୧୨ ଦଫା ଦାବିରେ ଗର୍ଜିଲା ଓଡିଶା ମାତୃଶକ୍ତି ମିଶନ, ‘ମାସକୁ ସୁଭଦ୍ରା ଟଙ୍କା ୮ ଶହ ଦରକାର ନାହିଁ’

The Sakala Picture
Published On

ରାଉରକେଲା : ୫୦ ହଜାର କହିଥିଲ ହେଲେ ଦେଇଛ ମାତ୍ର ୧୦ ହଜାର ଟଙ୍କା । ଆମର ଦରକାର ନାହିଁ ମାସକୁ ୮୦୦ ଟଙ୍କା । ଫେରାଇ ନିଅ ସୁଭଦ୍ରା ଟଙ୍କା । ତାବଦଳରେ ବରଂ ଆମକୁ ନିଯୁକ୍ତି ଦିଅ ‘ । ବିଭିନ୍ନ ୧୨ ଦଫା ଦାବିରେ ଆଜି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଥିଲେ ଓଡିଶା ମାତୃଶକ୍ତି ମିଶନର ମହିଳାମାନେ । ଓଡ଼ିଶା ମାତୃଶକ୍ତି ମିଶନ ପକ୍ଷରୁ ଆଜି ରାଉରକେଲା ମହାନଗର ନିଗମ […]

ରାଉରକେଲା : ୫୦ ହଜାର କହିଥିଲ ହେଲେ ଦେଇଛ ମାତ୍ର ୧୦ ହଜାର ଟଙ୍କା । ଆମର ଦରକାର ନାହିଁ ମାସକୁ ୮୦୦ ଟଙ୍କା । ଫେରାଇ ନିଅ ସୁଭଦ୍ରା ଟଙ୍କା । ତାବଦଳରେ ବରଂ ଆମକୁ ନିଯୁକ୍ତି ଦିଅ ‘ । ବିଭିନ୍ନ ୧୨ ଦଫା ଦାବିରେ ଆଜି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଥିଲେ ଓଡିଶା ମାତୃଶକ୍ତି ମିଶନର ମହିଳାମାନେ । ଓଡ଼ିଶା ମାତୃଶକ୍ତି ମିଶନ ପକ୍ଷରୁ ଆଜି ରାଉରକେଲା ମହାନଗର ନିଗମ ସମ୍ମୁଖରେ ଶତାଧିକ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏ ନେଇ ଏକ ଦାବିପତ୍ର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଆରଏମସି କମିଶନର ଆଶୁତୋଷ କୁଲକର୍ଣିଙ୍କ ଜରିଆରେ ପ୍ରଦାନ କରିଥିଲେ ।

ମହିଳାମାନଙ୍କୁ ମାସକୁ ୮ ଶହ ଟଙ୍କା ସୁଭଦ୍ରା ଟଙ୍କା ଦରକାର ନାହିଁ । ସରକାର ମହିଳାମାନଙ୍କୁ ଦେଇଥିବା ସୁଭଦ୍ରା ଟଙ୍କା ଫେରାଇ ନେଇ ମହିଳାମାନଙ୍କୁ କାମ ଯୋଗାଇ ଦିଅନ୍ତୁ ଦାବି କରି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ । ଓଡିଶା ମାତୃଶକ୍ତି ମିଶନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ବର୍ଷକୁ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇ ଏବେ ବର୍ଷକୁ ୧୦ ହଜାର ଟଙ୍କା ଦେଇ ରାଜ୍ୟର ମହିଳାମାନଙ୍କୁ ପ୍ରତାରଣା କରିଛନ୍ତି। ଏପରି ସ୍ଥଳେ ସରକାର ସୁଭଦ୍ରା ଯୋଜନା ଟଙ୍କା ଫେରାଇ ନେଇ ବରଂ ତାବଦଳରେ କର୍ମ ନିଯୁକ୍ତି ଯୋଗାଇ ଦିଅନ୍ତୁ ଵୋଲି ଓଡିଶା ମାତୃଶକ୍ତି ମିଶନ ପକ୍ଷରୁ ଦାବି କରାଯାଇଥିଲା ।

ଦାବିପତ୍ର ମୁତାବକ, ପ୍ରତ୍ୟେକ ମହିଳାଙ୍କୁ ଅନ୍ୟୁନ ମାସକୁ ୧୨ ହଜାର ଟଙ୍କାର କାର୍ଯ୍ୟ ବ୍ୟବସ୍ଥା, ନିଗମ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିୟୋଜିତ, ସମସ୍ତ ପାର୍କ ରକ୍ଷଣା ବେକ୍ଷଣ କରିବାକୁ ସ୍ଵୀକୃତି ପ୍ରଦାନ, ସୁନ୍ଦରଗଡ଼ ଜିଲ୍ଲାର ଖଣିଜ ପ୍ରତିଷ୍ଠାନର ସିଏସଆର୍ ଫଣ୍ଡକୁ ଉପଯୋଗ କରି ମହିଳାଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ, ତାଲିମ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇ ମହିଳାଙ୍କୁ ତାଲିମ ପ୍ରଦାନ, ପାଚେରୀ ରଙ୍ଗ ତଥା ପ୍ରଦୂଷଣ ପରିଚାଳନା ପାଇଁ ପଦକ୍ଷେପ ନିଆଯାଉ। ଜୀବିକା ମିଶନ ଯୋଜନାକୁ ସୁଚାରୁରୂପେ ପ୍ରଦତ୍ତ, ପିପିପି ମୋଡରେ ମହିଳାଙ୍କୁ ସମ୍ପୃକ୍ତି କରିବା, ବିଭିନ୍ନ ମାର୍କେଟରେ ଖାଲି ପଡ଼ିଥିବା ଦୋକାନ ଗୃହକୁ ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ, ବେଦବ୍ୟାସରୁ ବ୍ରାହ୍ମଣୀ ବ୍ରିଜ ଯାଏଁ ନଦୀର ଉପକଣ୍ଠ ସଫେଇ ପରିଚାଳନା ପ୍ରଦାନ, ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ନିୟୋଜିତ ଓ ପିଡିଏସ ଚାଉଳ ବଣ୍ଟନ କାର୍ଯ୍ୟ ମହିଳାଙ୍କୁ ଦିଆଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ ରହିଛି। ଏହି ଅବସରରେ ରାଜ୍ୟ ସଭାପତି ବୀଣାପାଣି ରାଉତ, ରାଜ୍ୟ ସମ୍ପାଦିକା ପୁଷ୍ପଲତା ମଲ୍ଲିକ, ଜ୍ୟୋତ୍ସ୍ନା କାନ୍ତି ସୁନା, ସରସ୍ଵତୀ ଦେବୀ, ପ୍ରଭାସିନୀ ସେଠ, ଜିଲ୍ଲା ସଭାପତି କୁମୁଦିନୀ ମେହେର, ଶକ୍ତିପ୍ରଦ ଜେନା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

About The Author