ବିପର୍ଯ୍ୟୟ ମୁକାବିଲାରେ ବିଶ୍ୱରେ ଉଦାହରଣ ଓଡ଼ିଶା: ମନ୍ତ୍ର ‘ଶୂନ୍ୟଜୀବନ ହାନି’; ଅସ୍ତ୍ର ‘ଗୋଷ୍ଠୀ ସହଭାଗିତା’

The Sakala Picture
Published On

ଭୁବନେଶ୍ୱର: ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛି। ହାରାହାରି ପ୍ରତି ଦୁଇ ବର୍ଷରେ ଗୋଟିଏ ସାମୁଦ୍ରିକ ଝଡ଼ ଓଡ଼ିଶା ମୁହାଁ ହେଉଛି। କେବେ ଅତିବୃଷ୍ଟି ତ କେବେ ଅନାବୃଷ୍ଟି ଓଡ଼ିଶା ଉପରେ ଦାଉ ସାଜିଛି। ପ୍ରତି ବର୍ଷ ରାଜ୍ୟ ଏକାଧିକ ଥର ବନ୍ୟା ବାତ୍ୟାର ସମ୍ମୁଖୀ ହେଉଛି। ହେଲେ ଏହି ବିପର୍ଯ୍ୟୟକୁ ମୁକାବିଲା ନିମନ୍ତେ ମେରୁ ପରି ଠିଆ ହୋଇଛି ‘ନବୀନ’ ପ୍ରାଚୀର। ଗୋଷ୍ଠୀ ସହଭାଗିତାକୁ ଅସ୍ତ୍ର କରି ଶୂନ୍ୟ ଜୀବନହାନି ମନ୍ତ୍ରକୁ […]

ଭୁବନେଶ୍ୱର: ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛି। ହାରାହାରି ପ୍ରତି ଦୁଇ ବର୍ଷରେ ଗୋଟିଏ ସାମୁଦ୍ରିକ ଝଡ଼ ଓଡ଼ିଶା ମୁହାଁ ହେଉଛି। କେବେ ଅତିବୃଷ୍ଟି ତ କେବେ ଅନାବୃଷ୍ଟି ଓଡ଼ିଶା ଉପରେ ଦାଉ ସାଜିଛି। ପ୍ରତି ବର୍ଷ ରାଜ୍ୟ ଏକାଧିକ ଥର ବନ୍ୟା ବାତ୍ୟାର ସମ୍ମୁଖୀ ହେଉଛି। ହେଲେ ଏହି ବିପର୍ଯ୍ୟୟକୁ ମୁକାବିଲା ନିମନ୍ତେ ମେରୁ ପରି ଠିଆ ହୋଇଛି ‘ନବୀନ’ ପ୍ରାଚୀର। ଗୋଷ୍ଠୀ ସହଭାଗିତାକୁ ଅସ୍ତ୍ର କରି ଶୂନ୍ୟ ଜୀବନହାନି ମନ୍ତ୍ରକୁ କାର୍ଯ୍ୟକାରୀ କରିଛନ୍ତି ଓଡ଼ିଶା ସରକାର। ପରିଣତି ସ୍ୱରୂପ ଓଡ଼ିଶା ସାରା ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଅନନ୍ୟ ଉଦାହରଣ ସାଜିଛି। ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଏ କ୍ଷେତ୍ରରେ ଆଦର୍ଶ ପାଲଟିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ ଦ୍ୱାରା ପୁରସ୍କୃତ ହେବା ସହିତ ଅନେକ ସମୟରେ ଅନ୍ୟ ରାଜ୍ୟକୁ ମଧ୍ୟ ସହାୟତା ଯୋଗାଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଦକ୍ଷତା ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଗୋଷ୍ଠୀ ସହଭାଗିତାକୁ ଏହି ବିଜୟର ବଡ଼ ଅସ୍ତ୍ର କରିଛନ୍ତି। ଏବେ ଏ କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼଼ି ଓଡ଼ିଶା ପ୍ରତି ଘରେ ବିପର୍ଯ୍ୟୟ ଯୋଦ୍ଧା ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ପିଲାଙ୍କ ପଢ଼଼ା ବହିରେ ବିପର୍ଯ୍ୟୟ ମୁକାବିଲାକୁ ସ୍ଥାନ ଦେବା ସହିତ ଗୋଷ୍ଠୀସ୍ତରରେ ସଚେତନତାକୁ ମଧ୍ୟ ସୁଦୃଢ଼ କରିବାରେ ଆଗକୁ ବଢ଼଼ିଛି। ବନ୍ୟା ବାତ୍ୟା ମୁକାବିଲା ସହିତ କୋଭିଡ୍‌‌ ଭଳି ମହାମାରୀରୁ ରାଜ୍ୟ ଶିକ୍ଷା ଲାଭ କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଦୃତ ପରିବର୍ତ୍ତନଶୀଳ ଜଳବାୟୁ ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ ଓ ଶାଣିତ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଓଡ୍ରାଫ, ଅଗ୍ନିଶମ ସେବା ୟୁନିଟ୍‌‌, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ୟୁନିଟ୍‌‌ ଗଡ଼ିକୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଏହି ସଂସ୍ଥାରେ ମାନବ ସମ୍ବଳ ବୃଦ୍ଧି ସହ ସେମାନଙ୍କୁ ନିୟମିତ ଭାବେ ତାଲିମ ପ୍ରଦାନ କରାଯାଉଛି। ଏହା ସହିତ ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ଏଥିରେ ସାମିଲ କରି ଜବାନଙ୍କ ମନୋବଳ ବୃଦ୍ଧି ସାଙ୍ଗକୁ ଯକୌଣସି ପରିସ୍ଥିତିର ସମକକ୍ଷ ହେବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ଯାହାର ପରିଣାମ ସ୍ୱରୂପ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥା ନିଜର ପାରଦର୍ଶିତା ପାଇଁ ସାରା ଦେଶରେ ୧ ନଂ ବିପର୍ଯ୍ୟୟ ମୁକାବିଲା ସଂସ୍ଥାର ମାନ୍ୟତା ପାଇବା ସହ ସୁଭାଷ ବୋଷ ଆପଦ ପ୍ରବନ୍ଧନ ଭଳି ପୁରସ୍କାର ପାଇବାରେ ଗୌରବ ଅର୍ଜନ କରିଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଅନ୍ୟପଟେ ରାଜ୍ୟ ସରକାର ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଗୁରୁତ୍ୱ ଦେଉଛନ୍ତି। ବାତ୍ୟା ଯିବା ପରେ ଜରୁରୀ ରିଲିଫ୍‌‌, ମରାମତି, ପୁନଃ ସ୍ଥାପନ ଏବଂ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ବଣ୍ଟନ ଆଦିଗୁ ମଧ୍ୟ ତ୍ୱରିତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି କରିଛନ୍ତି। ଏଥିପାଇଁ ଗ୍ରାମାଞ୍ଚଳରେ ଆପାଦ ମିତ୍ର ଗଠନ କରାଯାଇଥିବା ବେଳେ ପ୍ରତି ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହେଉଛି। ସେହିପରି ସରପଞ୍ଚଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଓ ପଞ୍ଚାୟତ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବମାନଙ୍କ ପର୍ଯ୍ୟନ୍ତ ବିପର୍ଯ୍ୟୟ ମୁକାବିଲାର ତାଲିମ ନେବା ନେଇ ରାଜ୍ୟ ସରକାର ନିୟମ କରିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା, ସାପକାମୁଡ଼ା ଜନିତ ମୃତ୍ୟୁ, ବଜ୍ରପାତ ମୃତ୍ୟୁ ଓ ପୋଖରୀରେ ବୁଡ଼ି ମୃତ୍ୟୁକୁ ରୋକିବା ପାଇଁ ନିଳ ନକ୍ସା ପ୍ରସ୍ତୁତ କରିଛନ୍ତି। ବନ୍ୟା ବାତ୍ୟା କ୍ଷେତ୍ରରେ ଅସମ୍ଭବ ସଫଳତା ହାସଲ କରିଥିବା ଓସ୍‌‌ଡମା ଏହି ଦାୟିତ୍ୱ ମୁଣ୍ଡାଇଥିବା ବେଳେ ଆଗକୁ ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସାଜିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର