ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ବୁଲିବ ଗରୁଡ଼ : ପରିଭ୍ରମଣ ସହ ରହିଛି ଖାଇବା-ରହିବା ବ୍ୟବସ୍ଥା

The Sakala Picture
Published On

ବଲୁଗାଁ : ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ପର୍ଯ୍ୟଟକଙ୍କ ମନ ମୋହିବ ହାଉସ୍ ବୋଟ୍ ଗରୁଡ଼। ଭାରତର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ କେଳରରେ ଯେପରି ବିଭିନ୍ନ ହାଉସ୍‌ ବୋଟ୍‌ରେ ପର୍ଯ୍ୟଟକମାନେ ବୁଲିବାର ସୁବିଧା ପାଉଛନ୍ତି। ସେଭଳି ସୁବିଧା ଚିଲିକାରେ ମିଳିବ।  ଓଡିଶାରେ ପ୍ରଥମ ଥର ପାଇଁ ଚିଲିକାରେ ଆରମ୍ଭ ହୋଇଛି ଏହି ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ହୋଇଛି ହାଉସ୍ ବୋଟ୍ , ଯାହାର ନାଁ ରହିଛି ଗରୁଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ […]

ବଲୁଗାଁ : ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ପର୍ଯ୍ୟଟକଙ୍କ ମନ ମୋହିବ ହାଉସ୍ ବୋଟ୍ ଗରୁଡ଼। ଭାରତର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ କେଳରରେ ଯେପରି ବିଭିନ୍ନ ହାଉସ୍‌ ବୋଟ୍‌ରେ ପର୍ଯ୍ୟଟକମାନେ ବୁଲିବାର ସୁବିଧା ପାଉଛନ୍ତି। ସେଭଳି ସୁବିଧା ଚିଲିକାରେ ମିଳିବ।  ଓଡିଶାରେ ପ୍ରଥମ ଥର ପାଇଁ ଚିଲିକାରେ ଆରମ୍ଭ ହୋଇଛି ଏହି ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ହୋଇଛି ହାଉସ୍ ବୋଟ୍ , ଯାହାର ନାଁ ରହିଛି ଗରୁଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଏହାର ଉଦଘାଟନ କରିବେ।  ଓଡିଶା ସରକାରଙ୍କ ପର୍ଯ୍ୟଟକ ବିଭାଗର ଅନୁମୋଦନ ପରେ ବିକାଶ ଇକୋ ରିସର୍ଟ ପକ୍ଷରୁ ନିର୍ମିତ ହୋଇଛି ଏହି ହାଉସ୍ ବୋଟ୍ “ଗରୁଡ” ।

ଆହୁରି ପଢ଼ନ୍ତୁ: ବିଜେଡିର ନାରୀ ଅଧିକାର ଅଭିଯାନ: ନବୀନ କହିଲେ 'ମା’ଙ୍କ ପାଇଁ ଲଢ଼ୁଛୁ, ଲଢ଼ି ଚାଲିଥିବୁ'

ଆହୁରି ପଢ଼ନ୍ତୁ: ନିଜ ପୁଅକୁ ମାରି ପୋତିଦେଲା ନୃଶଂସ ବାପା, ୬ ଦିନ ପରେ ଜଙ୍ଗଲରୁ ମୃତଦେହ ଉଦ୍ଧାର

ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ପରିଭ୍ରମଣରେ ରାଜ୍ୟ ତଥା ରାଜ୍ୟବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଭରପୁର ମନୋରଂଜନ ଯୋଗାଇଦେବା ସହିତ ଚିଲିକା ହ୍ରଦରେ ରାତ୍ରୀ ଯାପନ ନିମନ୍ତେ ଖାଦ୍ୟ ଓ ପାନୀୟ ଆଦି ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିବ। ଚଳିତ ଜୁନ ମାସରେ ଚିଲିକା ହ୍ରଦରେ ଅତ୍ୟାଧୁନିକ କୌଶଳରେ ନିର୍ମିତ ହାଉସ୍ ବୋଟ୍ ଗରୁଡ ଚାଲିବ। ଏହି ମାସ ଦିତୀୟ ସପ୍ତାହରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ବୋଲି ସୂଚନା ରହିଛି। ବିକାଶ ଇକୋ ରିସୋର୍ସ ପକ୍ଷରୁ ଏହି ହାଉସ ବୋଟ ଗରୁଡ଼ର ପରିଚାଳନା ଦାୟୀତ୍ୱ ନେଇଥିବା ସ୍ଥଳେ ଚିଲିକା ଉନ୍ନୟନ କତ୍ତୃପକ୍ଷ ଏବଂ ଓଡିଶା ସରକାର ଚିଲିକାରେ ଗରୁଡକୁ ଚଲାଇବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: କୁରାଲୋଇରେ ଭିନ୍ନକ୍ଷମଙ୍କ ପାଇଁ ସହାୟତାର ହାତ ବଢାଇଛି ବେଦାନ୍ତ ଆଲୁମିନିୟମ, ସମାବେଶୀ ଗୋଷ୍ଠି ବିକାଶ ପ୍ରତି ପ୍ରତିବଦ୍ଧ

ଏଥିରେ ପର୍ଯ୍ୟଟକଙ୍କ ରହିବା ନିମନ୍ତେ ୬ ଗୋଟି ବିଳାସପୂର୍ଣ୍ଣ କୋଠରୀ ସମେତ ବାର ଏବଂ ରେଷ୍ଟୋଓରାଣ୍ଟ୍ ର ସୁବ୍ୟବସ୍ଥା ମଧ୍ୟ ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଏଥିରେ ଗମନା ଗମନ ସହ ରାତ୍ରୀ ଯାପନ ନିମନ୍ତେ ସହାୟକ ହେବ। ବଡ଼କୁଳ ପାନ୍ଥନିବାସ ଜେଟି ନିକଟରେ ଏହି ଗରୁଡ଼ ବୋଟଟି ବର୍ତ୍ତମାନ ରଖାଯାଇଛି। ପାଣିର ଗଭୀରତା ଦେଖି ଚିଲିକା ହ୍ରଦରେ କାଳିଜାଈ, ନଳବଣ ଓ ସାତପଡ଼ା ଆଦି ଅଞ୍ଚଳକୁ ଗ୍ରସ୍ତ କରି ପର୍ଯ୍ୟଟକ ମାନଙ୍କୁ ଭରପୁର ମନୋରଂଜନ ଦେବ ବୋଲି ପ୍ରସ୍ତୁତକାରୀ ବିକାଶ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଗୌତମ ଅଗ୍ରୱାଲା ସୂଚନା ଦେଇଛନ୍ତି।

ଗରୁଡରେ ଲୋକମାନେ ତଥା ପର୍ଯ୍ୟଟକ ଚିଲିକା ପରିଭ୍ରମଣ କରିବା ସହ  ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବେ । ଏହାସହ ବାର୍ଥ-ଡେ’ ପାର୍ଟି , ରିଙ୍ଗ୍-ସେରିମନି , ବିବାହ ବାର୍ଷିକୀ ପାଳନ , ରାତ୍ରୀ ଯାପନ ବ୍ୟବସ୍ଥା ଇତ୍ୟାଦିର ମଜ୍ଜା ନେଇପାରିବେ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମୂଲ୍ୟ ଧାର୍ଯ୍ୟ କରାଯାଉଛି। ପ୍ରାୟ ୫୦ ଲୋକଙ୍କ ପାଇଁ ରହିବା , ଖାଇବା ର ବ୍ୟବସ୍ଥା ରହିଛି । ବେଡରୁମର ବି ବ୍ୟବସ୍ଥା ରହିଛି । ପର୍ଯ୍ୟଟକଙ୍କୁ ଖୁବ୍ ଆକୃଷ୍ଟ କରିବାରେ ସହାୟକ ହେବ ଏହି ‘ଗରୁଡ’ । ଚିଲିକାରେ ପର୍ଯ୍ୟଟ ମାନଙ୍କର ଖୁସି କୁ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଲିକାରେ “ଗରୁଡ଼” ଉଦଘାଟନ ଅପକ୍ଷୋରେ ରହିିଛି। ତେବେ ଆଗାମୀ ଦିନରେ ଏହି ହାଉସ୍ ବୋଟ ଗରୁଡ ଚିଲିକାରେ ପର୍ଯ୍ୟଟକଙ୍କ ମନ ମୋହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

06 Jun 2022 By The Sakala

ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ବୁଲିବ ଗରୁଡ଼ : ପରିଭ୍ରମଣ ସହ ରହିଛି ଖାଇବା-ରହିବା ବ୍ୟବସ୍ଥା

ବଲୁଗାଁ : ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ପର୍ଯ୍ୟଟକଙ୍କ ମନ ମୋହିବ ହାଉସ୍ ବୋଟ୍ ଗରୁଡ଼। ଭାରତର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ କେଳରରେ ଯେପରି ବିଭିନ୍ନ ହାଉସ୍‌ ବୋଟ୍‌ରେ ପର୍ଯ୍ୟଟକମାନେ ବୁଲିବାର ସୁବିଧା ପାଉଛନ୍ତି। ସେଭଳି ସୁବିଧା ଚିଲିକାରେ ମିଳିବ।  ଓଡିଶାରେ ପ୍ରଥମ ଥର ପାଇଁ ଚିଲିକାରେ ଆରମ୍ଭ ହୋଇଛି ଏହି ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ହୋଇଛି ହାଉସ୍ ବୋଟ୍ , ଯାହାର ନାଁ ରହିଛି ଗରୁଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଏହାର ଉଦଘାଟନ କରିବେ।  ଓଡିଶା ସରକାରଙ୍କ ପର୍ଯ୍ୟଟକ ବିଭାଗର ଅନୁମୋଦନ ପରେ ବିକାଶ ଇକୋ ରିସର୍ଟ ପକ୍ଷରୁ ନିର୍ମିତ ହୋଇଛି ଏହି ହାଉସ୍ ବୋଟ୍ “ଗରୁଡ” ।

ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ପରିଭ୍ରମଣରେ ରାଜ୍ୟ ତଥା ରାଜ୍ୟବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଭରପୁର ମନୋରଂଜନ ଯୋଗାଇଦେବା ସହିତ ଚିଲିକା ହ୍ରଦରେ ରାତ୍ରୀ ଯାପନ ନିମନ୍ତେ ଖାଦ୍ୟ ଓ ପାନୀୟ ଆଦି ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିବ। ଚଳିତ ଜୁନ ମାସରେ ଚିଲିକା ହ୍ରଦରେ ଅତ୍ୟାଧୁନିକ କୌଶଳରେ ନିର୍ମିତ ହାଉସ୍ ବୋଟ୍ ଗରୁଡ ଚାଲିବ। ଏହି ମାସ ଦିତୀୟ ସପ୍ତାହରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ବୋଲି ସୂଚନା ରହିଛି। ବିକାଶ ଇକୋ ରିସୋର୍ସ ପକ୍ଷରୁ ଏହି ହାଉସ ବୋଟ ଗରୁଡ଼ର ପରିଚାଳନା ଦାୟୀତ୍ୱ ନେଇଥିବା ସ୍ଥଳେ ଚିଲିକା ଉନ୍ନୟନ କତ୍ତୃପକ୍ଷ ଏବଂ ଓଡିଶା ସରକାର ଚିଲିକାରେ ଗରୁଡକୁ ଚଲାଇବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି।

ଏଥିରେ ପର୍ଯ୍ୟଟକଙ୍କ ରହିବା ନିମନ୍ତେ ୬ ଗୋଟି ବିଳାସପୂର୍ଣ୍ଣ କୋଠରୀ ସମେତ ବାର ଏବଂ ରେଷ୍ଟୋଓରାଣ୍ଟ୍ ର ସୁବ୍ୟବସ୍ଥା ମଧ୍ୟ ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଏଥିରେ ଗମନା ଗମନ ସହ ରାତ୍ରୀ ଯାପନ ନିମନ୍ତେ ସହାୟକ ହେବ। ବଡ଼କୁଳ ପାନ୍ଥନିବାସ ଜେଟି ନିକଟରେ ଏହି ଗରୁଡ଼ ବୋଟଟି ବର୍ତ୍ତମାନ ରଖାଯାଇଛି। ପାଣିର ଗଭୀରତା ଦେଖି ଚିଲିକା ହ୍ରଦରେ କାଳିଜାଈ, ନଳବଣ ଓ ସାତପଡ଼ା ଆଦି ଅଞ୍ଚଳକୁ ଗ୍ରସ୍ତ କରି ପର୍ଯ୍ୟଟକ ମାନଙ୍କୁ ଭରପୁର ମନୋରଂଜନ ଦେବ ବୋଲି ପ୍ରସ୍ତୁତକାରୀ ବିକାଶ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଗୌତମ ଅଗ୍ରୱାଲା ସୂଚନା ଦେଇଛନ୍ତି।

ଗରୁଡରେ ଲୋକମାନେ ତଥା ପର୍ଯ୍ୟଟକ ଚିଲିକା ପରିଭ୍ରମଣ କରିବା ସହ  ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବେ । ଏହାସହ ବାର୍ଥ-ଡେ’ ପାର୍ଟି , ରିଙ୍ଗ୍-ସେରିମନି , ବିବାହ ବାର୍ଷିକୀ ପାଳନ , ରାତ୍ରୀ ଯାପନ ବ୍ୟବସ୍ଥା ଇତ୍ୟାଦିର ମଜ୍ଜା ନେଇପାରିବେ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମୂଲ୍ୟ ଧାର୍ଯ୍ୟ କରାଯାଉଛି। ପ୍ରାୟ ୫୦ ଲୋକଙ୍କ ପାଇଁ ରହିବା , ଖାଇବା ର ବ୍ୟବସ୍ଥା ରହିଛି । ବେଡରୁମର ବି ବ୍ୟବସ୍ଥା ରହିଛି । ପର୍ଯ୍ୟଟକଙ୍କୁ ଖୁବ୍ ଆକୃଷ୍ଟ କରିବାରେ ସହାୟକ ହେବ ଏହି ‘ଗରୁଡ’ । ଚିଲିକାରେ ପର୍ଯ୍ୟଟ ମାନଙ୍କର ଖୁସି କୁ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଲିକାରେ “ଗରୁଡ଼” ଉଦଘାଟନ ଅପକ୍ଷୋରେ ରହିିଛି। ତେବେ ଆଗାମୀ ଦିନରେ ଏହି ହାଉସ୍ ବୋଟ ଗରୁଡ ଚିଲିକାରେ ପର୍ଯ୍ୟଟକଙ୍କ ମନ ମୋହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର