କେନ୍ଦୁଝର ଜିଲ୍ଲାର ବିଲ୍ଲା ଛକ ନିକଟରେ ମିଗ୍‌-୨୩ ବିମାନ, ଦେଖିବାକୁ ଲୋକଙ୍କ ଭିଡ଼

The Sakala Picture
Published On

କେନ୍ଦୁଝର/ପାଟଣା : କେନ୍ଦୁଝର ଜିଲ୍ଲାର ସହାରପଡା ବ୍ଲକ ଅନ୍ତର୍ଗତ ବିଲ୍ଲା ଛକ ନିକଟରେ ବାୟୁସେନା ବ୍ୟବହାର କରୁଥିବା ମିଗ-23 ବିମାନ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ସୂଚନା ଅନୁସାରେ ଇଂଜିନ ବିହୀନ ଏକ ମିଗ-23 ବିମାନକୁ ପୃଥକ ପୃଥକ ଅଂଶ କରି ଶୁକ୍ରବାର ୨ ଟି ଟ୍ରଲର ରେ ବିଲ୍ଲା ଛକ ପଡିଆକୁ ଆଣା ଯାଇଥିଲା। ଶନିବାର ଲଢୁଆ ବିମାନର ପୃଥକ ଅଂଶକୁ ଏକ ଇଂଜିନିୟରିଂ ଟିମ ଯୋଡିବାରେ ଲାଗିଛନ୍ତି। ଏହି ଲଢୁଆ ବିମାନଟି ଭାରତ ସରକାରଙ୍କ […]

କେନ୍ଦୁଝର/ପାଟଣା : କେନ୍ଦୁଝର ଜିଲ୍ଲାର ସହାରପଡା ବ୍ଲକ ଅନ୍ତର୍ଗତ ବିଲ୍ଲା ଛକ ନିକଟରେ ବାୟୁସେନା ବ୍ୟବହାର କରୁଥିବା ମିଗ-23 ବିମାନ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ସୂଚନା ଅନୁସାରେ ଇଂଜିନ ବିହୀନ ଏକ ମିଗ-23 ବିମାନକୁ ପୃଥକ ପୃଥକ ଅଂଶ କରି ଶୁକ୍ରବାର ୨ ଟି ଟ୍ରଲର ରେ ବିଲ୍ଲା ଛକ ପଡିଆକୁ ଆଣା ଯାଇଥିଲା। ଶନିବାର ଲଢୁଆ ବିମାନର ପୃଥକ ଅଂଶକୁ ଏକ ଇଂଜିନିୟରିଂ ଟିମ ଯୋଡିବାରେ ଲାଗିଛନ୍ତି।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

ଏହି ଲଢୁଆ ବିମାନଟି ଭାରତ ସରକାରଙ୍କ ସେବାରେ ନିୟୋଜିତ ଥିଲା। ବିଲ୍ଲା ଅଞ୍ଚଳର ଡି ଅମରେଶ ନାମକ ଜଣେ ବାୟୁସେନା ଅଧିକାରୀ ଏହି ଇଂଜିନ ବିହୀନ ମିଗ-23 ବିମାଙ୍କୁ ବିଲ୍ଲା ଛକ ନିକଟ ପଡିଆକୁ ଆଣିଥିବା ସୂଚନା ମିଳିଛି। ସେ ସରକାରଙ୍କ ଅନୁମତି ନେଇ ଜୋଧପୁରରୁ ଏହାକୁ ଆଣିଥିବାବେଳେ ଲୋକଙ୍କ ଦେଖିବା ଉଦ୍ଦେଶ୍ୟରେ ଇଂଜିନ ବିହୀନ ବିମାନଟିକୁ ଆଣିଥିବା କୁହାଯାଉଛି। ଏଭଳି ବିମାନ ସାଧାରଣ ଲୋକଙ୍କ ପାଇଁ ପାଖରେ ଦେଖିବା ଦୁଲ୍ଲଭ ହୋଇଥିବାବେଳେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

13 Aug 2022 By The Sakala

କେନ୍ଦୁଝର ଜିଲ୍ଲାର ବିଲ୍ଲା ଛକ ନିକଟରେ ମିଗ୍‌-୨୩ ବିମାନ, ଦେଖିବାକୁ ଲୋକଙ୍କ ଭିଡ଼

କେନ୍ଦୁଝର/ପାଟଣା : କେନ୍ଦୁଝର ଜିଲ୍ଲାର ସହାରପଡା ବ୍ଲକ ଅନ୍ତର୍ଗତ ବିଲ୍ଲା ଛକ ନିକଟରେ ବାୟୁସେନା ବ୍ୟବହାର କରୁଥିବା ମିଗ-23 ବିମାନ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ସୂଚନା ଅନୁସାରେ ଇଂଜିନ ବିହୀନ ଏକ ମିଗ-23 ବିମାନକୁ ପୃଥକ ପୃଥକ ଅଂଶ କରି ଶୁକ୍ରବାର ୨ ଟି ଟ୍ରଲର ରେ ବିଲ୍ଲା ଛକ ପଡିଆକୁ ଆଣା ଯାଇଥିଲା। ଶନିବାର ଲଢୁଆ ବିମାନର ପୃଥକ ଅଂଶକୁ ଏକ ଇଂଜିନିୟରିଂ ଟିମ ଯୋଡିବାରେ ଲାଗିଛନ୍ତି।

ଏହି ଲଢୁଆ ବିମାନଟି ଭାରତ ସରକାରଙ୍କ ସେବାରେ ନିୟୋଜିତ ଥିଲା। ବିଲ୍ଲା ଅଞ୍ଚଳର ଡି ଅମରେଶ ନାମକ ଜଣେ ବାୟୁସେନା ଅଧିକାରୀ ଏହି ଇଂଜିନ ବିହୀନ ମିଗ-23 ବିମାଙ୍କୁ ବିଲ୍ଲା ଛକ ନିକଟ ପଡିଆକୁ ଆଣିଥିବା ସୂଚନା ମିଳିଛି। ସେ ସରକାରଙ୍କ ଅନୁମତି ନେଇ ଜୋଧପୁରରୁ ଏହାକୁ ଆଣିଥିବାବେଳେ ଲୋକଙ୍କ ଦେଖିବା ଉଦ୍ଦେଶ୍ୟରେ ଇଂଜିନ ବିହୀନ ବିମାନଟିକୁ ଆଣିଥିବା କୁହାଯାଉଛି। ଏଭଳି ବିମାନ ସାଧାରଣ ଲୋକଙ୍କ ପାଇଁ ପାଖରେ ଦେଖିବା ଦୁଲ୍ଲଭ ହୋଇଥିବାବେଳେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର