ବ୍ରାଉନସୁଗର ମାଫିଆ ସେକ୍ ଆଜବାହାର ରାଜସ୍ଥାନରୁ ଗିରଫ

The Sakala Picture
Published On

ଜଳେଶ୍ୱର: ବ୍ରାଉନସୁଗର ମାଫିଆ ସେକ୍ ଆଜବାହାର ରାଜସ୍ଥାନର ଯୋଦ୍ଧପୁରରୁ ଗିରଫ। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସେକ୍ ଆଜବାହାର ଜଳେଶ୍ଵର ଅଞ୍ଚଳରେ ନିଶା ବ୍ୟବସାୟ କରୁଥିଲା। ସେ ଗତ ପଞ୍ଚାୟତ ନିର୍ବାଚନରେ ରାଜପୁର ଗ୍ରାମପଞ୍ଚାୟତର ୱାର୍ଡମେମ୍ବର ଭାବେ ନିର୍ବାଚିତ ହୋଇଥିବା ବେଳେ ପୂର୍ବରୁ ୩ ଥର ଏସଟିଏଫ୍ ଓ ପୋଲିସ ଦ୍ଵାରା ଗିରଫ ହୋଇଛି। ଗିରଫ ଅଜବହରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ବର ନିକଟ ରାଜପୁର ଗାଁରେ । ୨୦୧୯ ପରଠାରୁ ସେ […]

ଜଳେଶ୍ୱର: ବ୍ରାଉନସୁଗର ମାଫିଆ ସେକ୍ ଆଜବାହାର ରାଜସ୍ଥାନର ଯୋଦ୍ଧପୁରରୁ ଗିରଫ। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସେକ୍ ଆଜବାହାର ଜଳେଶ୍ଵର ଅଞ୍ଚଳରେ ନିଶା ବ୍ୟବସାୟ କରୁଥିଲା। ସେ ଗତ ପଞ୍ଚାୟତ ନିର୍ବାଚନରେ ରାଜପୁର ଗ୍ରାମପଞ୍ଚାୟତର ୱାର୍ଡମେମ୍ବର ଭାବେ ନିର୍ବାଚିତ ହୋଇଥିବା ବେଳେ ପୂର୍ବରୁ ୩ ଥର ଏସଟିଏଫ୍ ଓ ପୋଲିସ ଦ୍ଵାରା ଗିରଫ ହୋଇଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ଗିରଫ ଅଜବହରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ବର ନିକଟ ରାଜପୁର ଗାଁରେ । ୨୦୧୯ ପରଠାରୁ ସେ ଫେରାର ଥିଲେ। ସେ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ଏସଟିଏଫ ଚଢ଼ାଉ କରିଥିଲା। ଅଜବହର ନାମରେ ହତ୍ୟା ଉଦ୍ୟମ, ଧମକ ଓ ଆର୍ମସ ଆକ୍ଟ ଭଳି ୫ଟି ସଙ୍ଗୀନ ମାମଲା ରହିଛି । କୁଖ୍ୟାତ ବ୍ରାଉନସୁଗର ବେପାରୀ ଶେଖ ରାଜାର ସହଯୋଗୀ ହେଉଛି ଅଜବହର ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ସେକ୍ ଆଜବାହାର ଭୁବନେଶ୍ଵର ସ୍ଥିତ ଝାରପଡ଼ା ଜେଲ୍‌ରେ ଥିଲା। ଏହାପରେ ଦିନେ ସୁବର୍ଣ୍ଣରେଖା ନଦୀ ପାଣି ଭିତରକୁ ଡିଆଁ ମାରି ଫେରାର୍ ହେବାକୁ ଉଦ୍ୟମ କରିଥିଲା। ହେଲେ ପୋଲିସ ତାକୁ ପାଣି ଭିତରୁ ଗିରଫ କରିଥିଲା। ଲାଲଗୋଲାରୁ ଜଳେଶ୍ଵର, ବାଲେଶ୍ଵର, କଟକ, ଓ ଭୁବନେଶ୍ଵର ମହାନଗର ଅଞ୍ଚଳରେ ଆଜବାହାର ବ୍ରାଉନସୁଗର ବ୍ୟବସାୟର କାୟା ବିସ୍ତାର କରିଛି। ଆଜବାହାର ସହ ବହୁ ଛୋଟ ବଡ଼ ସହଯୋଗୀମାନେ ମଧ୍ୟ ସାମିଲ ଅଛନ୍ତି। ଜଳେଶ୍ଵର ଆଇଆଇସି ପ୍ରଜ୍ଞା ମହାନ୍ତି ଓ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଗତ ଚାରି ମାସ ହେବ ଏ ଅଞ୍ଚଳରେ ବାରମ୍ବାର ଚଢ଼ାଉ କରି ବିପୁଳ ମାତ୍ରାରେ ବ୍ରାଉନସୁଗାର ଜବତ କରିବା ସହିତ ବଡ ବଡ ମାଫିଆ ହବ ମାନେ ଜଳେଶ୍ୱର ଅଞ୍ଚଳ ଛାଡି ଆତ୍ମଗୋପନ କରି ରହିଛନ୍ତି ବୋଲି ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

04 Dec 2021 By The Sakala

ବ୍ରାଉନସୁଗର ମାଫିଆ ସେକ୍ ଆଜବାହାର ରାଜସ୍ଥାନରୁ ଗିରଫ

ଜଳେଶ୍ୱର: ବ୍ରାଉନସୁଗର ମାଫିଆ ସେକ୍ ଆଜବାହାର ରାଜସ୍ଥାନର ଯୋଦ୍ଧପୁରରୁ ଗିରଫ। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସେକ୍ ଆଜବାହାର ଜଳେଶ୍ଵର ଅଞ୍ଚଳରେ ନିଶା ବ୍ୟବସାୟ କରୁଥିଲା। ସେ ଗତ ପଞ୍ଚାୟତ ନିର୍ବାଚନରେ ରାଜପୁର ଗ୍ରାମପଞ୍ଚାୟତର ୱାର୍ଡମେମ୍ବର ଭାବେ ନିର୍ବାଚିତ ହୋଇଥିବା ବେଳେ ପୂର୍ବରୁ ୩ ଥର ଏସଟିଏଫ୍ ଓ ପୋଲିସ ଦ୍ଵାରା ଗିରଫ ହୋଇଛି।

ଗିରଫ ଅଜବହରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ବର ନିକଟ ରାଜପୁର ଗାଁରେ । ୨୦୧୯ ପରଠାରୁ ସେ ଫେରାର ଥିଲେ। ସେ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ଏସଟିଏଫ ଚଢ଼ାଉ କରିଥିଲା। ଅଜବହର ନାମରେ ହତ୍ୟା ଉଦ୍ୟମ, ଧମକ ଓ ଆର୍ମସ ଆକ୍ଟ ଭଳି ୫ଟି ସଙ୍ଗୀନ ମାମଲା ରହିଛି । କୁଖ୍ୟାତ ବ୍ରାଉନସୁଗର ବେପାରୀ ଶେଖ ରାଜାର ସହଯୋଗୀ ହେଉଛି ଅଜବହର ।

ସେକ୍ ଆଜବାହାର ଭୁବନେଶ୍ଵର ସ୍ଥିତ ଝାରପଡ଼ା ଜେଲ୍‌ରେ ଥିଲା। ଏହାପରେ ଦିନେ ସୁବର୍ଣ୍ଣରେଖା ନଦୀ ପାଣି ଭିତରକୁ ଡିଆଁ ମାରି ଫେରାର୍ ହେବାକୁ ଉଦ୍ୟମ କରିଥିଲା। ହେଲେ ପୋଲିସ ତାକୁ ପାଣି ଭିତରୁ ଗିରଫ କରିଥିଲା। ଲାଲଗୋଲାରୁ ଜଳେଶ୍ଵର, ବାଲେଶ୍ଵର, କଟକ, ଓ ଭୁବନେଶ୍ଵର ମହାନଗର ଅଞ୍ଚଳରେ ଆଜବାହାର ବ୍ରାଉନସୁଗର ବ୍ୟବସାୟର କାୟା ବିସ୍ତାର କରିଛି। ଆଜବାହାର ସହ ବହୁ ଛୋଟ ବଡ଼ ସହଯୋଗୀମାନେ ମଧ୍ୟ ସାମିଲ ଅଛନ୍ତି। ଜଳେଶ୍ଵର ଆଇଆଇସି ପ୍ରଜ୍ଞା ମହାନ୍ତି ଓ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଗତ ଚାରି ମାସ ହେବ ଏ ଅଞ୍ଚଳରେ ବାରମ୍ବାର ଚଢ଼ାଉ କରି ବିପୁଳ ମାତ୍ରାରେ ବ୍ରାଉନସୁଗାର ଜବତ କରିବା ସହିତ ବଡ ବଡ ମାଫିଆ ହବ ମାନେ ଜଳେଶ୍ୱର ଅଞ୍ଚଳ ଛାଡି ଆତ୍ମଗୋପନ କରି ରହିଛନ୍ତି ବୋଲି ଜଣା ପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର