ବେକାରୀ ନିୟନ୍ତ୍ରଣରେ ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ଓଡ଼ିଶା: ସଫଳତା ଆଣିଛି ଦକ୍ଷତା ବିକାଶ, ସମନ୍ୱିତ କୃଷି ଓ ମିଶନ ଶକ୍ତି
ଭୁବନେଶ୍ୱର: ବର୍ତ୍ତମାନ ଦେଶବ୍ୟାପୀ ନିଯୁକ୍ତି ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିବା ବେଳେ ବେକାରୀ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ପାଇଁ ଏକ ପ୍ରମୁଖ ଆହ୍ୱାନ ପାଲଟିଛି। ଦେଶରେ ବେକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ଜନ ଅସନ୍ତୋଷକୁ ଏବେ ତୀବ୍ରତର କରିଛି। ଏହି ସ୍ଥିତିରେ ଓଡ଼ିଶା ସରକାର ବେକାରୀ ନିୟନ୍ତ୍ରଣରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି […]
ଭୁବନେଶ୍ୱର: ବର୍ତ୍ତମାନ ଦେଶବ୍ୟାପୀ ନିଯୁକ୍ତି ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିବା ବେଳେ ବେକାରୀ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ପାଇଁ ଏକ ପ୍ରମୁଖ ଆହ୍ୱାନ ପାଲଟିଛି। ଦେଶରେ ବେକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ଜନ ଅସନ୍ତୋଷକୁ ଏବେ ତୀବ୍ରତର କରିଛି। ଏହି ସ୍ଥିତିରେ ଓଡ଼ିଶା ସରକାର ବେକାରୀ ନିୟନ୍ତ୍ରଣରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମ ନିଯୁକ୍ତି ପ୍ରଦାନକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବା ବେଳେ ଏହା ଏବେ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହୋଇଛି। ଗତ ମଇ ମାସରେ ଓଡ଼ିଶାର ବେକାରୀ(ସର୍ବନିମ୍ନ) ହାର ଦେଶବ୍ୟାପୀ ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ଥିବାବେଳେ କର୍ମନିଯୁକ୍ତି ପ୍ରଦାନରେ ଯେ ଓଡ଼ିଶା ମଡେଲ ସର୍ବଶ୍ରେଷ୍ଠ ତାହା ପ୍ରମାଣିତ ହୋଇଛି। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ)ର ତଥ୍ୟ ଅନୁଯାୟୀ ମଇ ମାସରେ ଦେଶରେ ବେକାରୀ ହାର ୭.୧୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ମାତ୍ର ତାହା ୨.୬ ପ୍ରତିଶତ ରହିଛି। ଖାଲି ମଇ ମାସ ନୁହେଁ ଯଦି ଗତ ଜାନୁଆରୀ ମାସଠାରୁ ସିଏମଆଇଇର ରିପୋର୍ଟକୁ ଅନୁଧ୍ୟାନ କରାଯାଏ ତାହେଲେ ବେକାରୀ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ଥିବା ସ୍ପଷ୍ଟ ଭାବେ ଅନୁଭବ କରିହେଉଛି।
ସିଏମଆଇଇର ତଥ୍ୟ ଅନୁଯାୟୀ, ଗତ ମଇ ମାସରେ ହରିୟାଣାରେ ସର୍ବାଧିକ ବେକାରୀ ହାର ୨୪.୬ ପ୍ରତିଶତ ରହିଛି। ଏହାତଳକୁ ରାଜସ୍ଥାନରେ ୨୨.୨ ପ୍ରତିଶତ, ଜମ୍ମୁ ଓ କାଶ୍ମୀରରେ ୧୮.୩ ପ୍ରତିଶତ, ତ୍ରିପୁରାରେ ୧୭.୪ ପ୍ରତିଶତ, ଦିଲ୍ଲୀରେ ୧୩.୬ ପ୍ରତିଶତ, ଗୋଆରେ ୧୩.୪ ପ୍ରତିଶତ ଏବଂ ବିହାରରେ ୧୩.୩ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ବେକାରୀ ନିୟନ୍ତ୍ରଣରେ ଛତିଶଗଡ଼଼ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଏଠାରେ ମାତ୍ର ୦.୭ ପ୍ରତିଶତ ରହିଛି। ଏହାତଳକୁ ମଧ୍ୟପ୍ରଦେଶରେ ୧.୬ ପ୍ରତିଶତ, ଗୁଜୁରାଟରେ ୨.୧ ପ୍ରତିଶତ ଏବଂ ଓଡ଼ିଶାରେ ୨.୬ ପ୍ରତିଶତ ରହିଛି। ଅର୍ଥାତ୍ ଓଡ଼ିଶା ବେକାରୀ ନିୟନ୍ତ୍ରଣରେ ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରୀ ମାସରେ ଓଡ଼ିଶାରେ ବେକାରୀ ହାର ୧.୮ ପ୍ରତିଶତ ରହିଥିବା ବେଳେ ଏହା ସର୍ବନିମ୍ନ ବେକାରୀ ହାର ରାଜ୍ୟ ତାଲିକାରେ ଶ୍ରେଷ୍ଠ ୩ ମଧ୍ୟରେ ରହିଥିଲା। ସେହିପରି ଫେବ୍ରୁଆରୀ ମାସରେ ଓଡ଼ିଶାର ବେକାରୀ ହାର ୧.୦ ପ୍ରତିଶତ ଥିବାବେଳେ ବେକାରୀ ନିୟନ୍ତ୍ରଣରେ ଏହା ଦେଶରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଥିଲା। ମାର୍ଚ୍ଚ ମାସରେ ଓଡ଼ିଶାର ବେକାରୀ ହାର ସାମାନ୍ୟ ବୃଦ୍ଧି ପାଇ ୯.୭ ପ୍ରତିଶତରେ ପହଞ୍ଚିଥିଲେ ମଧ୍ୟ ଏପ୍ରିଲ ମାସରେ ଓଡ଼ିଶା ପୁଣି ଟ୍ରାକ୍କୁ ଫେରିଥିଲା। ଏପ୍ରିଲ ମାସରେ ଓଡ଼ିଶାରେ ବେକାରୀ ହାର ୧.୫ ପ୍ରତିଶତ ରହିଥିବା ବେଳେ ଏହା ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ରହିଥିଲା। ସିଏମଆଇଇର ଏହି ରିପୋର୍ଟ ଓଡ଼ିଶାର ବେକାରୀ ହ୍ରାସ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଶ୍ରେଷ୍ଠତାକୁ ପ୍ରତିପାଦିତ କରୁଥିବା ସ୍ପଷ୍ଟ ଭାବେ ଦର୍ଶାଉଛି। ଓଡ଼ିଶାର ବେକାରୀ ହାର ନିୟନ୍ତ୍ରଣରେ ରହିବାର ଅନେକ କାରଣ ରହିଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି। ରାଜ୍ୟ ସରକାର ଯୁବବର୍ଗଙ୍କୁ ସମନ୍ୱିତ କୃଷି କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବହୁବିଧ ଯୋଜନାମାନ ପ୍ରଣୟନ କରିଛନ୍ତି। ଯାହା ଯୁବବର୍ଗଙ୍କୁ ଅଧିକ ସୁହାଉଛି। ସେହିପରି ମିଶନ ଶକ୍ତି ସହାୟତାରେ ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ମନରେଗା ପରି କେନ୍ଦ୍ରୀୟ ଯୋଜନାର ସର୍ବାଧିକ ସଫଳ ଉପଯୋଗ, ଶିକ୍ଷିତ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଏବଂ ତାଲିମ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଯାହାଫଳରେ ଯୁବକ ଯୁବତୀମାନେ ପୂର୍ବାପେକ୍ଷା ଅଧିକ ଆତ୍ମନିର୍ଭର ହୋଇପାରିଛନ୍ତି। ସେହିପରି ନିଜସ୍ୱ ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏହି ସଫଳତାର ପ୍ରମୁଖ କାରଣ ବୋଲି କୁହାଯାଉଛି।