ମନୋରଞ୍ଜନ
ଓଡ଼ିଶା
ପ୍ରଯୋଜକ ଟୁଟୁ ନାୟକ ଗିରଫ, ସାମ୍ବାଦିକାଙ୍କୁ ମାଡ଼ ମାରିବା ମାମଲାରେ ଗିରଫ କଲା ପୋଲିସ
ଭୁବନେଶ୍ୱର: ମହଙ୍ଗା ପଡିଲା ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା । ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ । ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ଥାନା ପୋଲିସ । 354,294,341,323 ଦଫାରେ ଟୁଟୁ ନାୟକଙ୍କୁ ଗିରଫ କରିଛି ପୋଲିସ । ସୂଚନାଯୋଗ୍ୟ, ମହିଳା ସାମ୍ବାଦିକା ଦେବସ୍ମିତା ରାଉତ ଏକ ଚଳଚିତ୍ରର ପ୍ରିମିୟର୍ ଶୋ’ର ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । ଏନେଇ ମହିଳା ସାମ୍ବାଦିକା […]
ଭୁବନେଶ୍ୱର: ମହଙ୍ଗା ପଡିଲା ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା । ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ । ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ଥାନା ପୋଲିସ । 354,294,341,323 ଦଫାରେ ଟୁଟୁ ନାୟକଙ୍କୁ ଗିରଫ କରିଛି ପୋଲିସ ।
ଆହୁରି ପଢ଼ନ୍ତୁ: ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ: ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ କଣ୍ଟ୍ରୋଲ୍ ରୁମରେ ୧୦୦% ମହିଳା ଅପରେଟର
ସୂଚନାଯୋଗ୍ୟ, ମହିଳା ସାମ୍ବାଦିକା ଦେବସ୍ମିତା ରାଉତ ଏକ ଚଳଚିତ୍ରର ପ୍ରିମିୟର୍ ଶୋ’ର ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । ଏନେଇ ମହିଳା ସାମ୍ବାଦିକା ଜଣକ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଅଭିଯୋଗ ପରେ ଥାନାରେ ହାଜର ହୋଇଥିଲେ ପ୍ରଯୋଜକ ଟୁଟୁ ନାୟକ । ଏହାପରେ ଥାନାରେ ତାଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ।
ଏପଟେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ। ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।






