ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

The Sakala Picture
Published On

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଂଚାୟତରେ ଘଟିଛି ଏକ ଦୁଃଖଦ ଘଟଣା । ସୂଚନା ମୁତାବକ ପାଲିଆ ପଂଚାୟତ ସଦର ମହକୁମାର ଭଦର ଭତରା (୪୦)ନାମକ ଜଣେ ବ୍ୟକ୍ତି ଆଜି ବାସୁଦେବଗୁଡା ଗ୍ରାମରେ ଥିବା ଏକ ଆମ୍ବ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଭଦରଙ୍କ ସ୍ତ୍ରୀ ଉର୍ବଶୀ ଭତରାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଗତ ତା ୨୬/୧୨/୨୨ରିଖ (ସୋମବାର ) ସନ୍ଧ୍ୟା ୫ ଘଂଟିକା ସମୟରୁ କୁଆଡେ ବାହାରି […]

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଂଚାୟତରେ ଘଟିଛି ଏକ ଦୁଃଖଦ ଘଟଣା । ସୂଚନା ମୁତାବକ ପାଲିଆ ପଂଚାୟତ ସଦର ମହକୁମାର ଭଦର ଭତରା (୪୦)ନାମକ ଜଣେ ବ୍ୟକ୍ତି ଆଜି ବାସୁଦେବଗୁଡା ଗ୍ରାମରେ ଥିବା ଏକ ଆମ୍ବ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଭଦରଙ୍କ ସ୍ତ୍ରୀ ଉର୍ବଶୀ ଭତରାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଗତ ତା ୨୬/୧୨/୨୨ରିଖ (ସୋମବାର ) ସନ୍ଧ୍ୟା ୫ ଘଂଟିକା ସମୟରୁ କୁଆଡେ ବାହାରି ଯାଇଥିଲେ ଏବଂ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ୱେ ମଧ୍ୟ ତାଙ୍କୁ ପାଇନଥିଲେ । ଆଜି ସକାଳ ୮ ଟା ସମୟରେ ଉର୍ବଶୀଙ୍କ ସମ୍ପର୍କୀୟ ଭାଇ ରାଜମନ ଭତରା ଭଦର ଫାସୀ ହୋଇଥିବା ଖବର ଜଣେଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଖବର ପାଇ ସମସ୍ତେ ଘଟଣା ସ୍ଥଳରେ ପହଂଚିଥିଲେ । ଏନେଇ ଭଦରଙ୍କ ବଡବାପା ସନୁ ଭତରା (୬୦) ଝରୀଗାଁ ଥାନାରେ ଏକ ଅଭିଯୋଗ କରିଛନ୍ତି । ଝରୀଗାଁ ଥାନା ଅଧିକାରୀ ଶ୍ରୀ ତପନ କୁମାର ପତିଙ୍କ ନିର୍ଦ୍ଦେଶକ୍ରମେ ଝରିଗାଁ ଏ ଏସ ଆଇ ବେଦବ୍ୟାସ ବଞ୍ଜରା ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି ଏବଂ ତଦନ୍ତ କରି ଥାନାରେ କେସ ନମ୍ବର ୪୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

27 Dec 2022 By The Sakala

ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଂଚାୟତରେ ଘଟିଛି ଏକ ଦୁଃଖଦ ଘଟଣା । ସୂଚନା ମୁତାବକ ପାଲିଆ ପଂଚାୟତ ସଦର ମହକୁମାର ଭଦର ଭତରା (୪୦)ନାମକ ଜଣେ ବ୍ୟକ୍ତି ଆଜି ବାସୁଦେବଗୁଡା ଗ୍ରାମରେ ଥିବା ଏକ ଆମ୍ବ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଭଦରଙ୍କ ସ୍ତ୍ରୀ ଉର୍ବଶୀ ଭତରାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଗତ ତା ୨୬/୧୨/୨୨ରିଖ (ସୋମବାର ) ସନ୍ଧ୍ୟା ୫ ଘଂଟିକା ସମୟରୁ କୁଆଡେ ବାହାରି ଯାଇଥିଲେ ଏବଂ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ୱେ ମଧ୍ୟ ତାଙ୍କୁ ପାଇନଥିଲେ । ଆଜି ସକାଳ ୮ ଟା ସମୟରେ ଉର୍ବଶୀଙ୍କ ସମ୍ପର୍କୀୟ ଭାଇ ରାଜମନ ଭତରା ଭଦର ଫାସୀ ହୋଇଥିବା ଖବର ଜଣେଇଥିଲେ।

ଖବର ପାଇ ସମସ୍ତେ ଘଟଣା ସ୍ଥଳରେ ପହଂଚିଥିଲେ । ଏନେଇ ଭଦରଙ୍କ ବଡବାପା ସନୁ ଭତରା (୬୦) ଝରୀଗାଁ ଥାନାରେ ଏକ ଅଭିଯୋଗ କରିଛନ୍ତି । ଝରୀଗାଁ ଥାନା ଅଧିକାରୀ ଶ୍ରୀ ତପନ କୁମାର ପତିଙ୍କ ନିର୍ଦ୍ଦେଶକ୍ରମେ ଝରିଗାଁ ଏ ଏସ ଆଇ ବେଦବ୍ୟାସ ବଞ୍ଜରା ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି ଏବଂ ତଦନ୍ତ କରି ଥାନାରେ କେସ ନମ୍ବର ୪୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

https://www.thesakala.in/latest-odisha-news/nabarangpur-district-news/hanging-body-of-a-youth-was-recovered-from-mango-tree-in-nabarangpur/article-17685
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର