କିଏ ହାତେଇବ ନୂଆପଡ଼ା ବାଜି? ଆରମ୍ଭ ହେଲା ଭୋଟ ଗଣତି, ୧୪ ଟେବୁଲରେ ହେବ ୨୬ ରାଉଣ୍ଡ କାଉଣ୍ଟିଂ

Madhusudan Das Picture
Published On

ନୂଆପଡ଼ା: ନୂଆପଡାରେ କିଏ ମାରିବ ବାଜି? ଇଭିଏମ୍‌ରୁ ଖୋଲିବ ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ସ୍ଥାନୀୟ ନ୍ୟାସନାଲ କଲେଜରେ ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୨୬ଟି ରାଉଣ୍ଡରେ କାଉଣ୍ଟିଂ ହେବ। ଏଥିପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ଫଳାଫଳକୁ ନେଇ ନେତା, କର୍ମୀ ଓ ସାଧାରଣ ଜନତାଙ୍କ ଭିତରେ ପ୍ରବଳ ଉତ୍କଣ୍ଠା । 

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ

ବିଜେଡି ବିଧାୟକ ରାଜୁ ଭାଇ ଢୋଲକିଆଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଉପନିର୍ବାଚନରେ ଛିଡ଼ା ହୋଇଥିଲେ ୧୪ ଜଣ ପ୍ରାର୍ଥୀ। ପ୍ରମୁଖ ୩ ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ଯରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଛି। ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସରୁ ଘାସିରାମ ମାଝୀ ଓ ବିଜେପିରୁ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ଗଣତି ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ୩୦୦ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୧୧୦ରୁ ୧୨୦ ଜଣ ସଶସ୍ତ୍ର ବିଏସଏଫ ଯବାନ ମୁତୟନ କରାଯାଇଛି। ଭୋଟଗଣତି କେନ୍ଦ୍ର ଭିତରେ ମୁତୟନ ରହିଛନ୍ତି ୯୦ ବିଏସଏଫ ସଶସ୍ତ୍ର ଯବାନ। କୌଣସି ଅପ୍ରୀତିକର ସ୍ଥିତି ନ ଘଟିବା ପାଇଁ ଭୋଟ ଗଣତି କେନ୍ଦ୍ର ପାଇଁ ସ୍ଥିର ହୋଇଥିବା ନ୍ଯାସନାଲ କଲେଜ ଅଞ୍ଚଳରେ ସକାଳ ୬ଟାରୁ ବିଏନଏସଏସର ଧାରା ୧୬୩ ଲାଗୁ କରାଯାଇଛି। 

ଆହୁରି ପଢ଼ନ୍ତୁ: ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ୨୦ଲକ୍ଷ ଟଙ୍କା ସହ ୩୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ

14 Nov 2025 By Madhusudan Das

କିଏ ହାତେଇବ ନୂଆପଡ଼ା ବାଜି? ଆରମ୍ଭ ହେଲା ଭୋଟ ଗଣତି, ୧୪ ଟେବୁଲରେ ହେବ ୨୬ ରାଉଣ୍ଡ କାଉଣ୍ଟିଂ

ନୂଆପଡ଼ା: ନୂଆପଡାରେ କିଏ ମାରିବ ବାଜି? ଇଭିଏମ୍‌ରୁ ଖୋଲିବ ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ସ୍ଥାନୀୟ ନ୍ୟାସନାଲ କଲେଜରେ ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୨୬ଟି ରାଉଣ୍ଡରେ କାଉଣ୍ଟିଂ ହେବ। ଏଥିପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ଫଳାଫଳକୁ ନେଇ ନେତା, କର୍ମୀ ଓ ସାଧାରଣ ଜନତାଙ୍କ ଭିତରେ ପ୍ରବଳ ଉତ୍କଣ୍ଠା । 

ବିଜେଡି ବିଧାୟକ ରାଜୁ ଭାଇ ଢୋଲକିଆଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଉପନିର୍ବାଚନରେ ଛିଡ଼ା ହୋଇଥିଲେ ୧୪ ଜଣ ପ୍ରାର୍ଥୀ। ପ୍ରମୁଖ ୩ ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ଯରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଛି। ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସରୁ ଘାସିରାମ ମାଝୀ ଓ ବିଜେପିରୁ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। 

ଗଣତି ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ୩୦୦ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୧୧୦ରୁ ୧୨୦ ଜଣ ସଶସ୍ତ୍ର ବିଏସଏଫ ଯବାନ ମୁତୟନ କରାଯାଇଛି। ଭୋଟଗଣତି କେନ୍ଦ୍ର ଭିତରେ ମୁତୟନ ରହିଛନ୍ତି ୯୦ ବିଏସଏଫ ସଶସ୍ତ୍ର ଯବାନ। କୌଣସି ଅପ୍ରୀତିକର ସ୍ଥିତି ନ ଘଟିବା ପାଇଁ ଭୋଟ ଗଣତି କେନ୍ଦ୍ର ପାଇଁ ସ୍ଥିର ହୋଇଥିବା ନ୍ଯାସନାଲ କଲେଜ ଅଞ୍ଚଳରେ ସକାଳ ୬ଟାରୁ ବିଏନଏସଏସର ଧାରା ୧୬୩ ଲାଗୁ କରାଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର