ନବୀନଙ୍କ ପ୍ରସ୍ତାବ ଓ ନିଷ୍ପତ୍ତିକୁ ସାରା ଦେଶର ପ୍ରଶଂସା, ଟ୍ୱିଟର ଟ୍ରେଣ୍ଡିଂରେ ରାଷ୍ଟ୍ରନାୟକ ନବୀନ

The Sakala Picture
Published On

ଭୁବନେଶ୍ବର : ପୁଣି ରାଷ୍ଟ୍ରନାୟକର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସମୟରେ ସାଧାରଣ ଲୋକଙ୍କ ଜୀବନକୁ କିପରି ଗୁରୁତ୍ବ ଦିଆଯିବ ସେନେଇ ନବୀନ ସାଜିଛନ୍ତି ଉଦାହରଣ । ଆଜି ଏପରି ଦୁଇଟି ଘଟଣାକୁ ନେଇ ନବୀନଙ୍କୁ ପ୍ରଶଂସା କରିଛନ୍ତି ସାରାଦେଶବାସୀ। ନବୀନଙ୍କୁ ପ୍ରଶଂସା ଟ୍ୱିଟର ଟ୍ରେଣ୍ଡିଂ ପାଲଟିଛି। ଟିକାକରଣ କାର୍ଯ୍ୟକୁ କିପରି ବିକେନ୍ଦ୍ରୀକରଣ କରାଯିବ । ଟିକା ପ୍ରସ୍ତୁତକାରୀ ୫୦% ଟିକା ରଖନ୍ତୁ ଏବଂ ବଳକା ୫୦% ରାଜ୍ୟ ଓ ଖୋଲା ବଜାରରେ […]

ଭୁବନେଶ୍ବର : ପୁଣି ରାଷ୍ଟ୍ରନାୟକର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସମୟରେ ସାଧାରଣ ଲୋକଙ୍କ ଜୀବନକୁ କିପରି ଗୁରୁତ୍ବ ଦିଆଯିବ ସେନେଇ ନବୀନ ସାଜିଛନ୍ତି ଉଦାହରଣ । ଆଜି ଏପରି ଦୁଇଟି ଘଟଣାକୁ ନେଇ ନବୀନଙ୍କୁ ପ୍ରଶଂସା କରିଛନ୍ତି ସାରାଦେଶବାସୀ। ନବୀନଙ୍କୁ ପ୍ରଶଂସା ଟ୍ୱିଟର ଟ୍ରେଣ୍ଡିଂ ପାଲଟିଛି। ଟିକାକରଣ କାର୍ଯ୍ୟକୁ କିପରି ବିକେନ୍ଦ୍ରୀକରଣ କରାଯିବ । ଟିକା ପ୍ରସ୍ତୁତକାରୀ ୫୦% ଟିକା ରଖନ୍ତୁ ଏବଂ ବଳକା ୫୦% ରାଜ୍ୟ ଓ ଖୋଲା ବଜାରରେ ମିଳୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଦିନ ତଳେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଦେଇଥିବାବେଳେ ଆଜି ଏହି ପ୍ରସ୍ତାବରେ ମୋହର ମାରିଛନ୍ତି କେନ୍ଦ୍ର ସରକାର । ଯାହାଫଳରେ ଖୋଲା ବଜାରରେ କରୋନା ଟିକା ମିଳିପାରିବ। ଯେଉଁମାନେ ଟିକା କିଣି ନେଇପାରିବେ ସେମାନେ ବଜାରରୁ ଟିକା କିଣିପାରିବେ । କେନ୍ଦ୍ରର ଏହି ନିଷ୍ପତ୍ତିରେ ଉପକୃତ ହେବେ ଦେଶବାସୀ । ନବୀନଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରୁଛି ସାରା ଦେଶ। ଯାହାକୁ ନେଇ ଟ୍ବିଟରେ ଟ୍ରେଣ୍ଡ କରୁଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ କଲେଜ ଛାତ୍ର ଗିରଫ

ମାନବ ସେବା ଓ ଦେଶବାସୀଙ୍କ ପ୍ରତି ପ୍ରତିଶ୍ରୁତିବଦ୍ଧତା ମୂଳମନ୍ତ୍ର ବୋଲି କହି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଟିକା ନେଇ କେନ୍ଦ୍ରକୁ ୪ଟି ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋଲା ବଜାରରେ ଟିକା ମିଳିବା ନେଇ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି ଅଧିକ ପ୍ରଭାବିତ ସହରରେ ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ପ୍ରସ୍ତାବ ଦେବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକା ଯୋଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ ନବୀନ । ଯେଉଁ ପ୍ରସ୍ତାବ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର

ଆହୁରି ପଢ଼ନ୍ତୁ: ବାଲିଅନ୍ତା ବର୍ବର ହତ୍ୟା ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁ, ଗିରଫ ସଂଖ୍ୟା ୧୩କୁ ବୃଦ୍ଧି

ଅନ୍ୟଏକ ବଡ ନିଷ୍ପତିକୁ ମଧ୍ୟ ସାରା ଦେଶବାସୀ ପ୍ରଶଂସା କରୁଛନ୍ତି। ତାହା ହେଉଛି ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନରେ ବିଜେଡି କୌଣସି ରାଲି କିମ୍ବା ସମାବେଶ କରିବ ନାହିଁ ବୋଲି ଘୋଷଣା କରିଛନ୍ତି।  ବଢୁଥିବା ସଂକ୍ରମଣ ଦୃଷ୍ଟିରେ ରଖି ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ବିଜେଡି ରାଲିଠାରୁ ଦୂରେଇ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେବା ପରେ ଏହା ଟ୍ୱିଟରରେ ଟ୍ରେଣ୍ଡିଂ ପାଲଟିଛି । ହାସଟ୍ୟାଗ୍ #StatesmanNaveen ଭାବେ ଟ୍ୱିଟରରେ ଟ୍ରେଣ୍ଡ ହେଉଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଖୋଲିବ SEBI ର ନୂଆ ବ୍ରାଞ୍ଚ ଅଫିସ: ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ

କରୋନା ବେଳେ ଅନ୍ୟ ରାଜ୍ୟ ମାନଙ୍କରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଓ ରାଲିକୁ ଜୋରଦାର କରାଯାଉଥିବା ବେଳେ ନବୀନ କିନ୍ତୁ ନିର୍ବାଚନୀ ରାଲିକୁ ନା କରିଛନ୍ତି । ଆଉ ନବୀନଙ୍କ ଏହି ନିଷ୍ପତ୍ତି ସମସ୍ତେ ପ୍ରଶଂସା କରିଛନ୍ତି । ପୂରା ଟ୍ୱିଟରରେ ନବୀନଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଥିବା ବେଳେ ଟୁଇଟରରେ ୨ ନମ୍ବର ଟ୍ରେଣ୍ଡିଂରେ ଅଛନ୍ତି ନବୀନ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିିଛନ୍ତି, ସମସ୍ତଙ୍କ ଜୀବନ ମୂଲ୍ୟବାନ ଓ ରାଜ୍ୟର ସମସ୍ତ ଲୋକ ତାଙ୍କ ପରିବାର ଭଳି । କରୋନା କାଳରେ ଲୋକଙ୍କ ଜୀବନକୁ ତାଙ୍କ ଦଳ ବିପଦରେ ପକାଇବ ନାହିଁ । ବିଜେଡି ଏକ ଦାୟିତ୍ୱବାନ ଦଳ ହୋଇଥିବାରୁ ସମାବେଶ ଓ କିମ୍ବା ପ୍ରଚାର ମିଟିଂ ହେବ ନାହିଁ

19 Apr 2021 By The Sakala

ନବୀନଙ୍କ ପ୍ରସ୍ତାବ ଓ ନିଷ୍ପତ୍ତିକୁ ସାରା ଦେଶର ପ୍ରଶଂସା, ଟ୍ୱିଟର ଟ୍ରେଣ୍ଡିଂରେ ରାଷ୍ଟ୍ରନାୟକ ନବୀନ

ଭୁବନେଶ୍ବର : ପୁଣି ରାଷ୍ଟ୍ରନାୟକର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସମୟରେ ସାଧାରଣ ଲୋକଙ୍କ ଜୀବନକୁ କିପରି ଗୁରୁତ୍ବ ଦିଆଯିବ ସେନେଇ ନବୀନ ସାଜିଛନ୍ତି ଉଦାହରଣ । ଆଜି ଏପରି ଦୁଇଟି ଘଟଣାକୁ ନେଇ ନବୀନଙ୍କୁ ପ୍ରଶଂସା କରିଛନ୍ତି ସାରାଦେଶବାସୀ। ନବୀନଙ୍କୁ ପ୍ରଶଂସା ଟ୍ୱିଟର ଟ୍ରେଣ୍ଡିଂ ପାଲଟିଛି। ଟିକାକରଣ କାର୍ଯ୍ୟକୁ କିପରି ବିକେନ୍ଦ୍ରୀକରଣ କରାଯିବ । ଟିକା ପ୍ରସ୍ତୁତକାରୀ ୫୦% ଟିକା ରଖନ୍ତୁ ଏବଂ ବଳକା ୫୦% ରାଜ୍ୟ ଓ ଖୋଲା ବଜାରରେ ମିଳୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଦିନ ତଳେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଦେଇଥିବାବେଳେ ଆଜି ଏହି ପ୍ରସ୍ତାବରେ ମୋହର ମାରିଛନ୍ତି କେନ୍ଦ୍ର ସରକାର । ଯାହାଫଳରେ ଖୋଲା ବଜାରରେ କରୋନା ଟିକା ମିଳିପାରିବ। ଯେଉଁମାନେ ଟିକା କିଣି ନେଇପାରିବେ ସେମାନେ ବଜାରରୁ ଟିକା କିଣିପାରିବେ । କେନ୍ଦ୍ରର ଏହି ନିଷ୍ପତ୍ତିରେ ଉପକୃତ ହେବେ ଦେଶବାସୀ । ନବୀନଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରୁଛି ସାରା ଦେଶ। ଯାହାକୁ ନେଇ ଟ୍ବିଟରେ ଟ୍ରେଣ୍ଡ କରୁଛି।

ମାନବ ସେବା ଓ ଦେଶବାସୀଙ୍କ ପ୍ରତି ପ୍ରତିଶ୍ରୁତିବଦ୍ଧତା ମୂଳମନ୍ତ୍ର ବୋଲି କହି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଟିକା ନେଇ କେନ୍ଦ୍ରକୁ ୪ଟି ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋଲା ବଜାରରେ ଟିକା ମିଳିବା ନେଇ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି ଅଧିକ ପ୍ରଭାବିତ ସହରରେ ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ପ୍ରସ୍ତାବ ଦେବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକା ଯୋଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ ନବୀନ । ଯେଉଁ ପ୍ରସ୍ତାବ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର

ଅନ୍ୟଏକ ବଡ ନିଷ୍ପତିକୁ ମଧ୍ୟ ସାରା ଦେଶବାସୀ ପ୍ରଶଂସା କରୁଛନ୍ତି। ତାହା ହେଉଛି ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନରେ ବିଜେଡି କୌଣସି ରାଲି କିମ୍ବା ସମାବେଶ କରିବ ନାହିଁ ବୋଲି ଘୋଷଣା କରିଛନ୍ତି।  ବଢୁଥିବା ସଂକ୍ରମଣ ଦୃଷ୍ଟିରେ ରଖି ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ବିଜେଡି ରାଲିଠାରୁ ଦୂରେଇ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେବା ପରେ ଏହା ଟ୍ୱିଟରରେ ଟ୍ରେଣ୍ଡିଂ ପାଲଟିଛି । ହାସଟ୍ୟାଗ୍ #StatesmanNaveen ଭାବେ ଟ୍ୱିଟରରେ ଟ୍ରେଣ୍ଡ ହେଉଛି ।

କରୋନା ବେଳେ ଅନ୍ୟ ରାଜ୍ୟ ମାନଙ୍କରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଓ ରାଲିକୁ ଜୋରଦାର କରାଯାଉଥିବା ବେଳେ ନବୀନ କିନ୍ତୁ ନିର୍ବାଚନୀ ରାଲିକୁ ନା କରିଛନ୍ତି । ଆଉ ନବୀନଙ୍କ ଏହି ନିଷ୍ପତ୍ତି ସମସ୍ତେ ପ୍ରଶଂସା କରିଛନ୍ତି । ପୂରା ଟ୍ୱିଟରରେ ନବୀନଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଥିବା ବେଳେ ଟୁଇଟରରେ ୨ ନମ୍ବର ଟ୍ରେଣ୍ଡିଂରେ ଅଛନ୍ତି ନବୀନ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିିଛନ୍ତି, ସମସ୍ତଙ୍କ ଜୀବନ ମୂଲ୍ୟବାନ ଓ ରାଜ୍ୟର ସମସ୍ତ ଲୋକ ତାଙ୍କ ପରିବାର ଭଳି । କରୋନା କାଳରେ ଲୋକଙ୍କ ଜୀବନକୁ ତାଙ୍କ ଦଳ ବିପଦରେ ପକାଇବ ନାହିଁ । ବିଜେଡି ଏକ ଦାୟିତ୍ୱବାନ ଦଳ ହୋଇଥିବାରୁ ସମାବେଶ ଓ କିମ୍ବା ପ୍ରଚାର ମିଟିଂ ହେବ ନାହିଁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର