ଗାଧେଇବା ସମୟରେ ପୋଖରୀରେ ବୁଡି ନାବାଳକ ମୃତ

The Sakala Picture
Published On

ଶୁକୃଳି/ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ରରୁଆଁ ଥାନା ଅନ୍ତର୍ଗତ ମହୁଲିଆଶୁଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକୃଳି ବ୍ଲକର ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ଏକମାତ୍ର ପୁତ୍ର ପ୍ରିନ୍ସ ଗିରିଙ୍କ (୧୪) ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମହୁଲିଆଶୁଲି ଗାଁରେ ଥିବା ଗୁଡି […]

ଶୁକୃଳି/ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ରରୁଆଁ ଥାନା ଅନ୍ତର୍ଗତ ମହୁଲିଆଶୁଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକୃଳି ବ୍ଲକର ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ଏକମାତ୍ର ପୁତ୍ର ପ୍ରିନ୍ସ ଗିରିଙ୍କ (୧୪) ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମହୁଲିଆଶୁଲି ଗାଁରେ ଥିବା ଗୁଡି ପୋଖରୀରେ ପ୍ରିନ୍ସ ଗାଧେଇବାକୁ ଯାଇ ଗୋଡ ଖସିଯିବା କାରଣରୁ ପାଣିରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି । ସେ ପହଁରା ଜାଣି ନଥିବାରୁ ପାଣିରେ ବୁଡି ଜୀବନ ଚାଲି ଯାଇଥିବା ଅନୁମାନ କରାଯାଇଛି । ଘଟଣା ଘଟିବା କିଛି ସମୟ ପରେ ଅଗ୍ନିଶମ ସେବା କର୍ମଚାରୀ ଖବର ପାଇ ସଙ୍ଗେ ସଙ୍ଗେ ପହଁଚି ପୋଖରୀରୁ ମୃତ୍ୟୁ ଦେହ ଉଦ୍ଧାର କରି ଶୁକୃଳି ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ରରୁଆଁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

08 Jul 2021 By The Sakala

ଗାଧେଇବା ସମୟରେ ପୋଖରୀରେ ବୁଡି ନାବାଳକ ମୃତ

ଶୁକୃଳି/ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ରରୁଆଁ ଥାନା ଅନ୍ତର୍ଗତ ମହୁଲିଆଶୁଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକୃଳି ବ୍ଲକର ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ଏକମାତ୍ର ପୁତ୍ର ପ୍ରିନ୍ସ ଗିରିଙ୍କ (୧୪) ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମହୁଲିଆଶୁଲି ଗାଁରେ ଥିବା ଗୁଡି ପୋଖରୀରେ ପ୍ରିନ୍ସ ଗାଧେଇବାକୁ ଯାଇ ଗୋଡ ଖସିଯିବା କାରଣରୁ ପାଣିରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି । ସେ ପହଁରା ଜାଣି ନଥିବାରୁ ପାଣିରେ ବୁଡି ଜୀବନ ଚାଲି ଯାଇଥିବା ଅନୁମାନ କରାଯାଇଛି । ଘଟଣା ଘଟିବା କିଛି ସମୟ ପରେ ଅଗ୍ନିଶମ ସେବା କର୍ମଚାରୀ ଖବର ପାଇ ସଙ୍ଗେ ସଙ୍ଗେ ପହଁଚି ପୋଖରୀରୁ ମୃତ୍ୟୁ ଦେହ ଉଦ୍ଧାର କରି ଶୁକୃଳି ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ରରୁଆଁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର