ଦୁଇ ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ, ୩ଗୁରୁତର
ଛତ୍ରପୁର: ଦୁଇ ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ମୃତ୍ୟୁବାରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ରମ୍ଭା ଥାନା ହୁମା ପୁରୁଷୋତ୍ତମପୁର ରାସ୍ତା ବି. କାଇଞ୍ଚପୁର ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ କଲେଜ ଛାତ୍ର ଜଣକ ହେଲେ ଜି. ଶୁଭମ ରେଡି । ସେ ଖଣ୍ଡଦେଉଳି କଲେଜରେ ଯୁକ୍ତ ଦୁଇ ଛାତ୍ର ବୋଲି ଜଣାପଡିଛି l ତାଙ୍କ ଘର ପୁରୁଷୋତ୍ତମପୁର ଥାନା ସି ଏଚ ନୂଆଗାଁରେ ବୋଲି ଜଣାପଡିଛି ।
୪ଜଣ ଛାତ୍ର ୨ଟି ବାଇକରେ ପୁରୁଷୋତ୍ତମପୁର ପଟୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର ସହ ମୁହାଁମୁଁହି ଧକ୍କା ହୋଇଥିଲା l ଘଟଣାସ୍ଥଳରେ ଜି. ଶୁଭମ ରେଡ୍ଡିଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।





