ସୁଧ ଟଙ୍କା ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ, ଭାଇର ଠେଙ୍ଗା ମାଡ଼ରେ ଭାଇ ମୃତ

The Sakala Picture
Published On

ଖଡ଼ିଆଳ: ନୂଆପଡ଼ା ଜିଲ୍ଳା ଖଡ଼ିଆଳ ଥାନା ଅନ୍ତର୍ଗତ ଭୋଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସୁଧ ଟଙ୍କାକୁ ନେଇ ଭାଇକୁ ହତ୍ୟା କରିଛି ଭାଇ। ସୂଚନା ଅନୁଯାୟୀ, ଗତ ଚାରି ବର୍ଷ ପୂର୍ବେ ଭୋଜପୁର ଗ୍ରାମର ବୁଡୁ ମହାନନ୍ଦ ଖଡ଼ିଆଳର ରାଜ ଗୋଏଲଙ୍କ ପାଖରେ ନିଜ ଜମି ବିକ୍ରି କରିଥିଲେ। ଏବାବଦରେ ଗତ ତାରିଖ ୧୩-୧୧-୨୨-ରେ ରାଜ ଗୋଏଲ ସୁମନ୍ତ ପାଣ୍ଡଙ୍କ ହାତରେ ବୁଡୁ ମହାନନ୍ଦଙ୍କ ସ୍ତ୍ରୀ ବାଳମତି ମହାନନ୍ଦଙ୍କୁ ସୁଦ୍ଧା ଆକାରରେ ୩୫୦୦ […]

ଖଡ଼ିଆଳ: ନୂଆପଡ଼ା ଜିଲ୍ଳା ଖଡ଼ିଆଳ ଥାନା ଅନ୍ତର୍ଗତ ଭୋଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସୁଧ ଟଙ୍କାକୁ ନେଇ ଭାଇକୁ ହତ୍ୟା କରିଛି ଭାଇ।

ସୂଚନା ଅନୁଯାୟୀ, ଗତ ଚାରି ବର୍ଷ ପୂର୍ବେ ଭୋଜପୁର ଗ୍ରାମର ବୁଡୁ ମହାନନ୍ଦ ଖଡ଼ିଆଳର ରାଜ ଗୋଏଲଙ୍କ ପାଖରେ ନିଜ ଜମି ବିକ୍ରି କରିଥିଲେ। ଏବାବଦରେ ଗତ ତାରିଖ ୧୩-୧୧-୨୨-ରେ ରାଜ ଗୋଏଲ ସୁମନ୍ତ ପାଣ୍ଡଙ୍କ ହାତରେ ବୁଡୁ ମହାନନ୍ଦଙ୍କ ସ୍ତ୍ରୀ ବାଳମତି ମହାନନ୍ଦଙ୍କୁ ସୁଦ୍ଧା ଆକାରରେ ୩୫୦୦ ଟଙ୍କା ଦେବା ପାଇଁ ପଠେଇ ଥିଲେ। ସେହି ଦିନହିଁ ବୁଡୁ ମହାନନ୍ଦଙ୍କ ପୁଅ ସୁରେଶ ମହାନନ୍ଦ ରାଇପୁରରୁ ନିଜ ଗାଁକୁ ଆସିଥିଲେ। ତାଙ୍କ ମାଆ ପାଇ ଥିବା ଟଙ୍କାରୁ କିଛି ଟଙ୍କା ନିଜ ଖର୍ଚ୍ଚ ପାଇଁ ମାଗିଥିଲେ। ମାଆ ଟଙ୍କା ଦେବାପାଇଁ ମନା କରିବାରୁ ଉଭୟ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ପୁଣି ଦୁଇ ଦିନ ପରେ ସେହି ଟଙ୍କା ମାଗିବା ଘଟଣାକୁ ନେଇ ବଚସା ହୋଇ ଉଗ୍ରରୁପ ଧାରଣ ହୋଇଥିଲା। ସୁରେଶ ମହାନନ୍ଦ ଉଗ୍ର ହୋଇ ନକୁଳ ମହାନନ୍ଦଙ୍କ ମୁଣ୍ଡ ଉପରେ ବାରମ୍ବାର ଠେଙ୍ଗାରେ ଆଘାତ କରିବା ଫଳରେ ଅତ୍ୟଧିକ ରକ୍ତଶ୍ରାବ ହେବା ସହ ଅଚେତ ହୋଇ ପଡ଼ିଥିଲ। ଏନେଇ ସ୍ଥାନୀୟ ଲୋକେ ନକୁଳକୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ନକୂଳକୁ ମୃତ ଘୋଷଣା କରିଥିଲେ। ଏନେଇ ଖବର ପାଇ ଖଡ଼ିଆଳ ପୁଲିସ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ କରିବା ସହିତ ହତ୍ୟା କରିଥିବା ସୁରେଶ ମହାନନ୍ଦକୁ ଥାନାକୁ ଆଣି ଅଟକ ରଖି ଅଧିକ ପଚରା ଉଚରା କରିବା ସହ ତଦନ୍ତ ଚାଲିଥିବା ବେଳେ ଏନେଇ ଘଟଣା ସ୍ଥଳକୁ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଚାଲିଥିବା ଜଣା ପଡିଛି। ମୃତ୍ୟୁଦେହକୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଖଡ଼ିଆଳ ଥାନାଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି। ଏନେଇ ଖଡ଼ିଆଳ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ କେଶ ନମ୍ବର ୪୭୧/୨୨ ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲୁଥିବା ଖଡ଼ିଆଳ ଥାନାଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।

16 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର