ପୁଅକୁ ହତ୍ଯା କରିବା ପରେ ରଶି ଲଗାଇ ଆତ୍ମହତ୍ଯା କଲା ବାପା

The Sakala Picture
Published On

ନୂଆପଡ଼ା: ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବାପା ଟାଙ୍ଗିଆ ଚୋଟରେ ପୁଅର ମୃତ୍ଯୁ ଘଟିଥିବା ବେଳେ ରଶି ଲଗାଇ ବାପା ମଧ୍ଯ ଆତ୍ମହତ୍ଯା କରିଥିବା ଜଣାପଡ଼ିଛି। ମୃତ ବାପ-ପୁଅ ଦ୍ୱୟ ହେଲେ ନକୁଲ ରାଉତ ଓ ତାଙ୍କ ପୁଅ ଶୋଭିତ ରାଉତ। ସୂଚନା ଅନୁଯାୟୀ,  ୧୪ ବର୍ଷ ତଳେ ଅନ୍ୟ ଜାତିରେ ଜଣେ ଝିଅଙ୍କୁ ପ୍ରେମ ବିବାହ କରିଥିଲେ ପୁଅ ଶୋଭିତ ରାଉତ। ଏହାକୁ ତାଙ୍କ ବାପା ନକୁଲ ଘୋର […]

ନୂଆପଡ଼ା: ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବାପା ଟାଙ୍ଗିଆ ଚୋଟରେ ପୁଅର ମୃତ୍ଯୁ ଘଟିଥିବା ବେଳେ ରଶି ଲଗାଇ ବାପା ମଧ୍ଯ ଆତ୍ମହତ୍ଯା କରିଥିବା ଜଣାପଡ଼ିଛି। ମୃତ ବାପ-ପୁଅ ଦ୍ୱୟ ହେଲେ ନକୁଲ ରାଉତ ଓ ତାଙ୍କ ପୁଅ ଶୋଭିତ ରାଉତ।

ସୂଚନା ଅନୁଯାୟୀ,  ୧୪ ବର୍ଷ ତଳେ ଅନ୍ୟ ଜାତିରେ ଜଣେ ଝିଅଙ୍କୁ ପ୍ରେମ ବିବାହ କରିଥିଲେ ପୁଅ ଶୋଭିତ ରାଉତ। ଏହାକୁ ତାଙ୍କ ବାପା ନକୁଲ ଘୋର ବିରୋଧ କରୁଥିଲେ। ଏହି କାରଣରୁ ଉଭୟଙ୍କ ଭିତରେ ସବୁବେଳେ ଝଗଡା ଲାଗି ରହୁଥିଲା । ଗତକାଲି ରାତିରେ ଏହି ଘଟଣାକୁ ନେଇ ଉଭୟ ନକୁଳ ଓ ଶୋଭିତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ନକୁଳ ଏକ ଟାଙ୍ଗିଆ ଆଣି ପୁଅ ମୁଣ୍ଡକୁ ଚୋଟ ପକାଇଥିଲେ । ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ଶୋଭିତଙ୍କ ମୃତ୍ଯୁ ଘଟିଥିଲା। ଏହା ଦେଖି ନିଜ ହିତାହିତ ଜ୍ଞାନ ଭୁଲି ବସିଥିଲେ ନକୁଳ। ଏହାପରେ ସେ ମଧ୍ୟ ନିଜ ଘରେ ବେକରେ ଏକ ପ୍ଲାଷ୍ଟିକ ରଶି ଲଗାଇ ଝୁଲି ପଡ଼ିଥିଲେ। ଖବର ପାଇ ଆଜି ସକାଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
24 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର