ସ୍ତନ କର୍କଟ ଭଲ କରିବ ନିମ୍ବପତ୍ର, ଭୁବନେଶ୍ବର ଆଇଏଲ୍‌ଏସ୍‌ର ଗବେଷଣା

The Sakala Picture
Published On

ଭୁବନେଶ୍ୱର : ସ୍ତନ କର୍କଟ ଦୂର କରିବ ନିମ୍ୱପତ୍ର। କ୍ୟାନସର ଷ୍ଟେମ୍‌‌ସେଲ୍‌କୁ ସମୂଳେ ନାଶ କରିବା ପାଇଁ ବ୍ୟବହାର ହେବ ନିମ୍ୱପତ୍ର ଔଷଧ। ନିମ୍ୱପତ୍ରରେ ଥିବା ନିମ୍ୱୋଲାଇଡର୍‌ରେ ଏଭଳି ଅମୋଘ ଅସ୍ତ୍ର ରହିଛି। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ବୋଲି ଆଇଏଲ୍‌‌ଏସ୍‌‌, ଭୁବନେଶ୍ୱର ଦାବି କରିଛି। ନିକଟରେ ଆଇଏଲ୍‌‌ସ ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡଃ ସଞ୍ଜୀବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌‌ ନିମ୍ୱପତ୍ରରେ ଥିବା ଫାଇଟୋକେମିକାଲ୍‌‌ ନିମ୍ୱୋଲାଇଡ୍‌‌ ଉପରେ ଗବେଷଣା କରିଥିଲେ। ଏହି ଗବେଷଣା ପରେ […]

ଭୁବନେଶ୍ୱର : ସ୍ତନ କର୍କଟ ଦୂର କରିବ ନିମ୍ୱପତ୍ର। କ୍ୟାନସର ଷ୍ଟେମ୍‌‌ସେଲ୍‌କୁ ସମୂଳେ ନାଶ କରିବା ପାଇଁ ବ୍ୟବହାର ହେବ ନିମ୍ୱପତ୍ର ଔଷଧ। ନିମ୍ୱପତ୍ରରେ ଥିବା ନିମ୍ୱୋଲାଇଡର୍‌ରେ ଏଭଳି ଅମୋଘ ଅସ୍ତ୍ର ରହିଛି। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ବୋଲି ଆଇଏଲ୍‌‌ଏସ୍‌‌, ଭୁବନେଶ୍ୱର ଦାବି କରିଛି। ନିକଟରେ ଆଇଏଲ୍‌‌ସ ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡଃ ସଞ୍ଜୀବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌‌ ନିମ୍ୱପତ୍ରରେ ଥିବା ଫାଇଟୋକେମିକାଲ୍‌‌ ନିମ୍ୱୋଲାଇଡ୍‌‌ ଉପରେ ଗବେଷଣା କରିଥିଲେ। ଏହି ଗବେଷଣା ପରେ ମିଳିଥିବା ଏହି ନୂଆ ତଥ୍ୟକୁ ଆନ୍ତର୍ଜାତିକ ଗବେଷଣା ପତ୍ରିକା ମଲିକୁଲାର ଥେରାପି ନ୍ୟୁକ୍ଲିକ୍‌‌ ଏସିଡ୍‌‌ସରେ ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି

ଏହି ପତ୍ରିକାରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ସବୁଠୁ ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନସରକୁ ନିମ୍ୱୋଲାଇଡ୍‌‌ ମୂଳପୋଛ କରିବାର କ୍ଷମତା ରଖିଛି। ମୂଷା ଓ ଜେବ୍ରା ଫିସ୍‌‌ ଉପରେ ହୋଇଥିବା ପ୍ରି-କ୍ଲିନିକାଲ ପ୍ରୟୋଗରୁ ଏହା ପ୍ରମାଣିତ ହୋଇସାରିଥିବାରୁ ସ୍ତନ କର୍କଟରେ ପୀଡ଼ିତାମାନଙ୍କ ପାଇଁ ଏକ ନୂଆ ଆଶା ସଞ୍ଚାର ହେବ ବୋଲି ଆଶା ରହିଛି। ଡକ୍ଟର୍‌ ସଞ୍ଜୀବଙ୍କ କହିବା ଅନୁଯାୟୀ, ନିମ୍ୱୋଲାଇଡ୍‌‌ର ଆଣ୍ଟି କ୍ୟାନସର୍‌ ଗୁଣ ପୂର୍ବରୁ ଜଣାଥିଲେ ମଧ୍ୟ ଏହା ରକ୍ତରେ ମିଶୁ ନଥିବାରୁ ବ୍ୟବହାର ଉପଯୋଗୀ ହୋଇପାରୁନଥିଲା। ତେବେ ଆଇଏଲ୍‌‌ଏସ୍‌‌ ଭୁବନେଶ୍ୱର ପକ୍ଷରୁ ନାନୋଟେକ୍ନୋଲଜି ବ୍ୟବହାରରୁ ଏହି ସଫଳତା ମିଳି ପାରିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଲୋନାଭାଲା ଖାତରୁ ଓଡ଼ିଆ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ୩୬ ଘଣ୍ଟା ପରେ ମିଳିଲା ପତ୍ତା

ଏବେ କ୍ୟାନସରର ଚିକିତ୍ସା ଲାଗି କେମୋଥେରାପି ବ୍ୟବସ୍ଥା ରହିଛି। କେମୋଥେରାପି କ୍ୟାନସର ସେଲ ସହ ଶରୀରର ସାଧାରଣ ସେଲ୍‌କୁ ମଧ୍ୟ ନଷ୍ଟ କରିଥାଏ। କିନ୍ତୁ ଆଇଏଲ୍‌‌ଏସ୍‌‌ ଭୁବନେଶ୍ୱର ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି, ନିମ୍ୱପତ୍ରରେ ଥିବା ନିମ୍ୱୋଲାଇଡ୍‌‌ କେବଳ କ୍ୟାନସର ସେଲକୁ ହିଁ ନଷ୍ଟ କରୁଛି। ଏମିତିକି ନିମ୍ୱୋଲାଇଡ୍‌‌ ସ୍ତନ କର୍କଟ ସହ ଶରୀରର ଅନ୍ୟ ଅଂଶରେ ଦେଖାଦେଉଥିବା କ୍ୟାନସର ସେଲକୁ ଭଲ କରିପାରୁଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ଏବେ ଆଇଏଲ୍‌‌ଏସ୍‌‌ ଭୁବନେଶ୍ୱର ସ୍ତନ କ୍ୟାନସର୍‌ ଚିକିତ୍ସା ଲାଗି କେମୋଥେରାପି ସହ ନିମ୍ୱୋଲାଇଡ ବ୍ୟବହାର ଉପରେ କାମ କରୁଛି। ଏହା ସଫଳ ହେଲେ ଆଗାମୀ ଦିନରେ ନିମ୍ୱ ପତ୍ରରୁ ସ୍ତନ କର୍କଟର ନୂଆ ଅସ୍ତ୍ର ତିଆରି ହେବ ବୋଲି ଆଶା ରହିଛି।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp