ଭୁବନେଶ୍ୱରରେ ଦୁଇ ସଫେଇକର୍ମୀଙ୍କ ମୃତ୍ୟୁ ଘଟଣା, ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ଏନଏଚଆରସିଙ୍କ ନୋଟିସ୍

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ମଇଳା ଟାଙ୍କି ସଫା କରିବା ସମୟରେ ଦୁଇଜଣଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ (ଏନଏଚଆରସି) ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦୋଷୀ ଅଫିସରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ଲାଗି କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ମଇଳା ଟାଙ୍କି ସଫା କରିବା ସମୟରେ ଦୁଇଜଣଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ (ଏନଏଚଆରସି) ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦୋଷୀ ଅଫିସରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ଲାଗି କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଏକ ପିଟିସନ ଜରିଆରେ ଅଭିଯୋଗ କରିଥିଲେ ଯେ ମାର୍ଚ୍ଚ ୧୯, ୨୦୨୧ରେ ବ୍ରହ୍ମେଶ୍ୱର ବାଗ୍ ଅଂଚଳରେ ଟାଙ୍କି ସଫା କରିବା ସମୟରେ ସୁନାରାମ ସଦର (୫୫) ଓ ସିଲୁପ ବିରୁଆଙ୍କର ମୃତ୍ୟୁ ଘଟିଥିଲା । ଓଡିଶା ଜଳ ଯୋଗାଣ ଓ ସ୍ୱେରେଜ୍ ବୋର୍ଡ ଦ୍ୱାରା ନିଯୁକ୍ତ ଏକ ଠିକାଦାର ସଂସ୍ଥା ଦ୍ୱାରା ସେମାନେ ନିଯୁକ୍ତ ହୋଇଥିଲେ । କାମ କରିବା ସମୟରେ ସେମାନେ ଅକ୍ସିଜେନ୍ ମାସ୍କ ପିନ୍ଧିନଥିଲେ କିମ୍ବା ଅନ୍ୟ ସୁରକ୍ଷା ସାରଜାଂମ ନଥିଲା । ଏହି ଘଟଣାରେ ମାନୁଆଲ୍ ସ୍କାଭେଂଜର ନିଯୁକ୍ତି ନିଷେଧ ଓ ଥଇଥାନ ଆଇନ, ୨୦୧୩ର ଧାରା ୭,୯ ଓ ୨୨ ଅନୁସାରେ ଏଫଆଇଆର୍ ହୋଇଛି କି ନାହିଁ ତାହା ଜଣାଇବା ସହ ଏହି ମାମଲାରେ କି ପଦକ୍ଷେପ ନିଆଯାଇଛି, ତାହା ଜଣାଇବାକୁ କମିଶନ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ହ୍ବିପ୍ ଜାରି: ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ

12 Apr 2021 By The Sakala

ଭୁବନେଶ୍ୱରରେ ଦୁଇ ସଫେଇକର୍ମୀଙ୍କ ମୃତ୍ୟୁ ଘଟଣା, ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ଏନଏଚଆରସିଙ୍କ ନୋଟିସ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ମଇଳା ଟାଙ୍କି ସଫା କରିବା ସମୟରେ ଦୁଇଜଣଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ (ଏନଏଚଆରସି) ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦୋଷୀ ଅଫିସରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ଲାଗି କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଏକ ପିଟିସନ ଜରିଆରେ ଅଭିଯୋଗ କରିଥିଲେ ଯେ ମାର୍ଚ୍ଚ ୧୯, ୨୦୨୧ରେ ବ୍ରହ୍ମେଶ୍ୱର ବାଗ୍ ଅଂଚଳରେ ଟାଙ୍କି ସଫା କରିବା ସମୟରେ ସୁନାରାମ ସଦର (୫୫) ଓ ସିଲୁପ ବିରୁଆଙ୍କର ମୃତ୍ୟୁ ଘଟିଥିଲା । ଓଡିଶା ଜଳ ଯୋଗାଣ ଓ ସ୍ୱେରେଜ୍ ବୋର୍ଡ ଦ୍ୱାରା ନିଯୁକ୍ତ ଏକ ଠିକାଦାର ସଂସ୍ଥା ଦ୍ୱାରା ସେମାନେ ନିଯୁକ୍ତ ହୋଇଥିଲେ । କାମ କରିବା ସମୟରେ ସେମାନେ ଅକ୍ସିଜେନ୍ ମାସ୍କ ପିନ୍ଧିନଥିଲେ କିମ୍ବା ଅନ୍ୟ ସୁରକ୍ଷା ସାରଜାଂମ ନଥିଲା । ଏହି ଘଟଣାରେ ମାନୁଆଲ୍ ସ୍କାଭେଂଜର ନିଯୁକ୍ତି ନିଷେଧ ଓ ଥଇଥାନ ଆଇନ, ୨୦୧୩ର ଧାରା ୭,୯ ଓ ୨୨ ଅନୁସାରେ ଏଫଆଇଆର୍ ହୋଇଛି କି ନାହିଁ ତାହା ଜଣାଇବା ସହ ଏହି ମାମଲାରେ କି ପଦକ୍ଷେପ ନିଆଯାଇଛି, ତାହା ଜଣାଇବାକୁ କମିଶନ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର