ମନୋରଞ୍ଜନ
ପୁଣି ସକ୍ରିୟ ହେବ ମୌସୁମୀ, ୧୫ରୁ ବଢ଼ିବ ବର୍ଷା
ଭୁବନେଶ୍ୱର: କିଛି ଦିନର ମୌସୁମୀ ବ୍ରେକ୍ ପରେ ପୁଣି ରାଜ୍ୟରେ ମୌସୁମୀ ସକ୍ରିୟ ହେବ। ଆସନ୍ତା ୧୫ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୫ରୁ ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ୧୮ ପରେ ଏକ ଲଘୁଚାପ ସୃଷ୍ଟି ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା ବର୍ତ୍ତମାନ ନିଜର ସ୍ୱାଭାବିକ ଅବସ୍ଥାନଠାରୁ ଉତ୍ତରରେ ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା […]
ଭୁବନେଶ୍ୱର: କିଛି ଦିନର ମୌସୁମୀ ବ୍ରେକ୍ ପରେ ପୁଣି ରାଜ୍ୟରେ ମୌସୁମୀ ସକ୍ରିୟ ହେବ। ଆସନ୍ତା ୧୫ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୫ରୁ ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ୧୮ ପରେ ଏକ ଲଘୁଚାପ ସୃଷ୍ଟି ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା ବର୍ତ୍ତମାନ ନିଜର ସ୍ୱାଭାବିକ ଅବସ୍ଥାନଠାରୁ ଉତ୍ତରରେ ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା କମିଛି। ମାତ୍ର ଏହା ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରିବାକୁ ଥିବାରୁ ରାଜ୍ୟରେ ବର୍ଷା ପାଇଁ ପାଗ ଅନୁକୂଳ ହେଉଛି। ଏହି କ୍ରମରେ ୧୫ ତାରିଖରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ମୌସୁମୀ ଦୁର୍ବଳ ଯୋଗୁଁ ତାପମାତ୍ରାରେ ବୃଦ୍ଧି ହୋଇଛି। ଏହା ସହିତ ବଙ୍ଗୋପସାଗରୀୟ ବାୟୁର ପ୍ରବେଶ ହେତୁ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସୃଷ୍ଟି ହେଉଛି। ସୋମବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କନ୍ଧମାଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। କଟକରେ ୩୩.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ୩୬, ହୀରାକୁଦ ୧୯, ସୋନପୁରରେ ୨୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।