ବିଧାନସଭା ଅଧିବେଶନ ୨ରୁ: ଆଜି ସର୍ବଦଳୀୟ ବୈଠକ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ ତାରିଖରୁ ଷୋଡ଼ଶ ବିଧାନସଭାର ଦଶମ ଅଧିବେଶନ ଆରମ୍ଭ ହେବ। ଅଧିବେଶନ ଜୁଲାଇ ୨ ତାରିଖରୁ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ। ଚଳିତ ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ,ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ,ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା […]

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ ତାରିଖରୁ ଷୋଡ଼ଶ ବିଧାନସଭାର ଦଶମ ଅଧିବେଶନ ଆରମ୍ଭ ହେବ। ଅଧିବେଶନ ଜୁଲାଇ ୨ ତାରିଖରୁ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ। ଚଳିତ ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ,ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ,ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଅଛନ୍ତି। ବିଭିନ୍ନ ରାଜ୍ୟରେ କୋଭିଡ ଲହର ବୃଦ୍ଧି ପାଇଛି। ସର୍ବଦଳୀୟ ବୈଠକ ପରେ କୋଭିଡ କଟକଣା ଭିତରେ ଚାଲିବ କି ନାହିଁ ନିଷ୍ପତ୍ତି ନିଆଯିବ।  ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହେବ।

ଆହୁରି ପଢ଼ନ୍ତୁ: ପଡ଼ିଲା ହାତ ଗଣ୍ଠି, ବିବାହ ବନ୍ଧନରେ ବାନ୍ଧି ହେଲେ ଏକାମ୍ରଧିପତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ; ଯୁଗଳବନ୍ଦୀ ଦର୍ଶନ ପାଇଁ ଭିଡ଼

ସୂଚନା ଅନୁଯାୟୀ, ଅଧିବେଶନଟି ଦୁଇଟି ପର୍ଯ୍ୟାୟ ଅର୍ଥାତ୍‍ ଜୁଲାଇ ୨ରୁ ୬ ତାରିଖ ଏବଂ ଜୁଲାଇ ୧୩ ତାରିଖରୁ ଅଗଷ୍ଟ ୪ ତାରିଖ ଯାଏଁ ଅନୁଷ୍ଠିତ ହେବ। ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର ତାହା ୧୦୦ ପାର୍‍ କରିଛି। ତେଣୁ ଆଜିର ବୈଠକରେ କରୋନା କଟକଣା ମଧ୍ୟରେ ବୈଠକ ଆହୂତ ହେବା ନେଇ ଆଲୋଚନା ହେବ। ବିଶେଷକରି ପୂର୍ବପରି ଗୃହରେ ସଦସ୍ୟମାନଙ୍କ ପାଇଁ ସାମାଜିକ ଦୂରତା ରଖି ଆସନ ବ୍ୟବସ୍ଥା ହେବ କି ନାହିଁ ସେ ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଜୁଲାଇ ୫ତାରିଖକୁ ଘୁଞ୍ଚିଲା OTET ପରୀକ୍ଷା, ଜୁନ ୨୮ରେ ହେବାର ଥିଲା

ସୂଚନାଯୋଗ୍ୟ ଯେ, ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ ହେବ। ଏହାପରେ ୫ ଓ ୬ ତାରିଖ ଦୁଇଦିନ ଧରି ଆଗତ ବଜେଟ ଉପରେ ଆଲୋଚନା ହେବ। ଜୁଲାଇ ୭ରୁ ୧୨ ତାରିଖ ଛୁଟିଦିନ ଥିବାବେଳେ ୧୩ ତାରିଖରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଗୃହରେ ଉପସ୍ଥାପିତ ହେବ। ଜୁଲାଇ ୧୪ରୁ ୨୯ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବାକୁ ଥିବାବେଳେ ଜୁଲାଇ ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ।

ଆହୁରି ପଢ଼ନ୍ତୁ: ନୂଆପଡ଼ା ଚାଷୀ ଆତ୍ମହତ୍ୟା: ନବୀନ ଗଠନ କଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌

29 Jun 2022 By The Sakala

ବିଧାନସଭା ଅଧିବେଶନ ୨ରୁ: ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ ତାରିଖରୁ ଷୋଡ଼ଶ ବିଧାନସଭାର ଦଶମ ଅଧିବେଶନ ଆରମ୍ଭ ହେବ। ଅଧିବେଶନ ଜୁଲାଇ ୨ ତାରିଖରୁ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ। ଚଳିତ ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ,ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ,ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଅଛନ୍ତି। ବିଭିନ୍ନ ରାଜ୍ୟରେ କୋଭିଡ ଲହର ବୃଦ୍ଧି ପାଇଛି। ସର୍ବଦଳୀୟ ବୈଠକ ପରେ କୋଭିଡ କଟକଣା ଭିତରେ ଚାଲିବ କି ନାହିଁ ନିଷ୍ପତ୍ତି ନିଆଯିବ।  ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହେବ।

ସୂଚନା ଅନୁଯାୟୀ, ଅଧିବେଶନଟି ଦୁଇଟି ପର୍ଯ୍ୟାୟ ଅର୍ଥାତ୍‍ ଜୁଲାଇ ୨ରୁ ୬ ତାରିଖ ଏବଂ ଜୁଲାଇ ୧୩ ତାରିଖରୁ ଅଗଷ୍ଟ ୪ ତାରିଖ ଯାଏଁ ଅନୁଷ୍ଠିତ ହେବ। ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର ତାହା ୧୦୦ ପାର୍‍ କରିଛି। ତେଣୁ ଆଜିର ବୈଠକରେ କରୋନା କଟକଣା ମଧ୍ୟରେ ବୈଠକ ଆହୂତ ହେବା ନେଇ ଆଲୋଚନା ହେବ। ବିଶେଷକରି ପୂର୍ବପରି ଗୃହରେ ସଦସ୍ୟମାନଙ୍କ ପାଇଁ ସାମାଜିକ ଦୂରତା ରଖି ଆସନ ବ୍ୟବସ୍ଥା ହେବ କି ନାହିଁ ସେ ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ ହେବ। ଏହାପରେ ୫ ଓ ୬ ତାରିଖ ଦୁଇଦିନ ଧରି ଆଗତ ବଜେଟ ଉପରେ ଆଲୋଚନା ହେବ। ଜୁଲାଇ ୭ରୁ ୧୨ ତାରିଖ ଛୁଟିଦିନ ଥିବାବେଳେ ୧୩ ତାରିଖରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଗୃହରେ ଉପସ୍ଥାପିତ ହେବ। ଜୁଲାଇ ୧୪ରୁ ୨୯ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବାକୁ ଥିବାବେଳେ ଜୁଲାଇ ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର