ଭିଡ଼ ନାହିଁ କି ବାଡ଼ ନାହିଁ; ଘରକୁ ଯାଉଛି ଚାଲାଣ

The Sakala Picture
Published On

ଭୁବନେଶ୍ବର : ଆଗରୁ ରାସ୍ତାଘାଟରେ ଅମାନିଆ ଗାଡ଼ି ଚାଳକଙ୍କୁ ଅଟକାଇବା ପାଇଁ କମିସନରେଟ୍‍ ପୁଲିସ ପକ୍ଷରୁ ବିଭିନ୍ନ ଛକରେ ବାଡ଼ ପକାଇ ଜରିମାନା ଆଦାୟ କରାଯାଉଥିଲା। କିନ୍ତୁ ରାଜଧାନୀ ରାସ୍ତାଘାଟର ଭିଡ଼ ବଢ଼଼ିବା ଯୋଗୁଁ କୌଣସି ଛକରେ ଯାନବାହନ ଅଟକାଇଲେ ରାସ୍ତା ଜାମ ହୋଇଯାଉଛି। ତେଣୁ କମିସନରେଟ୍‍ ପୁଲିସର ଟ୍ରାଫିକ୍‍ କନଷ୍ଟେବଳମାନେ ନିଜ ନିଜର ସ୍ମାର୍ଟଫୋନରେ ଫଟୋ ଉଠାଇ ଉପରିସ୍ଥିତି ଅଧିକାରୀଙ୍କ ନିକଟକୁ ପଠାଇ ଦେଉଛନ୍ତି। ଆଉ ଅମାନିଆ ଘରେ ପହଞ୍ଚିବା ଆଗରୁ ତା’ ମୋବାଇଲ ନମ୍ବରକୁ […]

ଭୁବନେଶ୍ବର : ଆଗରୁ ରାସ୍ତାଘାଟରେ ଅମାନିଆ ଗାଡ଼ି ଚାଳକଙ୍କୁ ଅଟକାଇବା ପାଇଁ କମିସନରେଟ୍‍ ପୁଲିସ ପକ୍ଷରୁ ବିଭିନ୍ନ ଛକରେ ବାଡ଼ ପକାଇ ଜରିମାନା ଆଦାୟ କରାଯାଉଥିଲା। କିନ୍ତୁ ରାଜଧାନୀ ରାସ୍ତାଘାଟର ଭିଡ଼ ବଢ଼଼ିବା ଯୋଗୁଁ କୌଣସି ଛକରେ ଯାନବାହନ ଅଟକାଇଲେ ରାସ୍ତା ଜାମ ହୋଇଯାଉଛି। ତେଣୁ କମିସନରେଟ୍‍ ପୁଲିସର ଟ୍ରାଫିକ୍‍ କନଷ୍ଟେବଳମାନେ ନିଜ ନିଜର ସ୍ମାର୍ଟଫୋନରେ ଫଟୋ ଉଠାଇ ଉପରିସ୍ଥିତି ଅଧିକାରୀଙ୍କ ନିକଟକୁ ପଠାଇ ଦେଉଛନ୍ତି। ଆଉ ଅମାନିଆ ଘରେ ପହଞ୍ଚିବା ଆଗରୁ ତା’ ମୋବାଇଲ ନମ୍ବରକୁ ଚାଲିଯାଉଛି ଜରିମାନା ବାବଦକୁ ଚାଲାଣ। ଏପରିସ୍ଥଳେ ପୁଲିସ ନା ଅଟକାଇ ରାସ୍ତା ଭିଡ଼ କରୁଛିି ନା କାହାକୁ ମାର୍‍ପିଟ କିମ୍ବା ଧମକ୍‍ ଚମକ୍‍ ଦେଉଛି। ବିନା ହେଲମେଟ୍‍, ମୋବାଇଲରେ ଗପିବା, ସିଟ୍‍ବେଲ୍ଟ, ରଙ୍ଗ୍‍ରୁଟ୍‍ ଭଳି ନିୟମ ଭାଙ୍ଗିଥିବା ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ ଏହି ପନ୍ଥାକୁ ଆପଣେଇ ନେଇଛି କମିସନରେଟ୍‍ ପୁଲିସ।

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର୍ ଓ ଜଣେ ଫରେଷ୍ଟ ଗାର୍ଡ ନିଲମ୍ବନ

ସେପଟେ ଏବେ ଗାଡ଼ି ଚଳାଚଳ ବଢ଼଼ିବା ସହ ମାନବସମ୍ବଳ ବୃଦ୍ଧି ହେବାରୁ ଚାଲାଣ ସଂଖ୍ୟା ବଢ଼଼ିଛି। ପୂର୍ବରୁ ଦୈନିକ ମାତ୍ର ୫୦୦ ଚାଲାଣ କଟାଯାଉଥିବା ବେଳେ ଏବେ ଏକ ହଜାର ଚାଲାଣ କଟାଯାଉଛି। ମାନବସମ୍ବଳ ବଢ଼଼ିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ଅର୍ଥାତ୍‍ ମୋବାଇଲରେ ଚାଲାଣ କାଟିବା ହେତୁ ଏହି ସଂଖ୍ୟା ବଢ଼଼ୁଛି। ପୂର୍ବରୁ ଚାଲାଣରେ କାଟିବା ପରେ କିଛି ପୁଲିସ କର୍ମଚାରୀ ଅର୍ଥ ଚଳୁ କରୁଥିବାର ଅଭିଯୋଗ ମଧ୍ୟ ହେଉଥିଲା। କିନ୍ତୁ ଇ-ଚାଲାଣ ହେବା ପରେ ଏଥିରେ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏନେଇ ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା କହିଛନ୍ତି, ରାଜଧାନୀରେ ଗାଡ଼ି ଚଳାଚଳ ବଢ଼଼ିବାରୁ ଟ୍ରାଫିକ ଯାଞ୍ଚକୁ ଗୁରୁତ୍ୱ ଦିଆଯାଉଛି। କରୋନା ଲାଗି ଟଙ୍କା ଗ୍ରହଣ କରା ନ ଯାଇ ଇ-ଚାଲାଣ କାଟିବା ଉପରେ ଗୁରୁତ୍ୱ ଦିଆଯାଉଛ ବୋଲି ସେ ସୂଚନା ଦେଇଛନ୍ତି। ମୋବାଇଲ ଯୋଗାଇବାକୁ ଦାବି ରାଜଧାନୀରେ ୫୦୦ରୁ ଅଧିକ ଟ୍ରାଫିକ କନଷ୍ଟେବଳ ଠିକାରେ କାର୍ଯ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସକାଳୁ ସନ୍ଧ୍ୟା ଯାଏଁ କିଏ ଟ୍ରାଫିକ ନିୟନ୍ତ୍ରଣରେ ତ ଆଉ କିଏ ଚାଲାଣ କାଟିବାର ଦାୟିତ୍ୱ ଦିଆଯାଇଛି। ସେମାନଙ୍କୁ ମାସକୁ ୧୦ହଜାର ଟଙ୍କାରୁ କମ୍‍ ମିଳୁଛି। ତେବେ ଏହାରି ଭିତରେ ସେମାନଙ୍କୁ ମୋବାଇଲରେ ଫଟୋ ଉଠାଇବା ଲାଗି କୁହାଯାଇଛି। ସମସ୍ତ କନଷ୍ଟେବଳ ଅର୍ଥାତ୍‍ ନିକଟରେ ଚାଲାଣ କାଟିବାର କ୍ଷମତା ଦିଆଯାଇଥିବା ଗ୍ରାଜୁଏଟ୍‍ କନଷ୍ଟେବଳଙ୍କ ହାତରେ ଘଣ୍ଟାଘଣ୍ଟା ସ୍ମାର୍ଟଫୋନ୍‍ ଧରି ଅମାନିଆଙ୍କ ଫଟୋ ଉଠାଇବା ଦ୍ୱାରା ଚାଲାଣ କଟୁଛି। ହେଲେ ମାସକୁ ଏତେ କମ୍‍ ଦରମାରେ ସ୍ମାର୍ଟଫୋନ କିଣିବା ଅନେକଙ୍କ କ୍ଷେତ୍ରରେ ସମ୍ଭବ ହେଉନାହିଁ। ଜଣେ ଟ୍ରାଫିକ୍‍ କନଷ୍ଟେବଲ ନିଜ ନାମ ଗୋପନ ରଖି କହିଛନ୍ତି ଗୋଟିଏ ମାସର ଦରମାରେ ମୋବାଇଲ କିଣିବା ସମ୍ଭବ ନୁହେଁ। ଅଧିକାଂଶ କନଷ୍ଟେବଲ ଧାର କରଜ କରି ପୁରୁଣା ମୋବାଇଲ କିଣୁଛନ୍ତି।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

17 Jul 2021 By The Sakala

ଭିଡ଼ ନାହିଁ କି ବାଡ଼ ନାହିଁ; ଘରକୁ ଯାଉଛି ଚାଲାଣ

ଭୁବନେଶ୍ବର : ଆଗରୁ ରାସ୍ତାଘାଟରେ ଅମାନିଆ ଗାଡ଼ି ଚାଳକଙ୍କୁ ଅଟକାଇବା ପାଇଁ କମିସନରେଟ୍‍ ପୁଲିସ ପକ୍ଷରୁ ବିଭିନ୍ନ ଛକରେ ବାଡ଼ ପକାଇ ଜରିମାନା ଆଦାୟ କରାଯାଉଥିଲା। କିନ୍ତୁ ରାଜଧାନୀ ରାସ୍ତାଘାଟର ଭିଡ଼ ବଢ଼଼ିବା ଯୋଗୁଁ କୌଣସି ଛକରେ ଯାନବାହନ ଅଟକାଇଲେ ରାସ୍ତା ଜାମ ହୋଇଯାଉଛି। ତେଣୁ କମିସନରେଟ୍‍ ପୁଲିସର ଟ୍ରାଫିକ୍‍ କନଷ୍ଟେବଳମାନେ ନିଜ ନିଜର ସ୍ମାର୍ଟଫୋନରେ ଫଟୋ ଉଠାଇ ଉପରିସ୍ଥିତି ଅଧିକାରୀଙ୍କ ନିକଟକୁ ପଠାଇ ଦେଉଛନ୍ତି। ଆଉ ଅମାନିଆ ଘରେ ପହଞ୍ଚିବା ଆଗରୁ ତା’ ମୋବାଇଲ ନମ୍ବରକୁ ଚାଲିଯାଉଛି ଜରିମାନା ବାବଦକୁ ଚାଲାଣ। ଏପରିସ୍ଥଳେ ପୁଲିସ ନା ଅଟକାଇ ରାସ୍ତା ଭିଡ଼ କରୁଛିି ନା କାହାକୁ ମାର୍‍ପିଟ କିମ୍ବା ଧମକ୍‍ ଚମକ୍‍ ଦେଉଛି। ବିନା ହେଲମେଟ୍‍, ମୋବାଇଲରେ ଗପିବା, ସିଟ୍‍ବେଲ୍ଟ, ରଙ୍ଗ୍‍ରୁଟ୍‍ ଭଳି ନିୟମ ଭାଙ୍ଗିଥିବା ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ ଏହି ପନ୍ଥାକୁ ଆପଣେଇ ନେଇଛି କମିସନରେଟ୍‍ ପୁଲିସ।

ସେପଟେ ଏବେ ଗାଡ଼ି ଚଳାଚଳ ବଢ଼଼ିବା ସହ ମାନବସମ୍ବଳ ବୃଦ୍ଧି ହେବାରୁ ଚାଲାଣ ସଂଖ୍ୟା ବଢ଼଼ିଛି। ପୂର୍ବରୁ ଦୈନିକ ମାତ୍ର ୫୦୦ ଚାଲାଣ କଟାଯାଉଥିବା ବେଳେ ଏବେ ଏକ ହଜାର ଚାଲାଣ କଟାଯାଉଛି। ମାନବସମ୍ବଳ ବଢ଼଼ିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ଅର୍ଥାତ୍‍ ମୋବାଇଲରେ ଚାଲାଣ କାଟିବା ହେତୁ ଏହି ସଂଖ୍ୟା ବଢ଼଼ୁଛି। ପୂର୍ବରୁ ଚାଲାଣରେ କାଟିବା ପରେ କିଛି ପୁଲିସ କର୍ମଚାରୀ ଅର୍ଥ ଚଳୁ କରୁଥିବାର ଅଭିଯୋଗ ମଧ୍ୟ ହେଉଥିଲା। କିନ୍ତୁ ଇ-ଚାଲାଣ ହେବା ପରେ ଏଥିରେ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏନେଇ ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା କହିଛନ୍ତି, ରାଜଧାନୀରେ ଗାଡ଼ି ଚଳାଚଳ ବଢ଼଼ିବାରୁ ଟ୍ରାଫିକ ଯାଞ୍ଚକୁ ଗୁରୁତ୍ୱ ଦିଆଯାଉଛି। କରୋନା ଲାଗି ଟଙ୍କା ଗ୍ରହଣ କରା ନ ଯାଇ ଇ-ଚାଲାଣ କାଟିବା ଉପରେ ଗୁରୁତ୍ୱ ଦିଆଯାଉଛ ବୋଲି ସେ ସୂଚନା ଦେଇଛନ୍ତି। ମୋବାଇଲ ଯୋଗାଇବାକୁ ଦାବି ରାଜଧାନୀରେ ୫୦୦ରୁ ଅଧିକ ଟ୍ରାଫିକ କନଷ୍ଟେବଳ ଠିକାରେ କାର୍ଯ୍ୟ କରୁଛନ୍ତି।

ସକାଳୁ ସନ୍ଧ୍ୟା ଯାଏଁ କିଏ ଟ୍ରାଫିକ ନିୟନ୍ତ୍ରଣରେ ତ ଆଉ କିଏ ଚାଲାଣ କାଟିବାର ଦାୟିତ୍ୱ ଦିଆଯାଇଛି। ସେମାନଙ୍କୁ ମାସକୁ ୧୦ହଜାର ଟଙ୍କାରୁ କମ୍‍ ମିଳୁଛି। ତେବେ ଏହାରି ଭିତରେ ସେମାନଙ୍କୁ ମୋବାଇଲରେ ଫଟୋ ଉଠାଇବା ଲାଗି କୁହାଯାଇଛି। ସମସ୍ତ କନଷ୍ଟେବଳ ଅର୍ଥାତ୍‍ ନିକଟରେ ଚାଲାଣ କାଟିବାର କ୍ଷମତା ଦିଆଯାଇଥିବା ଗ୍ରାଜୁଏଟ୍‍ କନଷ୍ଟେବଳଙ୍କ ହାତରେ ଘଣ୍ଟାଘଣ୍ଟା ସ୍ମାର୍ଟଫୋନ୍‍ ଧରି ଅମାନିଆଙ୍କ ଫଟୋ ଉଠାଇବା ଦ୍ୱାରା ଚାଲାଣ କଟୁଛି। ହେଲେ ମାସକୁ ଏତେ କମ୍‍ ଦରମାରେ ସ୍ମାର୍ଟଫୋନ କିଣିବା ଅନେକଙ୍କ କ୍ଷେତ୍ରରେ ସମ୍ଭବ ହେଉନାହିଁ। ଜଣେ ଟ୍ରାଫିକ୍‍ କନଷ୍ଟେବଲ ନିଜ ନାମ ଗୋପନ ରଖି କହିଛନ୍ତି ଗୋଟିଏ ମାସର ଦରମାରେ ମୋବାଇଲ କିଣିବା ସମ୍ଭବ ନୁହେଁ। ଅଧିକାଂଶ କନଷ୍ଟେବଲ ଧାର କରଜ କରି ପୁରୁଣା ମୋବାଇଲ କିଣୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର