ଅମ୍ରିତଙ୍କ ଚିକିତ୍ସା ପାଇଁ ଅଜଣା ହେଉଛନ୍ତି ସାହା : ଆଗେଇ ଆସୁଛନ୍ତି ବଦାନ୍ୟ ବ୍ୟକ୍ତି, ଆବଶ୍ୟକ ଆଉ ୬୦ ଲକ୍ଷ

The Sakala Picture
Published On

ଚେନ୍ନାଇ ଆପୋଲୋରେ ନିର୍ଦୟ ମହାମାରୀରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅମ୍ରିତ ପ୍ରଧାନଙ୍କ ପାଇଁ ଛୁଟୁଛି ସହାୟତା । କେବଳ ସହାୟତା ନୁହେଁ ଓଡିଆ ପୁଅର ଅସମୟରେ ସାଥ ଦେଇଛି ସାରା ବିଶ୍ୱ । ୨୪ ବର୍ଷୀୟ ଏହି ଯୁବକଙ୍କୁ ବଂଚାଇବା ପାଇଁ ସମସ୍ତେ ଲାଗିପଡିଛନ୍ତି । କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଅମ୍ରିତଙ୍କ ପାଇଁ ଯୋଗାଡ ହୋଇ ସାରିଲାଣି ୯୧ ଲକ୍ଷ ୨୬ ହଜାର ୮୫୭ ଟଙ୍କା । । ମିଲାପ ଫଣ୍ଡ ଜରିଆରେ ୩୬ ଘଂଟା […]

ଚେନ୍ନାଇ ଆପୋଲୋରେ ନିର୍ଦୟ ମହାମାରୀରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅମ୍ରିତ ପ୍ରଧାନଙ୍କ ପାଇଁ ଛୁଟୁଛି ସହାୟତା । କେବଳ ସହାୟତା ନୁହେଁ ଓଡିଆ ପୁଅର ଅସମୟରେ ସାଥ ଦେଇଛି ସାରା ବିଶ୍ୱ । ୨୪ ବର୍ଷୀୟ ଏହି ଯୁବକଙ୍କୁ ବଂଚାଇବା ପାଇଁ ସମସ୍ତେ ଲାଗିପଡିଛନ୍ତି । କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଅମ୍ରିତଙ୍କ ପାଇଁ ଯୋଗାଡ ହୋଇ ସାରିଲାଣି ୯୧ ଲକ୍ଷ ୨୬ ହଜାର ୮୫୭ ଟଙ୍କା । । ମିଲାପ ଫଣ୍ଡ ଜରିଆରେ ୩୬ ଘଂଟା ଭିତରେ ଆଉ ୧୬ ଲକ୍ଷ ଟଙ୍କା ମିଳିପାରିଛି । ୧ ହଜାର ୫୮୦ ଜଣ ଅଜଣା ବ୍ୟକ୍ତି ଏହି ଆର୍ଥିକ ସହାୟତା କରିଛନ୍ତି ।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ମିଳିଥିବା ସୂଚନା ମୁତାବକ ଗତକାଲି ଅମ୍ରିତ ପ୍ରଧାନଙ୍କ ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଛି । ଏକ ପାଇପ ମାଧ୍ୟମରେ ଫୁସଫୁସ୍ କୁ ଅକ୍ସିଜେନ ସପ୍ଲାଇ କରାଯାଉଛି। ଡାକ୍ତର କହିଛନ୍ତି ଯେ ବର୍ତ୍ତମାନ ଅମ୍ରିତଙ୍କ ସ୍ବାସ୍ଥ୍ୟ ସ୍ଥିର ଥିଲେ ମଧ୍ୟ ସେ ଏବେ ବି ଗୁରୁତର ଅଛନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ଏକମୋ ମେସିନ୍ ଉପରେ ନିର୍ଭରଶୀଳ ଅଛନ୍ତି । କୋଭିଡରେ ସଂକ୍ରମଣ ହେବା ପରେ ଅମ୍ରିତଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା । ଭୁବନେଶ୍ୱର ଏମସରେ ଚିକିତ୍ସା ଜାରି ରହିଥିବାବେଳେ ଉନ୍ନତ ଚିକିତ୍ସା ପାଇଁ ଚେନ୍ନାଇ ଆପୋଲୋ ହସ୍ପିଟାଲକୁ ନେବାର ଆବଶ୍ୟକତା ପଡିଥିଲା ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

କିନ୍ତୁ ଅମ୍ରିତଙ୍କ ଚିକିତ୍ସା ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ଜରୁରୀ ଥିବା ବେଳେ ଏତେ ଅର୍ଥ ପାଇଁ ଅସହାୟ ପାଲଟିଥିଲେ ପରିବାର । ତେବେ ତାଙ୍କ ଭଉଣୀ ମନୀଷା ଏବଂ କିଛି ସାଙ୍ଗସାଥୀ ମିଶି ସହାୟତା କରିବାକୁ ଆଗେଇ ଆସିଥିଲେ। ସେମାନେ ମିଲାପ ଫଣ୍ଡ ରେଜର ସହାୟତାରେ ସାମାଜିକ ଗଣମାଧ୍ୟମରେ ସହାୟତା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ଆଉ ପରେ ଅମ୍ରିତଙ୍କ ଜୀବନ ବଞ୍ଚାଇବା ପାଇଁ ବାହାରି ଆସିଛି ଏ ମାନବ ଜାତି । ମହାମାରୀ କୋଭିଡର କଠୋର ନିୟତୀ ଭିତରେ ଏ ସମାଜ ଏକାଠି ହୋଇଛି । ଆଉ ଜଣେ ଅଚିହ୍ନା ଯୁବକର ଜୀବନ ପାଇଁ ଆଗେଇ ଆସିଛି ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

07 Jun 2021 By The Sakala

ଅମ୍ରିତଙ୍କ ଚିକିତ୍ସା ପାଇଁ ଅଜଣା ହେଉଛନ୍ତି ସାହା : ଆଗେଇ ଆସୁଛନ୍ତି ବଦାନ୍ୟ ବ୍ୟକ୍ତି, ଆବଶ୍ୟକ ଆଉ ୬୦ ଲକ୍ଷ

ଚେନ୍ନାଇ ଆପୋଲୋରେ ନିର୍ଦୟ ମହାମାରୀରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅମ୍ରିତ ପ୍ରଧାନଙ୍କ ପାଇଁ ଛୁଟୁଛି ସହାୟତା । କେବଳ ସହାୟତା ନୁହେଁ ଓଡିଆ ପୁଅର ଅସମୟରେ ସାଥ ଦେଇଛି ସାରା ବିଶ୍ୱ । ୨୪ ବର୍ଷୀୟ ଏହି ଯୁବକଙ୍କୁ ବଂଚାଇବା ପାଇଁ ସମସ୍ତେ ଲାଗିପଡିଛନ୍ତି । କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଅମ୍ରିତଙ୍କ ପାଇଁ ଯୋଗାଡ ହୋଇ ସାରିଲାଣି ୯୧ ଲକ୍ଷ ୨୬ ହଜାର ୮୫୭ ଟଙ୍କା । । ମିଲାପ ଫଣ୍ଡ ଜରିଆରେ ୩୬ ଘଂଟା ଭିତରେ ଆଉ ୧୬ ଲକ୍ଷ ଟଙ୍କା ମିଳିପାରିଛି । ୧ ହଜାର ୫୮୦ ଜଣ ଅଜଣା ବ୍ୟକ୍ତି ଏହି ଆର୍ଥିକ ସହାୟତା କରିଛନ୍ତି ।

ମିଳିଥିବା ସୂଚନା ମୁତାବକ ଗତକାଲି ଅମ୍ରିତ ପ୍ରଧାନଙ୍କ ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଛି । ଏକ ପାଇପ ମାଧ୍ୟମରେ ଫୁସଫୁସ୍ କୁ ଅକ୍ସିଜେନ ସପ୍ଲାଇ କରାଯାଉଛି। ଡାକ୍ତର କହିଛନ୍ତି ଯେ ବର୍ତ୍ତମାନ ଅମ୍ରିତଙ୍କ ସ୍ବାସ୍ଥ୍ୟ ସ୍ଥିର ଥିଲେ ମଧ୍ୟ ସେ ଏବେ ବି ଗୁରୁତର ଅଛନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ଏକମୋ ମେସିନ୍ ଉପରେ ନିର୍ଭରଶୀଳ ଅଛନ୍ତି । କୋଭିଡରେ ସଂକ୍ରମଣ ହେବା ପରେ ଅମ୍ରିତଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା । ଭୁବନେଶ୍ୱର ଏମସରେ ଚିକିତ୍ସା ଜାରି ରହିଥିବାବେଳେ ଉନ୍ନତ ଚିକିତ୍ସା ପାଇଁ ଚେନ୍ନାଇ ଆପୋଲୋ ହସ୍ପିଟାଲକୁ ନେବାର ଆବଶ୍ୟକତା ପଡିଥିଲା ।

କିନ୍ତୁ ଅମ୍ରିତଙ୍କ ଚିକିତ୍ସା ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ଜରୁରୀ ଥିବା ବେଳେ ଏତେ ଅର୍ଥ ପାଇଁ ଅସହାୟ ପାଲଟିଥିଲେ ପରିବାର । ତେବେ ତାଙ୍କ ଭଉଣୀ ମନୀଷା ଏବଂ କିଛି ସାଙ୍ଗସାଥୀ ମିଶି ସହାୟତା କରିବାକୁ ଆଗେଇ ଆସିଥିଲେ। ସେମାନେ ମିଲାପ ଫଣ୍ଡ ରେଜର ସହାୟତାରେ ସାମାଜିକ ଗଣମାଧ୍ୟମରେ ସହାୟତା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ଆଉ ପରେ ଅମ୍ରିତଙ୍କ ଜୀବନ ବଞ୍ଚାଇବା ପାଇଁ ବାହାରି ଆସିଛି ଏ ମାନବ ଜାତି । ମହାମାରୀ କୋଭିଡର କଠୋର ନିୟତୀ ଭିତରେ ଏ ସମାଜ ଏକାଠି ହୋଇଛି । ଆଉ ଜଣେ ଅଚିହ୍ନା ଯୁବକର ଜୀବନ ପାଇଁ ଆଗେଇ ଆସିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର