ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିରୋଧୀଙ୍କ ପ୍ରଶଂସା, କହିଲେ ଆୟୁଷ୍ମାନ ଭାରତଠୁ ଭଲ BSKY
ବଲାଙ୍ଗିର : ବିକାଶର ନକ୍ସାରେ ଯୋଡି ହୋଇଛି ବଲାଙ୍ଗିର ଜିଲ୍ଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିର ଜିଲ୍ଲା ପାଇଁ ୮୨୮ କୋଟି ଟଙ୍କାର ୧୨୮ଟି ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବଲାଙ୍ଗିରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।ରାଜ୍ୟ ସରକାରଙ୍କ ବିଏସକେୱାଇକୁ ପ୍ରଶଂସା କରିଛନ୍ତି ନରସିଂହ । ରାଜ୍ୟ […]
ବଲାଙ୍ଗିର : ବିକାଶର ନକ୍ସାରେ ଯୋଡି ହୋଇଛି ବଲାଙ୍ଗିର ଜିଲ୍ଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିର ଜିଲ୍ଲା ପାଇଁ ୮୨୮ କୋଟି ଟଙ୍କାର ୧୨୮ଟି ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବଲାଙ୍ଗିରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।ରାଜ୍ୟ ସରକାରଙ୍କ ବିଏସକେୱାଇକୁ ପ୍ରଶଂସା କରିଛନ୍ତି ନରସିଂହ । ରାଜ୍ୟ ସରକାର ହାତକୁ ନେଇଥିବା ଯୋଜନା କେନ୍ଦ୍ରର ଆୟୁଷ୍ମାନ ଭାରତ ଠାରୁ ଭଲ । ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ମିଳିବ । ଏହା ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର।
ସେହିଭଳି କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କ ବିଏସକେୱାଇକୁ ପ୍ରଶଂସା କରିଛନ୍ତି । କେନ୍ଦ୍ରର ଆୟୁଷ୍ମାନ ଭାରତ ରାଜ୍ୟରେ ପ୍ରଚଳନ ନକରି ଓଡ଼ିଶା ସରକାର ଭଲ କାମ କରିଛନ୍ତି । କରୋନା ସମୟରେ ଆୟୁଷ୍ମାନ ଭାରତ କାର୍ଡ ଧରି ଚିକିତ୍ସା ପାଇଁ ଯାଇଥିବା ଲୋକେ ଉପକୃତ ହୋଇନାହାଁନ୍ତି । ସେ ଦୃଷ୍ଟିରୁ ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ । ଗରିବ ଓ ମଧ୍ୟବିତ୍ତ ଲୋକ ଉପକୃତ ହୋଇପାରିବେ । ବଲାଙ୍ଗିର ଜିଲ୍ଲାରେ ବସ୍ ଟର୍ମିନାଲ ସମସ୍ତଙ୍କ ଦାବି ଥିଲା । ଆଜି ତାହା ପୂରଣ ହେବାକୁ ଯାଉଛି । କଣ୍ଟାବାଞ୍ଜିରେ ଆଇଟିଆଇ କୋଠା ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଆସିଥିବାରୁ ସମସ୍ତଙ୍କ ତରଫରୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।






