‘ଆଇନଶୃଙ୍ଖଳା’ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଧାୟିକା ବର୍ଷା ସିଂ ବରିହାଙ୍କ କଡ଼ା ଜବାବ

The Sakala Picture
Published On

ଭୁବନେଶ୍ବର: ‘ଆଇନଶୃଙ୍ଖଳା’ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଧାୟିକା ବର୍ଷା ସିଂବରିହାଙ୍କ କଡ଼ା ଜବାବ। ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ ବିରୋଧ ଅବ୍ୟାହତ ରହିଛି। ପଦମପୁର ବିଧାୟିକା ବର୍ଷା ସିଂ ବରିହା ଆଜି କିଛି ବିଜେପି ଶାସିତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଫଟୋ ଟ୍ବିଟରେ ପୋଷ୍ଟ କରିବା ସହ ଧର୍ମେନ୍ଦ୍ରଙ୍କୁ ଉତ୍ତର ଦେଇଛନ୍ତି । ପଦମପୁର ଉପନିର୍ବାଚନ ବେଳେ ଜଣେ ମହିଳା ପ୍ରାର୍ଥୀଙ୍କୁ ବିଜେପି ଦଳ ଯେଉଁଭଳି ବ୍ୟକ୍ତିଗତ ଆକ୍ଷେପ କରୁଥିଲେ […]

ଭୁବନେଶ୍ବର: ‘ଆଇନଶୃଙ୍ଖଳା’ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଧାୟିକା ବର୍ଷା ସିଂବରିହାଙ୍କ କଡ଼ା ଜବାବ। ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ ବିରୋଧ ଅବ୍ୟାହତ ରହିଛି। ପଦମପୁର ବିଧାୟିକା ବର୍ଷା ସିଂ ବରିହା ଆଜି କିଛି ବିଜେପି ଶାସିତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଫଟୋ ଟ୍ବିଟରେ ପୋଷ୍ଟ କରିବା ସହ ଧର୍ମେନ୍ଦ୍ରଙ୍କୁ ଉତ୍ତର ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ପଦମପୁର ଉପନିର୍ବାଚନ ବେଳେ ଜଣେ ମହିଳା ପ୍ରାର୍ଥୀଙ୍କୁ ବିଜେପି ଦଳ ଯେଉଁଭଳି ବ୍ୟକ୍ତିଗତ ଆକ୍ଷେପ କରୁଥିଲେ ଓ ଧର୍ମେନ୍ଦ୍ର ସେତେବେଳେ ନୀରବଦ୍ରଷ୍ଟା ସାଜିଥିଲେ ତାହା ମନେ ପକାଇଦେଇଛନ୍ତି ବର୍ଷା । ବର୍ଷା ଟ୍ବିଟରେ କହିଛନ୍ତି, ପଦମପୁର ନିର୍ବାଚନବେଳେ ବ୍ୟକ୍ତିଗତ ଭାବେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଆକ୍ରମଣ କରିଥିଲେ । ପଦମପୁରବାସୀ ଏହାକୁ ପସନ୍ଦ କରିନଥିଲେ । ଜବାବରେ ବିଜେପିକୁ ପଦମପୁରବାସୀ ଜବାବ ଦେଇଥିଲେ ବୋଲି କହିଛନ୍ତି ବର୍ଷା ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼


ବର୍ଷା ଆହୁରି କହିଛନ୍ତି ଯେ, ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅଯଥାରେ ଅପମାନିତ କରୁଛନ୍ତି । ବିଜେପି ଶାସିତ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ଅରାଜକତାର ସ୍ଥିତି କଣ ? ଆପଣ ଓଡ଼ିଶାର ମହିଳାଙ୍କୁ ଅପମାନିତ କଲେ ଏବେ ସାରା ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ବୋଲି ବର୍ଷା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର