆଗରେ ପଣ୍ଡ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କ ବିରୋଧରେ ବିରୋଧୀ ବିଜେପି ଯେଉଁସବୁ ନାଟକ କରିଥିଲା ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଜ୍ୟବାସୀ। ଗତ ପଞ୍ଚାୟତ ଓ ବିଧାନସଭା ନିର୍ବାଚନରେ ଯେଉଁ ଅଞ୍ଚଳରେ ବିଜେପି ସଫଳତା ପାଇଥିଲା ସେଠାରେ ମଧ୍ୟ ଦଳକୁ ମାଟିକାମୁଡ଼ିବାକୁ ପଡ଼ିଛି। କୌତୂହଳର ବିଷୟ ହେଉଛି ବିଜେପି ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ନିଜ ଅଞ୍ଚଳରେ ଦଳ ପାଇଁ ଭୋଟ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ରାଜ୍ୟର ଜନସାଧାରଣ ପୁଣିଥରେ ନବୀନଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ବିରୋଧୀଙ୍କ ଭାଷଣ ଅପେକ୍ଷା ନବୀନଙ୍କ ‘ବିକାଶ’ ମନ୍ତ୍ର, ସ୍ୱଚ୍ଛ ଶାସନ, ଅମଳିନ ଭାବମୂର୍ତ୍ତି ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଲୋକହିତକର ଯୋଜନା ସାଧାରଣ ଲୋକଙ୍କୁ କେତେ ପରିମାଣରେ ଛୁଇଁଛି ତାହା ପଞ୍ଚାୟତ ଫଳାଫଳରେ ପ୍ରତିଫଳିତ ହୋଇଛି। ଏହା ସହିତ ରାଜ୍ୟପ୍ରତି କେନ୍ଦ୍ର ସରକାରଙ୍କ ଅବିଚାର, କ୍ରମବର୍ଦ୍ଧିଷ୍ଣୁ ଦରଦାମରେ ପ୍ରଭାବିତ ସାଧାରଣ ଲୋକଙ୍କ କ୍ରୋଧ ବାଲାଟ୍‍ ଜରିଆରେ ଜନସାଧାରଣ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର