ଏମ୍ସ ଭୁବନେଶ୍ୱରରେ ଓପିଓଏଡ୍ ସବଷ୍ଟିଚ୍ୟୁସନ ଥେରାପୀ (ଓଏସଟି) କେନ୍ଦ୍ର ଆରମ୍ଭ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବ୍ରାଉନସୁଗାର, ଅଫିମ, ହେରାଇନ ଏବଂ ଇଂଜେକସନ ଜରିଆରେ ବିଭିନ୍ନ ନିଶା ନେଉଥିବା ରୋଗୀଙ୍କ ପାଇଁ ଦୃଢ଼ ହୋଇଛି ଚିକିତ୍ସା ବ୍ୟବସ୍ଥା। ଏପରି ରୋଗୀଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନିଜର ଓପିଓଏଡ୍ ସବଷ୍ଟିଚ୍ୟୁସନ ଥେରାପୀ (ଓଏସଟି) କେନ୍ଦ୍ର। ସେହିଭଳି ଗୁରୁତର ଅସୁସ୍ଥ ମାନସିକ ରୋଗୀଙ୍କ ଚିକିତ୍ସା ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଏମ୍ସ ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଆପତକାଳୀନ […]

ଭୁବନେଶ୍ୱର: ରାଜ୍ୟରେ ବ୍ରାଉନସୁଗାର, ଅଫିମ, ହେରାଇନ ଏବଂ ଇଂଜେକସନ ଜରିଆରେ ବିଭିନ୍ନ ନିଶା ନେଉଥିବା ରୋଗୀଙ୍କ ପାଇଁ ଦୃଢ଼ ହୋଇଛି ଚିକିତ୍ସା ବ୍ୟବସ୍ଥା। ଏପରି ରୋଗୀଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନିଜର ଓପିଓଏଡ୍ ସବଷ୍ଟିଚ୍ୟୁସନ ଥେରାପୀ (ଓଏସଟି) କେନ୍ଦ୍ର। ସେହିଭଳି ଗୁରୁତର ଅସୁସ୍ଥ ମାନସିକ ରୋଗୀଙ୍କ ଚିକିତ୍ସା ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଏମ୍ସ ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଆପତକାଳୀନ ବ୍ୟବସ୍ଥା (ଆକ୍ୟୁଟ କେୟାର ୟୁନିଟ)ର ଶୁଭାରମ୍ଭ କରାଯାଇଛି। ଏଥିସହିତ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ୍ଲିନିକାଲ୍ ସେବା ଆରମ୍ଭ କରାଯାଇଛି। ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ଅନୁଷ୍ଠାନ (ଏସଆଇଇପି) ଓଡ଼ିଶାରୁ ରେଫର ହୋଇ ଆସୁଥିବା ଏପରି ଦିବ୍ୟାଙ୍ଗ ଶିଶୁଙ୍କୁ ଏମ୍ସରେ ଏହି ସେବା ଯୋଗାଇଦିଆଯିବ।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ମାନସିକ ରୋଗ ବିଭାଗରେ ଏହି ସମସ୍ତ ବ୍ୟବସ୍ଥାକୁ ଉଦ୍ଘାଟନ କରିଥିଲେ। ଏମ୍ସରେ ଏହି ଚିକିତ୍ସା ବ୍ୟବସ୍ଥା ରାଜ୍ୟ ତଥା ପଡୋଶୀ ରାଜ୍ୟରୁ ଆସୁଥିବା ନିଶା ରୋଗୀ ଏବଂ ଗୁରୁତର ମାନସିକ ରୋଗୀଙ୍କ ପାଇଁ ବେଶ ଫଳପ୍ରଦ ହେବ। ସେହିପରି ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ୍ଲିନିକାଲ୍ ସେବା ମଧ୍ୟ ରାଜ୍ୟ ପାଇଁ ଏକ ସୁଖବର ବୋଲି ପ୍ରଫେସର ବିଶ୍ୱାସ ପ୍ରକାଶ କରିଛନ୍ତି।

ଏହି ଅବସରରେ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି (ଓଏସଏସିଏସ)ର ପ୍ରକଳ୍ପ ନିର୍ଦ୍ଦେଶିକା ଡ. ଉର୍ମିଳା ମିଶ୍ର ଏବଂ ଏମ୍ସ ଭୁବନେଶ୍ୱରର ମେଡିକାଲ୍ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ‘ଭାରତରେ ବର୍ତ୍ତମାନ ପ୍ରାୟ ୮ ଲକ୍ଷରୁ ଅଧିକ ଇଞ୍ଜେକ୍ସନ ଡ୍ରଗ୍ ବ୍ୟବହାରକାରୀ (ଆଇଡିୟୁ) ଥିବା ପ୍ରକାଶ। ତେବେ ବିଭିନ୍ନ କାରଣରୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ନିଶାମୁକ୍ତ ଜୀବନଯାପନ କରିବାରେ ଅସମର୍ଥ ହୋଇଥାଆନ୍ତି। ଏପରିକି ସେମାନେ ଦୁରାରୋଗ୍ୟ ଏଡ୍ସ ଭଳି ମାରାତ୍ମକ ରୋଗର ଶିକାର ହୋଇଥାଆନ୍ତି ବୋଲି ଏମ୍ସ ମାନସିକ ରୋଗ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ଓଏସଟି ସହିତ ସାମଗ୍ରିକ ମାନସିକ ଚିକିତ୍ସା ସାହାଯ୍ୟରେ ଏପରି ନିଶାରେ ପୀଡ଼ିତ ରୋଗୀମାନେ ଡ୍ରଗ୍ ମୁକ୍ତ ଜୀବନଯାପନ କରିବାରେ ସକ୍ଷମ ହୋଇଥାଆନ୍ତି। ଏପରିକି ଏମାନେ ଡ୍ରଗ୍ସ ଇଞ୍ଜେକ୍ସନ ମଧ୍ୟ ବନ୍ଦ କରିଦିଅନ୍ତି ଯାହାକି ଶେଷରେ ଏଚ୍‌ଆଇଭି, ହେପାଟାଇଟିସ୍ ଏବଂ ଇଞ୍ଜେକ୍ସନ ମାଧ୍ୟମରେ ସଂକ୍ରମିତ ଅନ୍ୟ ରୋଗର ସମ୍ଭାବ୍ୟ କ୍ଷତିକୁ ରୋକିଥାଏ ବୋଲି ଓଏସ୍ଟି ସେଣ୍ଟରର ନୋଡାଲ ଅଫିସର ତଥା ମନସ୍ତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ. ଅର୍ପିତ ପରମାର ପ୍ରକାଶ କରିଛନ୍ତି।
ଏମ୍ସର ଏହି ଥେରାପୀ କେନ୍ଦ୍ର ଦୈନିକ ୧୫୦-୨୦୦ ରୋଗୀଙ୍କୁ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ଏହି କେନ୍ଦ୍ର ଦୈନିକ କାର୍ଯ୍ୟ କରିବ। ତେବେ ଏସଆଇଇପିରୁ ଆସୁଥିବା ପିଲାମାନଙ୍କୁ ସପ୍ତାହରେ ପ୍ରତି ମଙ୍ଗଳବାର ଏବଂ ବୁଧବାର ଦିନ ସାଇକିଆଟ୍ରିକ ଓପିଡ଼ିରେ ସେବା ଯୋଗାଇ ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ମନସ୍ତତ୍ତ୍ୱ ବିଭାଗର ଡ. ଏସ୍ କେ ପାଢ଼ୀ, ଡ. ସୁରଭି ପାତ୍ର, ଡ. ଶ୍ରୀ ମିଶ୍ର ଏବଂ ଡ. ଦେବଦତ୍ତା ମହାପାତ୍ରଙ୍କ ସମେତ ଏସଆଇଇପିର ପ୍ରକଳ୍ପ ସଂଯୋଜକ ଡ. ପାମ୍ପା ଦେ, ଓଏସଟି କେନ୍ଦ୍ରର କର୍ମଚାରୀ ଏବଂ ଓସାକ୍ସ୍ ର ଅନ୍ୟ ପ୍ରତିନିଧୀମାନେ ମଧ୍ୟ ଉପସ୍ଥିତ ଥିଲେ।

10 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର