ସୁଦର୍ଶନଙ୍କ କାନ୍ଧରେ ୬୨ ଟି ଡଙ୍ଗରିଆ ଗାଁର ଭାର

The Sakala Picture
Published On

ଭୁବନେଶ୍ୱର,୩୦ା୬(ସମିସ): ସେ କୌଣସି ଅଙ୍ଗନବାଡ଼ି କର୍ମୀ କି ଆଶା ଦିଦି ନୁହଁନ୍ତି, ଅଥବା ଡାକ୍ତର କି ଏଏନ୍‍ଏମ୍‍ ବି ନୁହଁନ୍ତି। ମୁଖ୍ୟମନ୍ତ୍ରୀଙ୍କ କରୋନା ଯୋଦ୍ଧା ତାଲିକାରେ ବି ତାଙ୍କର ନାମ ନାହିଁ। ତଥାପି ତାଙ୍କ ବିନା ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଟିକାକରଣ କିମ୍ବା ସଚେତନତା କଥା ଭାବିବା ସମ୍ଭବ ନୁହେଁ। ଏକଥା ଆମେ କହୁନୁ, ନିଜେ ଜିଲ୍ଲା ପ୍ରଶାସନ ସ୍ୱୀକାର କରିଛି। ରାୟଗଡ଼ା ଜିଲ୍ଲାର ୬୨ଟି ଡଙ୍ଗରିଆ କନ୍ଧ ଗାଁରେ କରୋନା ସଚେତନତା ଓ ଟିକାକରଣର ଭାର […]

ଭୁବନେଶ୍ୱର,୩୦ା୬(ସମିସ): ସେ କୌଣସି ଅଙ୍ଗନବାଡ଼ି କର୍ମୀ କି ଆଶା ଦିଦି ନୁହଁନ୍ତି, ଅଥବା ଡାକ୍ତର କି ଏଏନ୍‍ଏମ୍‍ ବି ନୁହଁନ୍ତି। ମୁଖ୍ୟମନ୍ତ୍ରୀଙ୍କ କରୋନା ଯୋଦ୍ଧା ତାଲିକାରେ ବି ତାଙ୍କର ନାମ ନାହିଁ। ତଥାପି ତାଙ୍କ ବିନା ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଟିକାକରଣ କିମ୍ବା ସଚେତନତା କଥା ଭାବିବା ସମ୍ଭବ ନୁହେଁ। ଏକଥା ଆମେ କହୁନୁ, ନିଜେ ଜିଲ୍ଲା ପ୍ରଶାସନ ସ୍ୱୀକାର କରିଛି। ରାୟଗଡ଼ା ଜିଲ୍ଲାର ୬୨ଟି ଡଙ୍ଗରିଆ କନ୍ଧ ଗାଁରେ କରୋନା ସଚେତନତା ଓ ଟିକାକରଣର ଭାର ସମ୍ଭାଳିଥିବା ଏମିତି ଜଣେ ବ୍ୟକ୍ତି ହେଲେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଚାଟିକଣାର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ। ଯାହାଙ୍କ ସହଭାଗିତାରେ ରାୟଗଡ଼ା ଜିଲ୍ଲାର ବିଷମକଟକ ଓ ମୁନିଗୁଡ଼ା ବ୍ଲକ୍‍ର ୫ଟି ପଞ୍ଚାୟତର ୧୭୦୦ ପରିବାର ଏବେ କରୋନାମୁକ୍ତ ହୋଇ ପାରିଛନ୍ତି। କରୋନାର ପ୍ରଥମ ଲହର ପ୍ରଭାବ ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ କନ୍ଧ ଜନଜାତି ମଧ୍ୟରେ ସେତେଟା ଦେଖିବାକୁ ମିଳି ନ ଥିଲା।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ମାତ୍ର କେରଳ ଫେରନ୍ତା ଯୁବକଙ୍କର ସଂସ୍ପର୍ଶରେ ଆସି ଯେତେବେଳେ ପ୍ରଥମ କରି ଗନ୍ଦଲି ଗାଁରେ କରୋନା ସଂକ୍ରମଣ ଦେଖାଦେଲା ସେତେବେଳେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଲା। କାରଣ ଡଙ୍ଗରିଆ କନ୍ଧ ଜନଜାତି ଟିକାକରଣ ତ ଦୂରର କଥା ସମୂହ ପରୀକ୍ଷା କରିବାକୁ ବି ରୋକଠୋକ୍‍ ମନା କରିଦେଇଥିଲେ। ସେହି ସମୟରେ ଜିଲ୍ଲା ପ୍ରଶାସନ ଓ ଡଙ୍ଗରିଆ କନ୍ଧ ଜନଜାତି ମଧ୍ୟରେ ସମନ୍ୱୟର ସେତୁ ବାନ୍ଧିଥିଲେ ସୁଦର୍ଶନ। ଜିଲ୍ଲା ପ୍ରଶାସନ ସହାୟତାରେ ପ୍ରଥମେ ଗୋଷ୍ଠୀ ସମ୍ବଳ ବ୍ୟକ୍ତି, ସ୍ଥାନୀୟ ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ଡାକ୍ତରୀ ଦଳ, ଏଏନ୍‍ଏମ୍‍ମାନଙ୍କ ସହ ମିଶି ଗାଁ ସ୍ତରୀୟ ଯୋଜନା ପ୍ରସ୍ତୁତ କଲେ। ପଞ୍ଚାୟତ ମୁରବି, ସାହି ମୁରବି, ଭଦ୍ର ବ୍ୟକ୍ତି, ପଞ୍ଚାୟତସ୍ତରୀୟ ପ୍ରତିନିଧିମାନଙ୍କ ସହ ମିଶି କରୋନା ବାବଦରେ ଆଲୋଚନା କରିବା ସହ ଏ ବାବଦରେ ସହଯୋଗ ଲୋଡ଼ିଲେ।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

ପ୍ରତି ଗାଁରେ ବାରିକଙ୍କ ସହାୟତାରେ ବାଜା ବଜାଇ ଲୋକଙ୍କୁ କରୋନା ବାବଦରେ ସଚେନତ କଲେ। ସ୍ଥାନୀୟ ଭାଷାରେ ସଚେତନତା ରଥ ବୁଲାଇବା ସହ ଯେଉଁ ନିର୍ଦ୍ଦିଷ୍ଟ ଅଙ୍ଗନବାଡ଼ି ଦିଦି ଓ ଆଶା ଦିଦି ସ୍ଥାନୀୟ ଭାଷା ଜାଣନ୍ତି ସେମାନଙ୍କୁ ଚିହ୍ନଟ କଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମାଧ୍ୟମରେ ଘରକୁ ଘର ଯାଇ ଲୋକଙ୍କୁ କରୋନା ପରୀକ୍ଷା କରାଇବାକୁ ପ୍ରବର୍ତ୍ତାଇଲେ। ଫଳସ୍ୱରୂପ ଆଜି କୁର୍ଲି, ଚଞ୍ଚଡ଼ାଗୁଡ଼ା, ଡାଲିଆ କୁନ୍ଦି, ମୁନିଖୋଲ ପଞ୍ଚାୟତର ୧୭୦୦ ଲୋକ କରୋନା ବାବଦରେ ସଚେତନ ହୋଇ ପାରିଛନ୍ତି। କେବଳ ସଚେତନତାର କଥା ନୁହେଁ; ଆବଶ୍ୟକ ସ୍ଥଳେ ସେମାନଙ୍କୁ ଡଙ୍ଗରିଆ କନ୍ଧ ବାଳିକା ଶିକ୍ଷା ନିକେତନଠାରେ ହୋଇଥିବା ଟିଏମ୍‍ସି ସେଣ୍ଟରକୁ ପଠାଇବା ହେଉ କି ଟିକାକରଣ ପାଇଁ ବୁଝାଇବା ସବୁଥିରେ ଲୋଡ଼ା ପଡନ୍ତି ସୁଦର୍ଶନ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଆଦିବାସୀ ଅଧ୍ୟୁଷିତ ଡଙ୍ଗରିଆ ଜନଜାତି ଟିକା ପାଇଁ ପ୍ରସ୍ତୁତ ନ ଥିବା ବେଳେ ସେ ଘରକୁ ଘର ଯାଇ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରି ପାରିଥିଲେ। ସୁଦର୍ଶନଙ୍କୁ ଏହି କାମରେ ତାଙ୍କର ୭୦ ଜଣ ଗୋଷ୍ଠୀ ସମ୍ବଳ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଙ୍ଗନବାଡ଼ି ଦିଦିଓ ଆଶା ଦିଦିମାନେ ସାହାଯ୍ୟ କରିଥିବା ସେ କହିଛନ୍ତି। ସୁଦର୍ଶନଙ୍କ ଉଦ୍ୟମରେ ବର୍ତ୍ତମାନ ବିଭିନ୍ନ ଗାଁରେ ଜିଲ୍ଲା ପ୍ରଶାସନ କ୍ୟାମ୍ପ କରି ଲୋକଙ୍କୁ ଟିକାକରଣ କରି ପାରିଛି। ବର୍ତ୍ତମାନ ସୁଦ୍ଧା ୬୨ଟି ଜନଜାତି ଗାଁରେ ୪୫ ବର୍ଷରୁ ଅଧିକ ବୟସର ୯୨୨ ଜଣ ଓ ୧୮ ବର୍ଷରୁ ଊର୍ଦ୍ଧ୍ବ ୫୩୦ ଜଣ ଟିକା ନେଇ ସାରିଛନ୍ତି। ଖୁବ୍‍ଶୀଘ୍ର ଅନ୍ୟ ସମସ୍ତଙ୍କୁ ଟିକାକରଣ କରାଯାଇ କରୋନା ସଂକ୍ରମଣକୁ ଅଟକାଇବାକୁ ପ୍ରୟାସ କରାଯିବ। ଆଦିବାସୀ ଗାଁଗୁଡ଼ିକ ପାହାଡ଼ ଉପରେ ଥିବା ବେଳେ ଓ ପ୍ରାଶାସନିକ ଅଧିକାରୀ ଓ ଡାକ୍ତରମାନେ ରାସ୍ତା ଜାଣି ନ ଥିବା ବେଳେ ସୁଦର୍ଶନ ସେମାନଙ୍କ ପାଇଁ ଗାଇଡ୍‌ ଭଳି ବି କାମ କରିଥା’ନ୍ତି।

ଏସବୁକୁ ଛାଡ଼ିଦେଲେ କରୋନା ସମୟରେ ଡଙ୍ଗରିଆ କନ୍ଧ ଗାଁ ଲୋକ ଯେପରି ନିଜର ଜୀବନଜୀବିକାକୁ ସୁରକ୍ଷିତ କରି ରଖି ପାରିବେ ସେଥିପାଇଁ ମଧ୍ୟ ସୁଦର୍ଶନ କାମ କରୁଛନ୍ତି। କରୋନାର ପ୍ରଥମ ଲହର ବେଳେ ମନରେଗାରେ ୬୨ଟି ଗାଁରେ ୬୩ ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ବେଳେ ୧୮୦୦ ଲୋକଙ୍କୁ କର୍ମନିଯୁକ୍ତି ମିଳିଥିଲା। ତେବେ କରୋନାର ଦ୍ୱିତୀୟ ଲହରରେ ଅର୍ଥାତ୍‌ ଏପ୍ରିଲରୁ ବର୍ତ୍ତମାନ ସୁଦ୍ଧା ୧୫ ହଜାର ୬୦୦ ଶ୍ରମ ଦିବସ ସୃଷ୍ଟି କରାଯାଇ ୫୧୭ ଜଣଙ୍କୁ କର୍ମନିଯୁକ୍ତି ଦିଆଯାଇଛି। ଏହାବାଦ୍‍ ଜନଜାତି ପରିବାରରେ ପାଠପଢ଼଼ୁଥିବା ପିଲାମାନଙ୍କ ତାଲିକା କରି ସେମାନେ କିପରି ଉଚ୍ଚଶିକ୍ଷାରେ ସାମିଲ ହେବେ ଓ ସରକାରୀ ଯୋଜନାର ଲାଭ ପାଇପାରିବେ ସେଥିପାଇଁ ମଧ୍ୟ ସୁଦର୍ଶନ ବ୍ଲକ୍‍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସହ ଯୋଗାଯୋଗ କରାଇ ଦେଉଛନ୍ତି। ଦାରିଦ୍ର୍ୟ ପରିବରର କିଶୋର, କିଶୋରୀମାନଙ୍କ ଉପରେ ନଜର ରଖି ସେମାନେ କିପରି ବାଲ୍ୟବିବାହ ଭଳି ପ୍ରଥାରୁ ଦୂରେଇ ରହିବେ ସେଥିପାଇଁ ବି ସେ ଚେଷ୍ଟା ଅବ୍ୟାହତ ରଖିଛନ୍ତି।

01 Jul 2021 By The Sakala

https://www.thesakala.in/latest-odisha-news/on-the-shoulders-of-sudarshan-is-the-burden-of-62-dangaria-villages/article-3370
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର