ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ନୂଆ ରୂପରେ ଆସିବ ଓମ୍‌ଫେଡ

The Sakala Picture
Published On

ଭୁବନେଶ୍ୱର : ନୂଆ ରୂପରେ ଆସିବ ଓମ୍‌ଫେଡ। ଏଥିପାଇଁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଂଶକ୍ତିକରଣ ବିଭାଗ ନୂଆ ଯୋଜନା କରୁଛି। ଗୋପାଳନ କରୁଥିବା ଚାଷୀଙ୍କୁ ଉଦ୍ୟୋଗୀ କରିବା ସହ ଦୁଗ୍ଧ ଜାତ ଦ୍ରବ୍ୟକୁ ଉଚିତ ଦାମ୍‍ରେ ଗ୍ରାହକଙ୍କୁ ଦେବା ଏହି ରୂପାନ୍ତରଣର ମୂଳ ଆଭିମୁଖ୍ୟ। ଏଥିପାଇଁ ରାଜ୍ୟ ସରକାର ଗୋପାଳନ କରିବା ପାଇଁ ଯୁବ ଚାଷୀମାନଙ୍କୁ ପ୍ରୋତ୍ସାହିତ ବି କରିବା ଆରମ୍ଭ କରିଛନ୍ତି। ସବ୍‍ସିଡି ପ୍ରାପ୍ତ କରି ଚାଷୀମାନେ କିପରି ନିଜ ଖର୍ଚ୍ଚରେ ଡାଏରୀ […]

ଭୁବନେଶ୍ୱର : ନୂଆ ରୂପରେ ଆସିବ ଓମ୍‌ଫେଡ। ଏଥିପାଇଁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଂଶକ୍ତିକରଣ ବିଭାଗ ନୂଆ ଯୋଜନା କରୁଛି। ଗୋପାଳନ କରୁଥିବା ଚାଷୀଙ୍କୁ ଉଦ୍ୟୋଗୀ କରିବା ସହ ଦୁଗ୍ଧ ଜାତ ଦ୍ରବ୍ୟକୁ ଉଚିତ ଦାମ୍‍ରେ ଗ୍ରାହକଙ୍କୁ ଦେବା ଏହି ରୂପାନ୍ତରଣର ମୂଳ ଆଭିମୁଖ୍ୟ। ଏଥିପାଇଁ ରାଜ୍ୟ ସରକାର ଗୋପାଳନ କରିବା ପାଇଁ ଯୁବ ଚାଷୀମାନଙ୍କୁ ପ୍ରୋତ୍ସାହିତ ବି କରିବା ଆରମ୍ଭ କରିଛନ୍ତି। ସବ୍‍ସିଡି ପ୍ରାପ୍ତ କରି ଚାଷୀମାନେ କିପରି ନିଜ ଖର୍ଚ୍ଚରେ ଡାଏରୀ ପ୍ରକଳ୍ପ ଆରମ୍ଭ କରିପାରିବେ ସେଥିପାଇଁ ବି କୃଷି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସିମେନ୍‍ ଉପରେ ଗୁରୁତ୍ୱ ଦିଆଯାଇ ମାଈ ବାଛୁରୀ ସଂଖ୍ୟା ବୃଦ୍ଧି ପାଇଁ ଚାଷୀମାନଙ୍କୁ ସବ୍‍ସିଡି ଦାମ୍‍ରେ ଏହା ଯୋଗାଇ ଦେବାକୁ ବି ବ୍ୟବସ୍ଥା କରାଯାଉଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍, ୬ ମୃତ

ପ୍ୟାକେଟ୍‍ କ୍ଷୀରକୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଓମ୍‌ଫେଡ। ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ବିକ୍ରିବଟାରୁ ବାହାରୁଥିବା ଅର୍ଥରୁ ପରିଚାଳିତ ଓମ୍‍ଫେଡ କିପରି ବଜାର ସହ ଖାପ ଖୁଆଇ ପାରିବ ସେଥିପାଇଁ ଯୋଜନା କରାଯାଉଛି। ପୂର୍ବରୁ ମାର୍କେଟ୍‍ରେ ଏକା ଓମ୍‌ଫେଡ କ୍ଷୀର ବିକ୍ରି କରୁଥିବାରୁ ଲାଭରେ ଚାଲିଥିଲା। ହେଲେ ଏବେ ୫ରୁ ଅଧିକ ଘରୋଇ କମ୍ପାନୀ କ୍ଷୀର ବିକ୍ରି କରୁଥିବାରୁ ଓମ୍‌ଫେଡର ସେତେଟା ଲାଭ ହେଉନି। ଏପରିକି ଓମ୍‍ଫେଡର ଆର୍ଥିକ ସ୍ଥିତି ବି ଭଲ ନାହିଁ। ଓମ୍‌ଫେଡକୁ ପୁଣି ଥରେ ଏକ ଲାଭ ଦାୟକ ସଂସ୍ଥାରେ ପରିଣତ କରିବା ପାଇଁ ପ୍ରାଣୀ ସମ୍ପଦ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି। ଗୋଟିଏ ଗାଈ କିପରି ୫ ଲିଟରରୁ ୧୦ ଲିଟର ଯାଏଁ କ୍ଷୀର ଦେବ ସେଥିପାଇଁ ରାଜ୍ୟ ସରକାର ବୈଜ୍ଞାନିକ ପ୍ରଣାଳୀରେ ଗୋପାଳନ କରିବାକୁ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବେ। ଏଥିପାଇଁ ଗାଁ ଚାଷୀଙ୍କୁ ସଚେତନ କରାଯିବ। ଗାଈଙ୍କ ବପନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଗାଈକୁ ୧୦ ଥର ବପନ କଲେ ସେ ଗର୍ଭଧାରଣ କରିଥାଏ। ଫଳରେ ସେଇ ଗାଈ ୨୦୦ ଦିନ ଯାଏଁ କ୍ଷୀର ବନ୍ଦ କରିଥାଏ। ଯାହାକି ଗୋପାଳନ କରୁଥିବା ଲୋକକୁ କ୍ଷତି ପହଞ୍ଚାଇଥାଏ। ତେଣୁ କୃତ୍ରିମ ବପନ ଦ୍ୱାରା ଶୀଘ୍ର ବାଛୁରୀ ଜନ୍ମ ହେବା ପାଇଁ ନୂଆ ଜ୍ଞାନକୌଶଳ ବ୍ୟବହାର କରାଯିବ। ବିଦେଶରେ ଚାଲିଥିବା କୃତ୍ରିମ ବପନ ନେଇ ଗବେଷଣା ପାଇଁ ବିଶେଷଜ୍ଞ ଦଳ ଗଠନ କରାଯିବ। ଯାହାକି ପ୍ରାଣୀସମ୍ପଦ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେବ।

ଆହୁରି ପଢ଼ନ୍ତୁ: ଶିଶୁଙ୍କ ଚାଉଳ ଓ ଛତୁଆ ବିକୁଥିଲେ ଅଙ୍ଗନବାଡ଼ି ଦିଦି, ଅଟୋ ସହ ରାସନ ସାମଗ୍ରୀ ଜବତ କଲେ ଗ୍ରାମବାସୀ

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୭୦୦ ପଞ୍ଜିକୃତ ଓ ଏକ ହଜାର ଅଣ ପଞ୍ଜିକୃତ ପ୍ରାଇମାରି ମିଲ୍କ ପ୍ରଡ୍ୟୁସର କୋପରେଟିଭ୍‍ ସୋସାଇଟି (ଏମ୍‍ପିସିଏସ୍‍)ରହିଛି। ଏଥିରେ ୨ ଲକ୍ଷ ୯୨ ହଜାର କ୍ଷୀର ଚାଷୀ ଅଛନ୍ତି। ଏମ୍‍ପିସିଏସ୍‍ ଓ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ମିଳିତ ଭାବେ କ୍ଷୀର ଦର ଧାର୍ଯ୍ୟ କରିଥାନ୍ତି। ଯାହା ସ୍ଥାନର ଦୂରତା ଓ ପରିବହନ ଖର୍ଚ୍ଚକୁ ଆଖି ଆଗରେ ରଖି ଧାର୍ଯ୍ୟ କରାଯାଇଥାଏ। ସେମାନଙ୍କ ଠାରୁ ରାଜ୍ୟରେ ଥିବା ୧୨ଟି ମିଲ୍କ ୟୁନିୟନ କ୍ଷୀର କିଣିଥାନ୍ତି। ମିଲ୍କ ୟୁନିୟନ୍‍ ଓମ୍‍ଫେଡକୁ କ୍ଷୀର ବିକ୍ରି କରିଥାନ୍ତି। ୮.୫% ଛେନା ଅଂଶ ଓ ୪% ଘିଅ ଅଂଶ ଥିବା କ୍ଷୀରକୁ ଓମ୍‌ଫେଡ କିଣିଥାଏ। ପରବର୍ତ୍ତୀ ସମୟରେ କ୍ଷୀରକୁ ପ୍ୟାକେଟ କରି ବଜାରକୁ ଛାଡିଥାଏ ଓମ୍‌ଫେଡ। ଯାହା ଓମ୍‌ଫେଡ ନିୟନ୍ତ୍ରଣରେ ଥିବା ୧୨ଟି ପ୍ଲାଣ୍ଟର ମିଲ୍କ ୟୁନିୟନ୍‍ର ୨ଟି ପ୍ଲାଣ୍ଟରେ କରାଯାଇଥାଏ। ଆଗାମୀ ଦିନରେ ଏହି କାମକୁ ଆହୁରି ସହଜ କରିବା ପାଇଁ ଏବେ ବିଭାଗ ଚିନ୍ତା କରୁଛି।

ଆହୁରି ପଢ଼ନ୍ତୁ: ଓଇଆରସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ କୁମାର ଜେନା

26 Jun 2022 By The Sakala

ନୂଆ ରୂପରେ ଆସିବ ଓମ୍‌ଫେଡ

ଭୁବନେଶ୍ୱର : ନୂଆ ରୂପରେ ଆସିବ ଓମ୍‌ଫେଡ। ଏଥିପାଇଁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଂଶକ୍ତିକରଣ ବିଭାଗ ନୂଆ ଯୋଜନା କରୁଛି। ଗୋପାଳନ କରୁଥିବା ଚାଷୀଙ୍କୁ ଉଦ୍ୟୋଗୀ କରିବା ସହ ଦୁଗ୍ଧ ଜାତ ଦ୍ରବ୍ୟକୁ ଉଚିତ ଦାମ୍‍ରେ ଗ୍ରାହକଙ୍କୁ ଦେବା ଏହି ରୂପାନ୍ତରଣର ମୂଳ ଆଭିମୁଖ୍ୟ। ଏଥିପାଇଁ ରାଜ୍ୟ ସରକାର ଗୋପାଳନ କରିବା ପାଇଁ ଯୁବ ଚାଷୀମାନଙ୍କୁ ପ୍ରୋତ୍ସାହିତ ବି କରିବା ଆରମ୍ଭ କରିଛନ୍ତି। ସବ୍‍ସିଡି ପ୍ରାପ୍ତ କରି ଚାଷୀମାନେ କିପରି ନିଜ ଖର୍ଚ୍ଚରେ ଡାଏରୀ ପ୍ରକଳ୍ପ ଆରମ୍ଭ କରିପାରିବେ ସେଥିପାଇଁ ବି କୃଷି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସିମେନ୍‍ ଉପରେ ଗୁରୁତ୍ୱ ଦିଆଯାଇ ମାଈ ବାଛୁରୀ ସଂଖ୍ୟା ବୃଦ୍ଧି ପାଇଁ ଚାଷୀମାନଙ୍କୁ ସବ୍‍ସିଡି ଦାମ୍‍ରେ ଏହା ଯୋଗାଇ ଦେବାକୁ ବି ବ୍ୟବସ୍ଥା କରାଯାଉଛି।

ପ୍ୟାକେଟ୍‍ କ୍ଷୀରକୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଓମ୍‌ଫେଡ। ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ବିକ୍ରିବଟାରୁ ବାହାରୁଥିବା ଅର୍ଥରୁ ପରିଚାଳିତ ଓମ୍‍ଫେଡ କିପରି ବଜାର ସହ ଖାପ ଖୁଆଇ ପାରିବ ସେଥିପାଇଁ ଯୋଜନା କରାଯାଉଛି। ପୂର୍ବରୁ ମାର୍କେଟ୍‍ରେ ଏକା ଓମ୍‌ଫେଡ କ୍ଷୀର ବିକ୍ରି କରୁଥିବାରୁ ଲାଭରେ ଚାଲିଥିଲା। ହେଲେ ଏବେ ୫ରୁ ଅଧିକ ଘରୋଇ କମ୍ପାନୀ କ୍ଷୀର ବିକ୍ରି କରୁଥିବାରୁ ଓମ୍‌ଫେଡର ସେତେଟା ଲାଭ ହେଉନି। ଏପରିକି ଓମ୍‍ଫେଡର ଆର୍ଥିକ ସ୍ଥିତି ବି ଭଲ ନାହିଁ। ଓମ୍‌ଫେଡକୁ ପୁଣି ଥରେ ଏକ ଲାଭ ଦାୟକ ସଂସ୍ଥାରେ ପରିଣତ କରିବା ପାଇଁ ପ୍ରାଣୀ ସମ୍ପଦ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି। ଗୋଟିଏ ଗାଈ କିପରି ୫ ଲିଟରରୁ ୧୦ ଲିଟର ଯାଏଁ କ୍ଷୀର ଦେବ ସେଥିପାଇଁ ରାଜ୍ୟ ସରକାର ବୈଜ୍ଞାନିକ ପ୍ରଣାଳୀରେ ଗୋପାଳନ କରିବାକୁ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବେ। ଏଥିପାଇଁ ଗାଁ ଚାଷୀଙ୍କୁ ସଚେତନ କରାଯିବ। ଗାଈଙ୍କ ବପନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଗାଈକୁ ୧୦ ଥର ବପନ କଲେ ସେ ଗର୍ଭଧାରଣ କରିଥାଏ। ଫଳରେ ସେଇ ଗାଈ ୨୦୦ ଦିନ ଯାଏଁ କ୍ଷୀର ବନ୍ଦ କରିଥାଏ। ଯାହାକି ଗୋପାଳନ କରୁଥିବା ଲୋକକୁ କ୍ଷତି ପହଞ୍ଚାଇଥାଏ। ତେଣୁ କୃତ୍ରିମ ବପନ ଦ୍ୱାରା ଶୀଘ୍ର ବାଛୁରୀ ଜନ୍ମ ହେବା ପାଇଁ ନୂଆ ଜ୍ଞାନକୌଶଳ ବ୍ୟବହାର କରାଯିବ। ବିଦେଶରେ ଚାଲିଥିବା କୃତ୍ରିମ ବପନ ନେଇ ଗବେଷଣା ପାଇଁ ବିଶେଷଜ୍ଞ ଦଳ ଗଠନ କରାଯିବ। ଯାହାକି ପ୍ରାଣୀସମ୍ପଦ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେବ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୭୦୦ ପଞ୍ଜିକୃତ ଓ ଏକ ହଜାର ଅଣ ପଞ୍ଜିକୃତ ପ୍ରାଇମାରି ମିଲ୍କ ପ୍ରଡ୍ୟୁସର କୋପରେଟିଭ୍‍ ସୋସାଇଟି (ଏମ୍‍ପିସିଏସ୍‍)ରହିଛି। ଏଥିରେ ୨ ଲକ୍ଷ ୯୨ ହଜାର କ୍ଷୀର ଚାଷୀ ଅଛନ୍ତି। ଏମ୍‍ପିସିଏସ୍‍ ଓ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ମିଳିତ ଭାବେ କ୍ଷୀର ଦର ଧାର୍ଯ୍ୟ କରିଥାନ୍ତି। ଯାହା ସ୍ଥାନର ଦୂରତା ଓ ପରିବହନ ଖର୍ଚ୍ଚକୁ ଆଖି ଆଗରେ ରଖି ଧାର୍ଯ୍ୟ କରାଯାଇଥାଏ। ସେମାନଙ୍କ ଠାରୁ ରାଜ୍ୟରେ ଥିବା ୧୨ଟି ମିଲ୍କ ୟୁନିୟନ କ୍ଷୀର କିଣିଥାନ୍ତି। ମିଲ୍କ ୟୁନିୟନ୍‍ ଓମ୍‍ଫେଡକୁ କ୍ଷୀର ବିକ୍ରି କରିଥାନ୍ତି। ୮.୫% ଛେନା ଅଂଶ ଓ ୪% ଘିଅ ଅଂଶ ଥିବା କ୍ଷୀରକୁ ଓମ୍‌ଫେଡ କିଣିଥାଏ। ପରବର୍ତ୍ତୀ ସମୟରେ କ୍ଷୀରକୁ ପ୍ୟାକେଟ କରି ବଜାରକୁ ଛାଡିଥାଏ ଓମ୍‌ଫେଡ। ଯାହା ଓମ୍‌ଫେଡ ନିୟନ୍ତ୍ରଣରେ ଥିବା ୧୨ଟି ପ୍ଲାଣ୍ଟର ମିଲ୍କ ୟୁନିୟନ୍‍ର ୨ଟି ପ୍ଲାଣ୍ଟରେ କରାଯାଇଥାଏ। ଆଗାମୀ ଦିନରେ ଏହି କାମକୁ ଆହୁରି ସହଜ କରିବା ପାଇଁ ଏବେ ବିଭାଗ ଚିନ୍ତା କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର