ଟେଣ୍ଡର କରାଇଦେବାକୁ କହି ଠକିନେଲେ ୧ କୋଟି ଟଙ୍କା, ଦୁଇ ଗିରଫ
କେନ୍ଦୁଝର: କେନ୍ଦୁଝରରେ ଏକ ବଡ ଧରଣର ଠକେଇ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ସଦର ଥାନା ମନୋହରପୁର କେମ୍ପସଢାରେ ରହୁଥିବା ସମୀର ରଞନ ପରିଡା କୌଣସି କାରଣ ବସତଃ ବାଲେଶ୍ୱର ସୋରୋ ଥାନା ଅଚଂଳର ଜଣେ ବ୍ୟକ୍ତିଙ୍କ ସସ୍ପର୍ଶରେ ଆସିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ସମୀରଙ୍କୁ ଦିଲ୍ଲୀ ସରକାରଙ୍କର ଏକ ୧୦/୧୫ କୋଟି ଟଙ୍କାର ଟେଣ୍ଡର କାମ କରାଇଦେବାକୁ ଲୋଭ ଦେଖାଇଥିଲେ। ଲୋଭରେ ପଡି ସମୀର ତାଙ୍କ କହିବାମୂତାବକ କିଛି […]
କେନ୍ଦୁଝର: କେନ୍ଦୁଝରରେ ଏକ ବଡ ଧରଣର ଠକେଇ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ସଦର ଥାନା ମନୋହରପୁର କେମ୍ପସଢାରେ ରହୁଥିବା ସମୀର ରଞନ ପରିଡା କୌଣସି କାରଣ ବସତଃ ବାଲେଶ୍ୱର ସୋରୋ ଥାନା ଅଚଂଳର ଜଣେ ବ୍ୟକ୍ତିଙ୍କ ସସ୍ପର୍ଶରେ ଆସିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ସମୀରଙ୍କୁ ଦିଲ୍ଲୀ ସରକାରଙ୍କର ଏକ ୧୦/୧୫ କୋଟି ଟଙ୍କାର ଟେଣ୍ଡର କାମ କରାଇଦେବାକୁ ଲୋଭ ଦେଖାଇଥିଲେ। ଲୋଭରେ ପଡି ସମୀର ତାଙ୍କ କହିବାମୂତାବକ କିଛି ଟଙ୍କା ଦେଇଥିଲ। ପରେପରେ ବିଭିନ୍ନ ସମୟରେ ସଂପୃକ୍ତ ବ୍ୟକ୍ତି ଜଣକ ଏକ କୋଟି ଟଙ୍କା ନେଇଯାଇଥିଲେ। ତେବେ ଟଙ୍କା ଦେବାର ସାତ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଟେଣ୍ଡର କାମ ନମିଳିବାରୁ ଟଙ୍କା ଦେଇଥିବା ବ୍ୟକ୍ତି ଜଣକ ତାଙ୍କୁ ଟେଣ୍ଡର ବାବଦରେ କହିଥିଲେ। ଉକ୍ତ ବ୍ୟକ୍ତି ପୁଣି ୨୦ ଲକ୍ଷ ମାଗିଥିଲେ। ସମୀର ଅଉ ଟଙ୍କା ଦେଇପାରିବନି କହିବା ସହ କାମ କରିବିନି ତେଣୁ ଟଙ୍କା ଫେରେଇ ଦେବାକୁ କହିଥିଲେ। ହେଲେ ଠକ ଜଣକ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସମୟ ଗଡାଇବାକୁ ଚାହୁଁଥିଲେ। ଏତେ ଗୁଡାଏ ଟଙ୍କା ବୁଡିଯିବ ଜାଣି ସମୀର ସବୁବେଳେ ଚିନ୍ତାରେ ଥିଲେ । ଘଟଣା ବାବଦରେ ଜାଣିବାପରେ କେନ୍ଦୁଝର କାଶିପୁର ଠାରେ ରହୁଥିବା ସମୀରଙ୍କ ବଡଭାଇ ଜନ୍ମେଜୟ ପରିଡା ଏବାବଦରେ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଟାଉନ ପୋଲିସ ଥାନା କେଶ ନଂ୨୯୪ ତା-୧୪/୮/୨୦୨୧ରେ ମାମଲା ରୁଜୁ କରି ଠକେଇରେ ସମ୍ପୃକ୍ତ ବାଲେଶ୍ୱର ସୋରୋ ଥାନା ପଥରପେଣ୍ଠା ଗ୍ରାମର ବିଶ୍ୱଜିତ ପଣ୍ଡା,ମାଣୀତ୍ରୀର ରମେଶ ପାଢୀଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବା କେନ୍ଦୁଝର ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁ ସୂଚନା ପ୍ରଦାନ କରିଛନ୍ତି। ଠକେଇରେ ସାମିଲ ବ୍ୟକ୍ତି ଲକ୍ଷ୍ମୀ ଜଗନ୍ନାଥ କୁକେରୀ ସଂସ୍ଥା ସହ ଜଡିତ ଥିଲେ ବୋଲି ପୋଲିସ କହିଛି।