ରାସନ କାର୍ଡକୁ ନେଇ ମନ୍ତ୍ରୀଙ୍କ ବଡ଼ ସୂଚନା, ଖୁବ୍‌ଶୀଘ୍ର ମିଳିବ ନୂଆ ରାସନ କାର୍ଡ

The Sakala Picture
Published On

ଭୁବନେଶ୍ୱର : କୌଣସି ଗରିବ ଲୋକର ରାସନ କାର୍ଡ କଟିବ ନାହିଁ। ମାସିକ ଆୟ ୧୫ ହଜାର ଟଙ୍କା ନିୟମ ମଧ୍ୟ ଲାଗୁ ହେବ ନାହିଁ। କେବଳ ଥିଲାବାଲା ଏବଂ ସରକାରୀ ଚାକିରିଆଙ୍କ କାର୍ଡ କଟିବ। ସମସ୍ତ ନୂଆ ଆବେଦନକାରୀଙ୍କୁ ଶୀଘ୍ର ରାସନ୍‌ କାର୍ଡ ବଣ୍ଟନ ଆରମ୍ଭ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଗତକାଲି ବିଧାନସଭାରେ ବଜେଟ ଖର୍ଚ୍ଚ ଦାବି ଆଲୋଚନା ପରେ ଉତ୍ତର ରଖି ମନ୍ତ୍ରୀ […]

ଭୁବନେଶ୍ୱର : କୌଣସି ଗରିବ ଲୋକର ରାସନ କାର୍ଡ କଟିବ ନାହିଁ। ମାସିକ ଆୟ ୧୫ ହଜାର ଟଙ୍କା ନିୟମ ମଧ୍ୟ ଲାଗୁ ହେବ ନାହିଁ। କେବଳ ଥିଲାବାଲା ଏବଂ ସରକାରୀ ଚାକିରିଆଙ୍କ କାର୍ଡ କଟିବ। ସମସ୍ତ ନୂଆ ଆବେଦନକାରୀଙ୍କୁ ଶୀଘ୍ର ରାସନ୍‌ କାର୍ଡ ବଣ୍ଟନ ଆରମ୍ଭ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଗତକାଲି ବିଧାନସଭାରେ ବଜେଟ ଖର୍ଚ୍ଚ ଦାବି ଆଲୋଚନା ପରେ ଉତ୍ତର ରଖି ମନ୍ତ୍ରୀ କହିଥିଲେ, ଗତ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ପ୍ରାୟ ୩ କୋଟି ୨ ଲକ୍ଷ ହିତାଧିକାରୀଙ୍କ ଇ-କେୱାଇସି ଶେଷ ହୋଇଛି। ରାଜ୍ୟ ବାହାରେ ଥିବା ୧ ଲକ୍ଷ ୪୦ ହଜାର ହିତାଧିକାରୀଙ୍କୁ ମିଶାଇ ୯୧% ଇ-କେୱାଇସି ସମ୍ପୂର୍ଣ୍ଣ ହୋଇଛି। ମାର୍ଚ୍ଚ ୨୪ ସୁଦ୍ଧା ୪ ଲକ୍ଷ ୩୧ ହଜାର ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ହଜାର ଅଯୋଗ୍ୟ ରାସନ୍‌ କାର୍ଡ କଟାଯାଇ ସେହି ପରିବାରର ୯୧ ହଜାର ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି। ନେଟ୍‌ୱାର୍କ ନଥିବା ଗ୍ରାମ ନିକଟସ୍ଥ ଅଞ୍ଚଳରେ ସ୍ୱତନ୍ତ୍ର କ୍ୟାମ୍ପ୍‌ ହେଉଛି। ବିଭାଗର ପୋର୍ଟାଲରେ ୧୩ ଲକ୍ଷରୁ ଅଧିକ ସଦସ୍ୟ ଥିବା ୬ ଲକ୍ଷ ୮୫ ହଜାର ରାସନ କାର୍ଡ ପାଇଁ ଆବେଦନ ହୋଇଛି। ଏଗୁଡ଼ିକର ଯାଞ୍ଚ ପାଇଁ ପ୍ରକ୍ରିୟା ଚାଲିଛି ଏବଂ ଶୀଘ୍ର ନୂଆ କାର୍ଡ ବଣ୍ଟନ ହେବ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ମନ୍ତ୍ରୀ କହିଥିଲେ ଯେ ଧାନ କିଣାରେ କିଛି ସମସ୍ୟା ନାହିଁ। ଆଜି ବି ଚାଷୀଙ୍କ ଠାରୁ ଧାନ କିଣା ହୋଇଛି। କଟନୀ ଛଟନୀ ହୋଇଛି ସତ, କିନ୍ତୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଚଳିତବର୍ଷ ଆମେ ପୂର୍ବାପେକ୍ଷା ୨୬% ଅଧିକ ଧାନକ୍ରୟ କରିଛୁ। ପାଇଲଟ୍‌ ପ୍ରକଳ୍ପ ଭାବେ ବିଏମ୍‌ସି ଅଞ୍ଚଳରେ ରାସନ ଦୋକାନଗୁଡ଼ିକୁ ଜନ ପୋଷଣ କେନ୍ଦ୍ରରେ ରୂପାନ୍ତରିତ କରାଯିବ। ରାଜ୍ୟ ଉପଭୋକ୍ତା ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ। ଆଲୋଚନା ପରେ ବାଚନିକ ଭୋଟ ମାଧ୍ୟମରେ ଖର୍ଚ୍ଚ ଦାବି ପାରିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର