ଲଞ୍ଚ ହେଲା ‘ମୋ ବୁଥ୍’ ଆପ୍, ଜାଣି ହେବ କେଉଁଠି ଦେବେ ଭୋଟ୍…

The Sakala Picture
Published On

ଭୁବନେଶ୍ବର: ମୋ ବୁଥ୍ ଆପ୍’ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ। ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚନ କରାଯାଇଛି। ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ।  ଏହି ମୋବାଇଲ୍‌ ଆପ୍‌ ଭୋଟରମାନଙ୍କ ନିମନ୍ତେ ଉପଲବ୍ଧ ହେବ।  ଏହି ଆପ୍‌ ମାଧ୍ୟମରେ ମତଦାତାମାନେ ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇପାରିବେ। ଏହି ଆପ୍‌ ଜରିଆରେ ମତଦାନ କେନ୍ଦ୍ରରେ ସେହି ସମୟ […]

ଭୁବନେଶ୍ବର: ମୋ ବୁଥ୍ ଆପ୍’ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ। ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚନ କରାଯାଇଛି। ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ।  ଏହି ମୋବାଇଲ୍‌ ଆପ୍‌ ଭୋଟରମାନଙ୍କ ନିମନ୍ତେ ଉପଲବ୍ଧ ହେବ।  ଏହି ଆପ୍‌ ମାଧ୍ୟମରେ ମତଦାତାମାନେ ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇପାରିବେ। ଏହି ଆପ୍‌ ଜରିଆରେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ ମତଦାନ ନିମନ୍ତେ କେତେ ଜଣ ମତଦାତା ଉପସ୍ଥିତ ଅଛନ୍ତି ତାହା ଜାଣିପାରିବେ ।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଭୂମିକା:

ଆହୁରି ପଢ଼ନ୍ତୁ: ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲା: ଡିଇଓ, ବିଇଓଙ୍କ ସହ ପିଇଟିଙ୍କୁ ଗିରଫ କଲା ପୋଲିସ

ବୁଥ୍‌ସ୍ତରୀୟ ଅଧିକାରୀମାନେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ କେତେଜଣ ଭୋଟର ଉପସ୍ଥିତ ଅଛନ୍ତି ଏହା ସଂପର୍କରେ ତଥ୍ୟ ଦେବେ, ଯାହା ଉଭୟ ଭୋଟର ଏବଂ ଅଧିକାରୀମାନଙ୍କ ନିମନ୍ତେ ଉପଲବ୍ଧ ରହିବ ।

ଆହୁରି ପଢ଼ନ୍ତୁ: ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ: ଜାଣନ୍ତୁ କେମିତି ଚେକ୍ କରିବେ ରେଜଲ୍ଟ

ସେକ୍ଟର ଅଧିକାରୀଙ୍କ ଭୂମିକା:

ଏହି ଆପ୍‌ ମାଧ୍ୟମରେ ସେକ୍ଟର ଅଧିକାରୀମାନେ ନିମ୍ନ ସୂଚନା ଉପଲବ୍ଧ କରାଇବେ, ଯାହା ଦ୍ୱାରା ସଂପୃକ୍ତ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ନେବାରେ ସହାୟକ ହେବ ।
୧. ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବାର ସୂଚନା
୨. ମକ୍‌ ପୋଲ୍‌ ଏବଂ ମତଦାନର ସଦ୍ୟତନ ସ୍ଥିତି
୩. ମତଦାନ ପ୍ରକ୍ରିୟା ଶେଷ ଏବଂ ବୁଥ୍‌ରୁ ପୋଲିଂ ପାର୍ଟିର ପ୍ରସ୍ଥାନ ।

ଏତଦ୍‌ବ୍ୟତୀତ ସେକ୍ଟର ଅଧିକାରୀମାନେ ନିମ୍ନ ସୂଚନା ମଧ୍ୟ ଏହି ଆପ୍‌ରେ ଉପଲବ୍ଧ କରାଇପାରିବେ ।
୧. ଆଇନଶୃଙ୍ଖଳା
୨. ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି (ବିଧାନସଭା କ୍ଷେତ୍ର)
୩. ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି (ସଂସଦୀୟ କ୍ଷେତ୍ର)

ଏଥିସହ ଉଭୟ ଜିଲ୍ଲାସ୍ତରୀୟ ଏବଂ ସେକ୍ଟର ଅଧିକାରୀମାନଙ୍କ ନିମନ୍ତେ ଏକ ସେଣ୍ଟ୍ରାଲ୍‌ ଡ୍ୟାସ୍‌ବୋର୍ଡ ଉପଲବ୍ଧ ରହିବ, ଯାହା ଦ୍ୱାରା ବିଭିନ୍ନ ତଥ୍ୟ ଗ୍ରହଣ ସହ ସମୀକ୍ଷା କରାଯାଇପାରିବ ।

15 May 2024 By The Sakala

ଲଞ୍ଚ ହେଲା ‘ମୋ ବୁଥ୍’ ଆପ୍, ଜାଣି ହେବ କେଉଁଠି ଦେବେ ଭୋଟ୍…

ଭୁବନେଶ୍ବର: ମୋ ବୁଥ୍ ଆପ୍’ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ। ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚନ କରାଯାଇଛି। ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ।  ଏହି ମୋବାଇଲ୍‌ ଆପ୍‌ ଭୋଟରମାନଙ୍କ ନିମନ୍ତେ ଉପଲବ୍ଧ ହେବ।  ଏହି ଆପ୍‌ ମାଧ୍ୟମରେ ମତଦାତାମାନେ ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇପାରିବେ। ଏହି ଆପ୍‌ ଜରିଆରେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ ମତଦାନ ନିମନ୍ତେ କେତେ ଜଣ ମତଦାତା ଉପସ୍ଥିତ ଅଛନ୍ତି ତାହା ଜାଣିପାରିବେ ।

ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଭୂମିକା:

ବୁଥ୍‌ସ୍ତରୀୟ ଅଧିକାରୀମାନେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ କେତେଜଣ ଭୋଟର ଉପସ୍ଥିତ ଅଛନ୍ତି ଏହା ସଂପର୍କରେ ତଥ୍ୟ ଦେବେ, ଯାହା ଉଭୟ ଭୋଟର ଏବଂ ଅଧିକାରୀମାନଙ୍କ ନିମନ୍ତେ ଉପଲବ୍ଧ ରହିବ ।

ସେକ୍ଟର ଅଧିକାରୀଙ୍କ ଭୂମିକା:

ଏହି ଆପ୍‌ ମାଧ୍ୟମରେ ସେକ୍ଟର ଅଧିକାରୀମାନେ ନିମ୍ନ ସୂଚନା ଉପଲବ୍ଧ କରାଇବେ, ଯାହା ଦ୍ୱାରା ସଂପୃକ୍ତ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ନେବାରେ ସହାୟକ ହେବ ।
୧. ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବାର ସୂଚନା
୨. ମକ୍‌ ପୋଲ୍‌ ଏବଂ ମତଦାନର ସଦ୍ୟତନ ସ୍ଥିତି
୩. ମତଦାନ ପ୍ରକ୍ରିୟା ଶେଷ ଏବଂ ବୁଥ୍‌ରୁ ପୋଲିଂ ପାର୍ଟିର ପ୍ରସ୍ଥାନ ।

ଏତଦ୍‌ବ୍ୟତୀତ ସେକ୍ଟର ଅଧିକାରୀମାନେ ନିମ୍ନ ସୂଚନା ମଧ୍ୟ ଏହି ଆପ୍‌ରେ ଉପଲବ୍ଧ କରାଇପାରିବେ ।
୧. ଆଇନଶୃଙ୍ଖଳା
୨. ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି (ବିଧାନସଭା କ୍ଷେତ୍ର)
୩. ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି (ସଂସଦୀୟ କ୍ଷେତ୍ର)

ଏଥିସହ ଉଭୟ ଜିଲ୍ଲାସ୍ତରୀୟ ଏବଂ ସେକ୍ଟର ଅଧିକାରୀମାନଙ୍କ ନିମନ୍ତେ ଏକ ସେଣ୍ଟ୍ରାଲ୍‌ ଡ୍ୟାସ୍‌ବୋର୍ଡ ଉପଲବ୍ଧ ରହିବ, ଯାହା ଦ୍ୱାରା ବିଭିନ୍ନ ତଥ୍ୟ ଗ୍ରହଣ ସହ ସମୀକ୍ଷା କରାଯାଇପାରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର