୧୮ ତାରିଖରୁ ଗଡିବ ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ଆସନ୍ତା ୧୮ ତାରିଖରେ ଓଡ଼ିଶାରେ ପ୍ରଥମଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ-ହାୱଡ଼ା ମଧ୍ୟରେ ଏହି ଦ୍ରୁତଗାମୀ ଏବଂ ଅତ୍ୟାଧୁନିକ ଟ୍ରେନ୍ ଚଳାଚଳ କରିବ। ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ବନ୍ଦେ ଭାରତ ଟ୍ରେନ ଚଳାଚଳ ଶୁଭାରମ୍ଭ ଉତ୍ସବରେ ପୁରୀ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ […]
ଭୁବନେଶ୍ବର : ଆସନ୍ତା ୧୮ ତାରିଖରେ ଓଡ଼ିଶାରେ ପ୍ରଥମଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ-ହାୱଡ଼ା ମଧ୍ୟରେ ଏହି ଦ୍ରୁତଗାମୀ ଏବଂ ଅତ୍ୟାଧୁନିକ ଟ୍ରେନ୍ ଚଳାଚଳ କରିବ। ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ବନ୍ଦେ ଭାରତ ଟ୍ରେନ ଚଳାଚଳ ଶୁଭାରମ୍ଭ ଉତ୍ସବରେ ପୁରୀ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, ପ୍ରତିଦିନ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟା ୧୦ ମିନିଟରେ ହାୱଡା ଷ୍ଟେସନରୁ ବାହାରି ୧୨ଟା ୨୫ମିନିଟରେ ପୁରୀରେ ପହଞ୍ଚିବ। ସେହିପରି ଅପରାହ୍ନ ଗୋଟାଏ ୫୦ ମିନିଟରେ ପୁରୀ ଷ୍ଟେସନ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ। ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ବର, ଖଡ଼ଗପୁର ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ୍ ୨ ମିନିଟ ଲେଖାଏଁ ଏହି ଟ୍ରେନ୍ ରହିବ।
ପୁରୀ-ହାୱଡ଼ା ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ୧୬ଟି କୋଚ୍ ରହିଛି। ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଗତି କରିପାରିବ। ଫଳରେ ହାୱଡାରୁ ପୁରୀ ଯାତ୍ରା ସମୟ ୨ ଘଣ୍ଟା କମିଯିବ। ଟ୍ରେନ୍ ଚାଲୁଥିବା ଯାଏଁ ଡୋର୍ ଖୋଲିବ ନାହିଁ କିମ୍ବା ବନ୍ଦ ନ ହେବା ଯାଏଁ ଚାଲିବ ନାହିଁ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଲାଗିଛି ଅଟୋମେଟେଡ୍ କ୍ଲୋଜିଂ ଡୋର୍। ସୂଚନାଯୋଗ୍ୟ ଗତ ଏପ୍ରିଲ ୨୮ ଓ ମେ’ ୭ ତାରିଖରେ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇସାରିଛି।