ବଢ଼ିଲା ସରକାରୀ ମେଡିକାଲ କଲେଜର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୧୭୦୦ ହାଉସ୍‌ ସର୍ଜନମାନଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ହାଉସ୍‌ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି । ଡାଇନାମିକ୍‌ ଷ୍ଟାଇପେଣ୍ଡ ଅନୁସାରେ କାର୍ଯ୍ୟରତ ଓଏମ୍‌ଏଚ୍‌ଏସ୍‌ କ୍ୟାଡର୍‌ ଅଧୀନ ଆସିଷ୍ଟାଣ୍ଟ ସର୍ଜନମାନେ ପାଉଥିବା ଦରମାର ୫୦% ଅର୍ଥ ଷ୍ଟାଇପେଣ୍ଡ ଭାବେ ହାଉସ୍‌ ସର୍ଜନମାନଙ୍କୁ ପ୍ରଦାନ କରାଯିବ । ଏହା ଦ୍ୱାରା ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ୧୧୫୦ […]

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୧୭୦୦ ହାଉସ୍‌ ସର୍ଜନମାନଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ହାଉସ୍‌ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି । ଡାଇନାମିକ୍‌ ଷ୍ଟାଇପେଣ୍ଡ ଅନୁସାରେ କାର୍ଯ୍ୟରତ ଓଏମ୍‌ଏଚ୍‌ଏସ୍‌ କ୍ୟାଡର୍‌ ଅଧୀନ ଆସିଷ୍ଟାଣ୍ଟ ସର୍ଜନମାନେ ପାଉଥିବା ଦରମାର ୫୦% ଅର୍ଥ ଷ୍ଟାଇପେଣ୍ଡ ଭାବେ ହାଉସ୍‌ ସର୍ଜନମାନଙ୍କୁ ପ୍ରଦାନ କରାଯିବ । ଏହା ଦ୍ୱାରା ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ୧୧୫୦ ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ଫରେନ୍‌ ୟୁନିଭର୍ସିଟିରୁ ଆସି କାର୍ଯ୍ୟରତ ୫୦୦ ହାଉସ୍‌ ସର୍ଜନ ଏହା ଦ୍ୱାରା ଉପକୃତ ହେବେ ।

ଆହୁରି ପଢ଼ନ୍ତୁ: ମହିମା ଅଲେଖ ବାବାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା !

ଆହୁରି ପଢ଼ନ୍ତୁ: କୋଟପାଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୩୨ ପ୍ଲଟ୍, ଫାର୍ମ ହାଉସ୍ ସମେତ ପୁଳା ପୁଳା ଟଙ୍କା ଜବତ

ସମ୍ପ୍ରତି ଆସିଷ୍ଟାଣ୍ଟ ସର୍ଜନମାନଙ୍କୁ ପ୍ରାୟ ୭୦ରୁ ୮୦ ହଜାର ଟଙ୍କା ବେତନ ମିଳୁଥିବା ବେଳେ ସେହି ଅନୁସାରେ ହାଉସ୍‌ ସର୍ଜନମାନଙ୍କୁ ପ୍ରାୟ ୪୦ ହଜାର ଟଙ୍କା ମିଳିବ । ସୂଚନାଯୋଗ୍ୟ ଯେ ପୂର୍ବରୁ ହାଉସ୍‌ ସର୍ଜନମାନଙ୍କୁ ପ୍ରାୟ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା । ପ୍ରତି ତିନି ବର୍ଷରେ ଥରେ ସରକାର ବିଚାର କରି ଷ୍ଟାଇପେଣ୍ଡ ବୃଦ୍ଧି କରିଥାନ୍ତି । ତେବେ ଅନେକ ସମୟରେ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ହାଉସ୍‌ ସର୍ଜନମାନେ ଦାବି କରି ଆସୁଥିଲେ । ସମ୍ପ୍ରତି ସେମାନଙ୍କୁ ପ୍ରାୟ ୨୮ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଛି । ଆଜିର ନିଷ୍ପତ୍ତି ପରେ ସେମାନଙ୍କର ଷ୍ଟାଇପେଣ୍ଡ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଘୁଞ୍ଚିଲା OSSSC CRE-2025 ପରୀକ୍ଷା ତାରିଖ: ଜୁନ୍ ୨୮ରେ ହେବ ପରୀକ୍ଷା, ଏହି ଦିନରୁ ମିଳିବ ଆଡମିଟ୍ କାର୍ଡ

29 Aug 2023 By The Sakala

ବଢ଼ିଲା ସରକାରୀ ମେଡିକାଲ କଲେଜର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୧୭୦୦ ହାଉସ୍‌ ସର୍ଜନମାନଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ହାଉସ୍‌ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି । ଡାଇନାମିକ୍‌ ଷ୍ଟାଇପେଣ୍ଡ ଅନୁସାରେ କାର୍ଯ୍ୟରତ ଓଏମ୍‌ଏଚ୍‌ଏସ୍‌ କ୍ୟାଡର୍‌ ଅଧୀନ ଆସିଷ୍ଟାଣ୍ଟ ସର୍ଜନମାନେ ପାଉଥିବା ଦରମାର ୫୦% ଅର୍ଥ ଷ୍ଟାଇପେଣ୍ଡ ଭାବେ ହାଉସ୍‌ ସର୍ଜନମାନଙ୍କୁ ପ୍ରଦାନ କରାଯିବ । ଏହା ଦ୍ୱାରା ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ୧୧୫୦ ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ଫରେନ୍‌ ୟୁନିଭର୍ସିଟିରୁ ଆସି କାର୍ଯ୍ୟରତ ୫୦୦ ହାଉସ୍‌ ସର୍ଜନ ଏହା ଦ୍ୱାରା ଉପକୃତ ହେବେ ।

ସମ୍ପ୍ରତି ଆସିଷ୍ଟାଣ୍ଟ ସର୍ଜନମାନଙ୍କୁ ପ୍ରାୟ ୭୦ରୁ ୮୦ ହଜାର ଟଙ୍କା ବେତନ ମିଳୁଥିବା ବେଳେ ସେହି ଅନୁସାରେ ହାଉସ୍‌ ସର୍ଜନମାନଙ୍କୁ ପ୍ରାୟ ୪୦ ହଜାର ଟଙ୍କା ମିଳିବ । ସୂଚନାଯୋଗ୍ୟ ଯେ ପୂର୍ବରୁ ହାଉସ୍‌ ସର୍ଜନମାନଙ୍କୁ ପ୍ରାୟ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା । ପ୍ରତି ତିନି ବର୍ଷରେ ଥରେ ସରକାର ବିଚାର କରି ଷ୍ଟାଇପେଣ୍ଡ ବୃଦ୍ଧି କରିଥାନ୍ତି । ତେବେ ଅନେକ ସମୟରେ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ହାଉସ୍‌ ସର୍ଜନମାନେ ଦାବି କରି ଆସୁଥିଲେ । ସମ୍ପ୍ରତି ସେମାନଙ୍କୁ ପ୍ରାୟ ୨୮ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଛି । ଆଜିର ନିଷ୍ପତ୍ତି ପରେ ସେମାନଙ୍କର ଷ୍ଟାଇପେଣ୍ଡ ବୃଦ୍ଧି ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର