କୋଭିଡ୍‌ ସ୍ଥିତିରେ ଦ୍ରୁତ ବୃଦ୍ଧି ଯୋଗୁଁ ରୋଗୀ ସେବା ପାଇଁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି

The Sakala Picture
Published On

– ରୋଗୀମାନଙ୍କ ପାଇଁ ନୂତନ ପଞ୍ଜୀକରଣରରେ ହ୍ରାସ, ଜରୁରୀକାଳୀନ ସେବା ପୂର୍ବପରି ଜାରି ରହିବ ଭୁବନେଶ୍ୱର: କୋଭିଡ୍‌ ମହାମାରୀ ସ୍ଥିତିରେ ହଠାତ୍ ଦ୍ରୁତ ବୃଦ୍ଧି ହେତୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସୁଗମ ତଥା ନିରାପଦ ରୋଗୀ ସେବା ନିମନ୍ତେ କିଛି ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ, ଏମ୍‌ସ ଭୁବନେଶ୍ୱରର ସମସ୍ତ ବିଭାଗଗୁଡ଼ିକୁ ସଂକ୍ରମଣକୁ ରକ୍ଷା କରିବା ପାଇଁ କୋଭିଡ୍‌ ଉପଯୁକ୍ତ ଆଚରଣ ଏବଂ ପ୍ରୋଟୋକଲ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଓପିଡି ଗୁଡ଼ିକରେ ରୋଗୀ […]

– ରୋଗୀମାନଙ୍କ ପାଇଁ ନୂତନ ପଞ୍ଜୀକରଣରରେ ହ୍ରାସ, ଜରୁରୀକାଳୀନ ସେବା ପୂର୍ବପରି ଜାରି ରହିବ

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ଭୁବନେଶ୍ୱର: କୋଭିଡ୍‌ ମହାମାରୀ ସ୍ଥିତିରେ ହଠାତ୍ ଦ୍ରୁତ ବୃଦ୍ଧି ହେତୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସୁଗମ ତଥା ନିରାପଦ ରୋଗୀ ସେବା ନିମନ୍ତେ କିଛି ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ, ଏମ୍‌ସ ଭୁବନେଶ୍ୱରର ସମସ୍ତ ବିଭାଗଗୁଡ଼ିକୁ ସଂକ୍ରମଣକୁ ରକ୍ଷା କରିବା ପାଇଁ କୋଭିଡ୍‌ ଉପଯୁକ୍ତ ଆଚରଣ ଏବଂ ପ୍ରୋଟୋକଲ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଓପିଡି ଗୁଡ଼ିକରେ ରୋଗୀ ସଂଖ୍ୟା ହ୍ରାସ କରିବା ଏବଂ କରୋନା ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ସମସ୍ତ ବିଭାଗକୁ “ଏମ୍‌ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍‌ ଏବଂ ଟେଲିମେଡିସିନ୍ (ହ୍ବାଟ୍‌ସଆପ୍ କଲ୍) ସେବା ଉପରେ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି | ପୂର୍ବରୁ ବ୍ୟବହୃତ ସମସ୍ତ ଟେଲିମେଡିସିନ୍ ନମ୍ବରଗୁଡ଼ିକ ଏବେ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଛି। ତେଣୁ, ରୋଗୀମାନେ ଓପିଡ଼ିକୁ ଆସିବା ପରିବର୍ତ୍ତେ ଏହି ସେବାଗୁଡିକ ମାଧ୍ୟମରେ ଅଧିକରୁ ଅଧିକ ସେବା ନେବାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ସେହିଭଳି ଏମ୍‌ସ ଭୁବନେଶ୍ୱରରେ ନୂତନ ରୋଗୀ ପଞ୍ଜିକରଣ ସଂଖ୍ୟାକୁ ପର୍ଯ୍ୟାୟକ୍ରମେ ହ୍ରାସ କରିବାକୁ ନିଷ୍ପତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଜେନେରାଲ୍‌ ମେଡିସିନ୍‌, ଅର୍ଥୋପେଡିକ୍‌ସ, ଡର୍ମାଟୋଲୋଜି, ଶିଶୁ (ପେଡିଆଟ୍ରିକ୍‌ସ), ଶଲ୍ୟ ଚିକିତ୍ସା(ଜେନେରାଲ୍‌ ସର୍ଜରୀ), ପଲ୍‌ମୋନାରୀ ମେଡିସିନ୍‌, ଇଏନ୍‌ଟି, ଚକ୍ଷୁ(ଅପ୍‌ଥାମୋଲୋଜି), ଗ୍ୟାଷ୍ଟ୍ରୋଣ୍ଟେରୋଲୋଜି ଭଳି ବିଭାଗରେ ଦୈନିକ ରୋଗୀ ଦେଖିବା ସଂଖ୍ୟା ଶହେ(୧୦୦)ରେ ସିମୀତ ରଖାଯାଇଛି। ତେବେ ୟୁରୋଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, କାର୍ଡିଓଲୋଜି ଭଳି ବିଭାଗ ପୂର୍ବଭଳି କାର୍ଯ୍ୟ କରିବ ବୋଲି ନିଷ୍ପତି ନିଆଯାଇଛି। ଏହା ବୁଧବାର(୧୨ ଜାନୁୟାରୀ,୨୦୨୨)ରୁ କାର୍ଯ୍ୟକାରୀ ହେବ।’

ଆହୁରି ପଢ଼ନ୍ତୁ: ବ୍ୟାଙ୍କକୁ ନ ଆସିଲେ, ଜମା ଟଙ୍କା ଦେଇହେବନି କହିଲା ବ୍ୟାଙ୍କ; ମଶାଣିରୁ ଭଉଣୀର ଶବ ଖୋଳି ବ୍ୟାଙ୍କକୁ କାନ୍ଧେଇ ନେଲା ଭାଇ

ଡେ-କେୟାର, ରେଡିଓଥେରାପି, ଡାୟଲିସିସ୍, ଟ୍ରମା ଏବଂ ଜରୁରୀକାଳୀନ ପରିସ୍ଥିତି, ଜରୁରୀକାଳୀନ ଜୀବନ ବଞ୍ଚାଇବା, ଟେଲି ମେଡିସିନ୍, “ଏମ୍‌ସ ଭୁବନେଶ୍ୱର ଆପ୍, ଆଇପିଡି ସେବା, ଟୀକାକରଣ ସେବା, ପ୍ରତିରୋପଣ ସେବା, ଫୁସଫୁସ (ଟୀକାକରଣ ଆରଏମଆରସି), ଆନାସ୍ଥେସିଓଲୋଜି (ପିଏସି) ଏବଂ ପେନ୍ କ୍ଲିନିକ୍) ଇତ୍ୟାଦି ପୂର୍ବପରି ଜାରି ରହିବ।

ଏମ୍‌ସ ଭୁବନେଶ୍ୱରରେ କୋଭିଡ୍‌ ରୋଗୀଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ଔଷଧ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ରୋଗୀମାନେ ସ୍ୱାସ୍ଥ୍ୟ ସେବା ପାଇଁ ଏହାର ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରିପାରିବେ । ଏମ୍‌ରେ ଗତ କିଛି ଦିନ ହେବ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ତେଣୁ ହସ୍‌ପିଟାଲକୁ ରୋଗୀମାନଙ୍କ ପାଇଁ ନିରାପଦ ତଥା ସୁସ୍ଥ ରଖିବା ପାଇଁ ଏପରି କିଛି ପଦକ୍ଷେପ ନିଆଯାଇଥିବା ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ପ୍ରଫେସର ଡକ୍ଟର ଏସ ଏନ ମହାନ୍ତି ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମେଡିକାଲ ଅଧୀକ୍ଷକ ଡ. ମହାନ୍ତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। କୋଭିଡ୍‌ ମହାମାରୀର ପ୍ରୋଟୋକଲଗୁଡିକୁ ଅନୁସରଣ କରିବାକୁ, ଏମ୍‌ସ ଭୁବନେଶ୍ୱରର ପ୍ରବେଶ ଦ୍ୱାରରେ ସୁରକ୍ଷା କର୍ମୀମାନେ ଡବଲ୍ ଡୋଜ ଟୀକାକରଣ ପ୍ରମାଣପତ୍ର ବିଷୟରେ ପଚାରି ବୁଝିବା ସହିତ ଓପିଡିକୁ ଆସୁଥିବା ରୋଗୀଙ୍କ ସହିତ କେବଳ ଜଣେ ସହଯୋଗୀ ସହିତ ଡାକ୍ତରାଖାନା ପରିସରକୁ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଜରୁରୀକାଳୀନ ପରିସ୍ଥିତିରେ ଦୁଇଜଣ ସହଯୋଗୀ ଆସିପାରିବେ।
ଏମ୍‌ସ ଭୁବନେଶ୍ୱରରେ କୋଭିଡ୍‌ ଅପରେସନ୍‌ କକ୍ଷ(ଓଟି) ସହିତ ପ୍ରସବ ଓଟି ଏବଂ ଅନ୍ୟାନ୍ୟ କୋଭିଡ୍‌ କ୍ଷେତ୍ରଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି। ସେହିଭଳି ଅଚାନକ୍‌ କୋଭିଡ୍‌ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ୁଥିବା ରୋଗୀଙ୍କ ପାଇଁ ସାରୀ (ଏସଏଆରଆଇ) ୱାର୍ଡ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ | କୋଭିଡ୍ ଯତ୍ନ ସମୟରେ ଏହା ଜରୁରୀକାଳୀନ ଗୁରୁତର ରୋଗୀଙ୍କୁ ବେଶ୍‌ ସହାୟକ ହେବ। ଭବିଷ୍ୟତରେ ଆବଶ୍ୟକତା ଉପରେ ନିର୍ଭର କରି ଧାର୍ଯ୍ୟ ସମୟର ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟଯେ, ଅତୀତର ଦୁଇଟି କୋଭିଡ୍‌ ତରଙ୍ଗ ସମୟରେ ଏମ୍‌ସ ଭୁବନେଶ୍ୱର ଉଭୟ କୋଭିଡ୍‌ ଏବଂ ଅଣକୋଭିଡ୍ ରୋଗୀସେବାକୁ ବେଶ୍‌ ସଫଳତାର ସହିତ ପରିଚାଳନା କରିଛି | ଏଥର ମଧ୍ୟ ଏନେଇ ଅନୁଷ୍ଠାନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ମହାକାରୀ ସହିତ ଲଢ଼ିବାକୁ ହେଲେ କୋଭିଡ୍‌ ଉପଯୁକ୍ତ ନିୟମ ଅନୁପାଳନ ପୂର୍ବକ ଟିକା ନେବାକୁ ଏମ୍‌ସ ଭୁବନେଶ୍ବର ପକ୍ଷରୁ ରାଜ୍ୟବାସୀଙ୍କୁ ନିବେଦନ କରାଯାଇଛି।

11 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର