ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାକୁ ୩୧ ଖଣ୍ଡ ଘଟଣା, ଦମ୍ପତିଙ୍କୁ ଗିରଫ ପୁଲିସ

The Sakala Picture
Published On

ରାଇଘର: ବିବାହ ପାଇଁ ଜିଦ୍‌ କରିବାରୁ ପତ୍ନୀ ସହ ମିଶି ପ୍ରେମିକାକୁ ୩୧ ଖଣ୍ଡ ହାଣି ପୋତି ଦେଇଥିଲା ପ୍ରେମିକ। ଏଭଳି ଏକ ବୀଭତ୍ସ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଗୋନା ପଞ୍ଚାୟତର ମୁରୁମଡିହ ଗ୍ରାମରେ। ଶନିବାର କିଛି ଗ୍ରାମବାସୀ ସ୍ଥାନୀୟ ମୁରମଡ଼ିହି ଜଙ୍ଗଲ‌ରେ ମାଟି ତଳୁ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଗତ ଗୁରୁବାର ଏହି ଆପରାଧିକ ଘଟଣା ଘଟିଥିବା କୁହାଯାଉଛି। ରାଇଘର […]

ରାଇଘର: ବିବାହ ପାଇଁ ଜିଦ୍‌ କରିବାରୁ ପତ୍ନୀ ସହ ମିଶି ପ୍ରେମିକାକୁ ୩୧ ଖଣ୍ଡ ହାଣି ପୋତି ଦେଇଥିଲା ପ୍ରେମିକ। ଏଭଳି ଏକ ବୀଭତ୍ସ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଗୋନା ପଞ୍ଚାୟତର ମୁରୁମଡିହ ଗ୍ରାମରେ। ଶନିବାର କିଛି ଗ୍ରାମବାସୀ ସ୍ଥାନୀୟ ମୁରମଡ଼ିହି ଜଙ୍ଗଲ‌ରେ ମାଟି ତଳୁ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଗତ ଗୁରୁବାର ଏହି ଆପରାଧିକ ଘଟଣା ଘଟିଥିବା କୁହାଯାଉଛି। ରାଇଘର ଥାନା ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସଂପୃକ୍ତ ପ୍ରେମିକ ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀ ସିଆ ରାଉତଙ୍କୁ ପୁଲିସ ଅଟକ ରଖିଥିଲା। ପରେ ଉଭୟଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତ ଯୁବତୀ ହେଲେ, ରାଇଘର ପଞ୍ଚାୟତ ଅନ୍ତର୍ଗତ ବାଗବେଡ଼ା ଗ୍ରାମର ତିଲାବାଈ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ଅପରପକ୍ଷେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ମୃତ ଶରୀରକୁ ପ୍ରେମିକ ଘର ସମ୍ମୁଖରେ ପୋତିବାକୁ ଜିଦ୍‌ ଧରିଛନ୍ତି। ଏହି ଘଟଣା ଆଜି ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ସୂଚନାନୁସାରେ, ଗୋନା ପଞ୍ଚାୟତର ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତଙ୍କ ସହ ତିଲାବାଈଙ୍କ ପ୍ରେମ ସମ୍ପର୍କ ରହିଥିଲା। ଚନ୍ଦ୍ର ବିବାହିତ ଓ ତାଙ୍କର ୫ଟି ସନ୍ତାନ ଅଛନ୍ତି। ଏହା ସତ୍ତ୍ବେ ସେ ତିଲାବାଈକୁ ପ୍ରେମ ଜାଲରେ ଫସାଇ ସହ ତାଙ୍କ ସହ ଅବୈଧ ସମ୍ପର୍କ ରଖି ଆସୁଥିଲେ। ବୁଧବାର ସନ୍ଧ୍ୟା ସମୟରେ ତିଲାବାଈ ଘରୁ ଲୁଚି ପଳାଇ ଆସି ଚନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ। କିନ୍ତୁ ଚନ୍ଦ୍ର ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିନେଇଥିଲା। ଏଥିରେ ସେ ତା’ ପତ୍ନୀଙ୍କ ସହାୟତା ନେଇଥିଲା। ଯୋଜନାନୁସାରେ, ତିଲାବାଈକୁ ଚନ୍ଦ୍ର ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲା। ‘ଏ ଜନ୍ମରେ ସେମାନଙ୍କ ସଂପର୍କ‌କୁ ପରିବାର କିମ୍ବା ସମାଜ ସ୍ବୀକାର କରିବ ନାହିଁ, ତେଣୁ ଦୁହେଁ ଆତ୍ମହତ୍ୟା କରିଦେବା’ ବୋଲି ଚନ୍ଦ୍ର ତାଙ୍କୁ କହିଥିଲା। ଦୁହେଁ ଏକ ଗଛରେ ଝୁଲିଥିଲେ। ତିଲା ଛଟପଟ ହୋଇ ମରିଯାଇଥିଲେ ହେଁ ସ୍ତ୍ରୀ ସହାୟତାରେ ଚନ୍ଦ୍ର ବଡ଼ ଆରାମରେ ଫାଶରୁ ମୁକୁଳି ଯାଇଥିଲା। ପରେ ଚନ୍ଦ୍ର ତିଲାଙ୍କୁ ଗଛରୁ ଓହ୍ଲାଇ ଦେଇଥିଲା। କେହି ଯେପରି ଏ ଘଟଣା ସଂପର୍କରେ ଟେର୍‌ ନ ପାଇବେ, ସେଥିପାଇଁ ତିଲାଙ୍କ ଶବକୁ ୩୧ଖଣ୍ଡ କରି ହାଣି ଜଙ୍ଗଲରେ ପୋତି ଦେଇଥିଲେ ଦମ୍ପତି।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

26 Nov 2023 By The Sakala

ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାକୁ ୩୧ ଖଣ୍ଡ ଘଟଣା, ଦମ୍ପତିଙ୍କୁ ଗିରଫ ପୁଲିସ

ରାଇଘର: ବିବାହ ପାଇଁ ଜିଦ୍‌ କରିବାରୁ ପତ୍ନୀ ସହ ମିଶି ପ୍ରେମିକାକୁ ୩୧ ଖଣ୍ଡ ହାଣି ପୋତି ଦେଇଥିଲା ପ୍ରେମିକ। ଏଭଳି ଏକ ବୀଭତ୍ସ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଗୋନା ପଞ୍ଚାୟତର ମୁରୁମଡିହ ଗ୍ରାମରେ। ଶନିବାର କିଛି ଗ୍ରାମବାସୀ ସ୍ଥାନୀୟ ମୁରମଡ଼ିହି ଜଙ୍ଗଲ‌ରେ ମାଟି ତଳୁ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଗତ ଗୁରୁବାର ଏହି ଆପରାଧିକ ଘଟଣା ଘଟିଥିବା କୁହାଯାଉଛି। ରାଇଘର ଥାନା ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସଂପୃକ୍ତ ପ୍ରେମିକ ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀ ସିଆ ରାଉତଙ୍କୁ ପୁଲିସ ଅଟକ ରଖିଥିଲା। ପରେ ଉଭୟଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତ ଯୁବତୀ ହେଲେ, ରାଇଘର ପଞ୍ଚାୟତ ଅନ୍ତର୍ଗତ ବାଗବେଡ଼ା ଗ୍ରାମର ତିଲାବାଈ।

ଅପରପକ୍ଷେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ମୃତ ଶରୀରକୁ ପ୍ରେମିକ ଘର ସମ୍ମୁଖରେ ପୋତିବାକୁ ଜିଦ୍‌ ଧରିଛନ୍ତି। ଏହି ଘଟଣା ଆଜି ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ, ଗୋନା ପଞ୍ଚାୟତର ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତଙ୍କ ସହ ତିଲାବାଈଙ୍କ ପ୍ରେମ ସମ୍ପର୍କ ରହିଥିଲା। ଚନ୍ଦ୍ର ବିବାହିତ ଓ ତାଙ୍କର ୫ଟି ସନ୍ତାନ ଅଛନ୍ତି। ଏହା ସତ୍ତ୍ବେ ସେ ତିଲାବାଈକୁ ପ୍ରେମ ଜାଲରେ ଫସାଇ ସହ ତାଙ୍କ ସହ ଅବୈଧ ସମ୍ପର୍କ ରଖି ଆସୁଥିଲେ। ବୁଧବାର ସନ୍ଧ୍ୟା ସମୟରେ ତିଲାବାଈ ଘରୁ ଲୁଚି ପଳାଇ ଆସି ଚନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ। କିନ୍ତୁ ଚନ୍ଦ୍ର ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିନେଇଥିଲା। ଏଥିରେ ସେ ତା’ ପତ୍ନୀଙ୍କ ସହାୟତା ନେଇଥିଲା। ଯୋଜନାନୁସାରେ, ତିଲାବାଈକୁ ଚନ୍ଦ୍ର ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲା। ‘ଏ ଜନ୍ମରେ ସେମାନଙ୍କ ସଂପର୍କ‌କୁ ପରିବାର କିମ୍ବା ସମାଜ ସ୍ବୀକାର କରିବ ନାହିଁ, ତେଣୁ ଦୁହେଁ ଆତ୍ମହତ୍ୟା କରିଦେବା’ ବୋଲି ଚନ୍ଦ୍ର ତାଙ୍କୁ କହିଥିଲା। ଦୁହେଁ ଏକ ଗଛରେ ଝୁଲିଥିଲେ। ତିଲା ଛଟପଟ ହୋଇ ମରିଯାଇଥିଲେ ହେଁ ସ୍ତ୍ରୀ ସହାୟତାରେ ଚନ୍ଦ୍ର ବଡ଼ ଆରାମରେ ଫାଶରୁ ମୁକୁଳି ଯାଇଥିଲା। ପରେ ଚନ୍ଦ୍ର ତିଲାଙ୍କୁ ଗଛରୁ ଓହ୍ଲାଇ ଦେଇଥିଲା। କେହି ଯେପରି ଏ ଘଟଣା ସଂପର୍କରେ ଟେର୍‌ ନ ପାଇବେ, ସେଥିପାଇଁ ତିଲାଙ୍କ ଶବକୁ ୩୧ଖଣ୍ଡ କରି ହାଣି ଜଙ୍ଗଲରେ ପୋତି ଦେଇଥିଲେ ଦମ୍ପତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର