ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା, ମାତ୍ର ୪ ଦିନରେ ପାସପୋର୍ଟ ଭେରିଫିକେସନ

The Sakala Picture
Published On

ଭୁବନେଶ୍ବର : ପାସପୋର୍ଟ ଭେରିଫିକେସନ କ୍ଷେତ୍ରରେ ଓଡିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏଣିକି ମାତ୍ର ୪ ଦିନ ଭିତରେ ପାସ୍‌ପୋର୍ଟ ଯାଞ୍ଚ ହୋଇପାରିବ ବୋଲି ଓଡିଶା ପୁଲିସ ପକ୍ଷରୁ ସୂଚନା ମିଳିଛି। ଗତ ଅଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ କାର୍ଯ୍ୟ ମାତ୍ର ୬ ଦିନରେ ଶେଷ ହେଉଥିବା ବେଳେ ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧର ୪ ଦିନରେ ଭେରିଫିକେସନ ସମ୍ପର୍ଣ୍ଣ ହୋଇଛି । ୫ ଟି  ଅଧୀନରେ ଏପରି ବୈପ୍ଳବିକ ପରିବର୍ତ୍ତନ ଅଣାଯାଇଥିବା କହିଛନ୍ତି ପୁଲିସ୍‌ ଡିଜି […]

ଭୁବନେଶ୍ବର : ପାସପୋର୍ଟ ଭେରିଫିକେସନ କ୍ଷେତ୍ରରେ ଓଡିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏଣିକି ମାତ୍ର ୪ ଦିନ ଭିତରେ ପାସ୍‌ପୋର୍ଟ ଯାଞ୍ଚ ହୋଇପାରିବ ବୋଲି ଓଡିଶା ପୁଲିସ ପକ୍ଷରୁ ସୂଚନା ମିଳିଛି। ଗତ ଅଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ କାର୍ଯ୍ୟ ମାତ୍ର ୬ ଦିନରେ ଶେଷ ହେଉଥିବା ବେଳେ ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧର ୪ ଦିନରେ ଭେରିଫିକେସନ ସମ୍ପର୍ଣ୍ଣ ହୋଇଛି । ୫ ଟି  ଅଧୀନରେ ଏପରି ବୈପ୍ଳବିକ ପରିବର୍ତ୍ତନ ଅଣାଯାଇଥିବା କହିଛନ୍ତି ପୁଲିସ୍‌ ଡିଜି ଅଭୟ। ଏଥିସହ ସେ କହିଛନ୍ତି, ସମଗ୍ର ଭାରତରେ ତତ୍‌କାଳ ପାସପୋର୍ଟ ଭେରିଫିକେସନ୍‌ ହେଉଥିବା ରାଜ୍ୟ ମଧ୍ୟରେ ଏବେ ଓଡ଼ିଶା ବି ସାମିଲ ହୋଇପାରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ ଅଶାନ୍ତି ଦୂର କରିବାକୁ ଗୁଣିଆ ପାଖକୁ ଯାଇଥିଲେ ମହିଳା, ୩ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ

୫ ଟି  ଅଧିନରେ ସବୁ ଥାନାକୁ ଟାବଲେଟ୍ ବଣ୍ଟନ କରାଯିବା ସହ ସ୍ବତନ୍ତ୍ର ଆପ୍ ଇନଷ୍ଟଲ ହୋଇଛି। ଏହି ଆପ୍ ବ୍ୟତୀତ ସ୍ପେଶାଲ୍ ବ୍ରାଞ୍ଚ ଅଧିକ ସ୍ପଷ୍ଟ ଭାବେ ଭେରିଫିକେସନ୍ ଯାଞ୍ଚକୁ ଗାଇଡ୍ କରିବା ସହ ମନିଟରିଂ କରିବା ଆରମ୍ଭ କରିଦେଇଛି । ସେପ୍ଟେମ୍ବର ମାସର ପ୍ରଥମ ୧୫ ଦିନ ବେଳକୁ ପାସପୋର୍ଟ ଭେରିଫିକେସନ ପାଇଁ ଓଡ଼ିଶା ପୋଲିସକୁ ୪ଦିନ ଲାଗିଥିଲା । ଏନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି ।ଏଭଳି କାର୍ଯ୍ୟ ପାଇଁ ଥାନା ସ୍ତରରେ ପୋଲିସ କର୍ମଚାରୀ ଓ ଜିଲ୍ଲା ସ୍ତରରେ ଏସଏସପି ଓ ସ୍ପେଶାଲ ବ୍ରାଞ୍ଚକୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ।

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଗର୍ଜିଲେ ନବୀନ ପଟ୍ଟନାୟକ; କହିଲେ 'ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ସୁନାମ ନଷ୍ଟ କରୁଛି'

ଆହୁରି ପଢ଼ନ୍ତୁ: ଆଦିବାସୀଙ୍କ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦ୍ବେଗ ପ୍ରକାଶ, ନବୀନଙ୍କ ନିକଟରେ ସମସ୍ୟା ବଖାଣିଲେ ଆଦିବାସୀ ନେତା

ସୂଚନାଯୋଗ୍ୟ ପୁର୍ବରୁ ୨୦୧୮ ଓ ୧୯ ମସିହାରେ ପାସପୋର୍ଟ ଯାଞ୍ଚ ପାଇଁ ୨୬ଦିନ ସମୟ ଲାଗୁଥିଲା । ପରେ ୨୦୨୦ରେ କରୋନା ଯୋଗୁଁ ଏଥିପାଇଁ ୩୬ ଦିନ ସମୟ ଲାଗିଥିଲା । ସେହିପରି ୨୦୧୭ରେ ୯୯ ଦିନ ଲାଗୁ ଥିବା ବେଳେ ୨୦୧୬ରେ ୯୦ ଦିନ ଏବଂ ୨୦୧୫ ମସିହା ବେଳକୁ ପାସପୋର୍ଟ ଯାଞ୍ଚ ପାଇଁ ୩୮ ଦିନ ସମୟ ଲାଗୁଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର