ଓଡ଼ିଶାରେ ଆରମ୍ଭ ହେବ ୱାନ୍‌‌ ହେଲଥ୍‌‌ କାର୍ଯ୍ୟକ୍ରମ

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରସ୍ତାବିତ ୱାନ୍‌‌-ହେଲଥ୍‌‌ କାର୍ଯ୍ୟକ୍ରମ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁସା‌‌ରେ, ସ୍ୱାସ୍ଥ୍ୟ ବିଭାଗ ସମେତ କୃଷି, ପ୍ରାଣୀ ଚିକିତ୍ସା ଓ ବନ୍ୟପ୍ରାଣୀ ଭଳି ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାମ କରିବେ। ପଶୁମାନଙ୍କଠାରୁ ଆନ୍ଥ୍ରାକ୍ସ, ନିପା, […]

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରସ୍ତାବିତ ୱାନ୍‌‌-ହେଲଥ୍‌‌ କାର୍ଯ୍ୟକ୍ରମ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁସା‌‌ରେ, ସ୍ୱାସ୍ଥ୍ୟ ବିଭାଗ ସମେତ କୃଷି, ପ୍ରାଣୀ ଚିକିତ୍ସା ଓ ବନ୍ୟପ୍ରାଣୀ ଭଳି ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାମ କରିବେ। ପଶୁମାନଙ୍କଠାରୁ ଆନ୍ଥ୍ରାକ୍ସ, ନିପା, ରାବିଜ୍‌‌, ସ୍କ୍ରବ୍‌‌ ଟାଇଫସ୍‌‌, ମିଜଲିସ୍‌‌ ଭଳି ମଣିଷକୁ ବ୍ୟାପୁଥିବା ଜୁନୋଟିକ୍‌‌ ରୋଗକୁ ସମନ୍ୱିତ କାର୍ଯ୍ୟକ୍ରମ ମାଧ୍ୟମରେ ନିୟନ୍ତ୍ରଣ କରାଯିବ। ଜୁନୋଟିକ୍‌‌ ରୋଗର ନିୟନ୍ତ୍ରଣ, ତଦାରଖ ଏବଂ ଚିକିତ୍ସା ହେଉଛି ୱାନ୍‌‌ ହେଲଥ୍‌‌ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ଦେଶର ୪ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଏହା ପାଇଲଟ୍‌‌ ପ୍ରକଳ୍ପ ଭାବେ କାର୍ଯ୍ୟ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ସମଗ୍ର ଦେଶରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରାଯିବ। ଏହା ଅଧୀନରେ ଜୁନୋଟିକ ଡିଜିଜ୍‌‌ ପାଇଁ ରାଜ୍ୟସ୍ତରୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ। ସେହିପରି ଏକ ସମନ୍ୱୟ କମିଟି ମଧ୍ୟ ଗଠନ କରାଯିବ। କେଉଁ ଜିଲ୍ଲାରେ କେଉଁ ଜୁନୋଟିକ ରୋଗ ସକ୍ରିୟ ରହୁଛି, ତାହାର ଅନୁଧ୍ୟାନ କରାଯିବ। ଏଥିସହ ରାଜ୍ୟରେ ଜୁନୋଟିକ ରୋଗ ପରୀକ୍ଷା ଲାଗି ସେଣ୍ଟ୍ରାଲ ଲାବୋରେଟାରି ଓ ମେଡିକାଲ କଲେଜ ଲାବୋରେଟୋରିଗୁଡ଼ିକୁ ଅଧିକ ସଶକ୍ତ କରାଯିବ। କିଛି ଦିନ ହେଲା ରାଜ୍ୟରେ ସ୍କ୍ରବ୍‌‌ ଟାଇଫସ୍‌‌ ଆତଙ୍କ ଖେଳାଇଥିବା ବେଳେ ଅନ୍ୟ ସଂକ୍ରାମକ ରୋଗର ପ୍ରାଦୁର୍ଭାବ କିଛି କମ୍‌ ନାହିଁ। ଅନେକ ରୋଗର ଔଷଧ ବାହାରି ନଥିବା ବେଳେ ନିୟନ୍ତ୍ରଣ ଓ ନିଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏପରିସ୍ଥଳେ ୱାନ୍‌‌ ହେଲଥ୍‌‌ କାର୍ଯ୍ୟକ୍ରମ ଏଥିରେ ବଡ଼ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବ ବୋଲି ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ସିସୋର ଚିଟଫଣ୍ଡ ମାମଲା: ୧୭ଟି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଉପରେ ଜବାବ ରଖିବାକୁ ସିବିଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

07 Oct 2023 By The Sakala

ଓଡ଼ିଶାରେ ଆରମ୍ଭ ହେବ ୱାନ୍‌‌ ହେଲଥ୍‌‌ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରସ୍ତାବିତ ୱାନ୍‌‌-ହେଲଥ୍‌‌ କାର୍ଯ୍ୟକ୍ରମ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁସା‌‌ରେ, ସ୍ୱାସ୍ଥ୍ୟ ବିଭାଗ ସମେତ କୃଷି, ପ୍ରାଣୀ ଚିକିତ୍ସା ଓ ବନ୍ୟପ୍ରାଣୀ ଭଳି ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାମ କରିବେ। ପଶୁମାନଙ୍କଠାରୁ ଆନ୍ଥ୍ରାକ୍ସ, ନିପା, ରାବିଜ୍‌‌, ସ୍କ୍ରବ୍‌‌ ଟାଇଫସ୍‌‌, ମିଜଲିସ୍‌‌ ଭଳି ମଣିଷକୁ ବ୍ୟାପୁଥିବା ଜୁନୋଟିକ୍‌‌ ରୋଗକୁ ସମନ୍ୱିତ କାର୍ଯ୍ୟକ୍ରମ ମାଧ୍ୟମରେ ନିୟନ୍ତ୍ରଣ କରାଯିବ। ଜୁନୋଟିକ୍‌‌ ରୋଗର ନିୟନ୍ତ୍ରଣ, ତଦାରଖ ଏବଂ ଚିକିତ୍ସା ହେଉଛି ୱାନ୍‌‌ ହେଲଥ୍‌‌ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଦେଶର ୪ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଏହା ପାଇଲଟ୍‌‌ ପ୍ରକଳ୍ପ ଭାବେ କାର୍ଯ୍ୟ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ସମଗ୍ର ଦେଶରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରାଯିବ। ଏହା ଅଧୀନରେ ଜୁନୋଟିକ ଡିଜିଜ୍‌‌ ପାଇଁ ରାଜ୍ୟସ୍ତରୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ। ସେହିପରି ଏକ ସମନ୍ୱୟ କମିଟି ମଧ୍ୟ ଗଠନ କରାଯିବ। କେଉଁ ଜିଲ୍ଲାରେ କେଉଁ ଜୁନୋଟିକ ରୋଗ ସକ୍ରିୟ ରହୁଛି, ତାହାର ଅନୁଧ୍ୟାନ କରାଯିବ। ଏଥିସହ ରାଜ୍ୟରେ ଜୁନୋଟିକ ରୋଗ ପରୀକ୍ଷା ଲାଗି ସେଣ୍ଟ୍ରାଲ ଲାବୋରେଟାରି ଓ ମେଡିକାଲ କଲେଜ ଲାବୋରେଟୋରିଗୁଡ଼ିକୁ ଅଧିକ ସଶକ୍ତ କରାଯିବ। କିଛି ଦିନ ହେଲା ରାଜ୍ୟରେ ସ୍କ୍ରବ୍‌‌ ଟାଇଫସ୍‌‌ ଆତଙ୍କ ଖେଳାଇଥିବା ବେଳେ ଅନ୍ୟ ସଂକ୍ରାମକ ରୋଗର ପ୍ରାଦୁର୍ଭାବ କିଛି କମ୍‌ ନାହିଁ। ଅନେକ ରୋଗର ଔଷଧ ବାହାରି ନଥିବା ବେଳେ ନିୟନ୍ତ୍ରଣ ଓ ନିଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏପରିସ୍ଥଳେ ୱାନ୍‌‌ ହେଲଥ୍‌‌ କାର୍ଯ୍ୟକ୍ରମ ଏଥିରେ ବଡ଼ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବ ବୋଲି ମତ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର