ମନୋରଞ୍ଜନ

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ନାଗା ଚୈତନ୍ୟଙ୍କୁ ନେଇ ଥିବା ଡିପଫେକ୍ ଏବଂ ଅଶ୍ଳୀଳ ଏଆଇ କଣ୍ଟେଣ୍ଟ ହଟାଇବାକୁ ୨୪ ଘଣ୍ଟାର ମୋହଲତ
'କାଲା ହିରଣ' ଫିଲ୍ମ ଉପରେ ସଲମାନ ଖାନଙ୍କ ବଡ଼ ଆକ୍ସନ: ନିର୍ମାତାଙ୍କୁ ପଠାଇଲେ ଲିଗାଲ ନୋଟିସ
ଲତା ମଙ୍ଗେସକରଙ୍କ ଯୁଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ
'ଗର୍ଭାବସ୍ଥାରେ ଦେବୀ, ମା' ହେବା ପରେ ମୋଟୀ ଡାକୁଛନ୍ତି': ପ୍ରସବ ପରେ ମହିଳାଙ୍କ ପ୍ରତି ସମାଜର ଦୃଷ୍ଟିକୋଣକୁ ନେଇ କିଆରା ଆଡଭାନୀଙ୍କ ବଡ଼ ବୟାନ
'ସୁକେଶଙ୍କ ସହ ସାମିଲ ଥିଲେ ଜ୍ୟାକଲିନ୍': ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀଙ୍କୁ 'ପୀଡ଼ିତା' ବଦଳରେ 'ଅଭିଯୁକ୍ତ' କହିଲେ କୋର୍ଟ

ଶିମିଳିପାଳରୁ ଆସିଲା ଖୁସି ଖବର: ବାଘୁଣୀ ଜିନ୍ନତ ହେଲା ମା', ୪ଶାବକଙ୍କୁ ଦେଲା ଜନ୍ମ

Madhusudan Das Picture
Published On

ବାରିପଦା: ଶିମିଳିପାଳରୁ ଆସିଲା ଖୁସିର ଖବର । ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ପୁଣି ଗଞ୍ଜନା ଏବଂ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ମହାରାଷ୍ଟ୍ରର ବାଘୁଣୀ 'ଜିନ୍ନତ' ମା' ହୋଇଛି । ୩ସପ୍ତାହ ତଳେ ସେ ୪ଟି ଛୁଆକୁ ଜନ୍ମ ଦେଇଛି, ଯାହା ବନ୍ୟଜୀବ ପ୍ରେମୀ ଓ ବନ ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ଗଣାଯାଉଛି । ବନବିଭାଗ ପକ୍ଷରୁ ସବିଶେଷ ବିବରଣୀ ପିସିସିଏଫ ୫ତାରିଖରେ ସୂଚନା ଦେବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି । ବାଘୁଣୀ 'ଜିନ୍ନତ' ମା' ହେବାପରେ ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ପୁଣି ଖୁସି ଏବଂ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । 

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଦୋକାନକୁ ମାଡ଼ିଗଲା ପିକଅପ ଭ୍ୟାନ୍, ଜଣେ ମୃତ

ସୂଚନା ଅନୁସାରେ, ବାଘୁଣୀ ଜିନ୍ନତକୁ ୨୦୨୪ ନଭେମ୍ବର ମାସରେ ମହାରାଷ୍ଟ୍ରର ତଡ଼ବା–ଅନ୍ଧାରି ଅଭୟାରଣ୍ୟରୁ ଆଣି ଶିମିଳିପାଳରେ ଛଡ଼ାଯାଇଥିଲା । ସେବେଠାରୁ ତାଙ୍କ ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖୁଥିଲା । ଏବେ ସେ ସଫଳତାର ସହିତ ମା' ହେବା ପରେ ଶିମିଳିପାଳର ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି । ବନ ବିଭାଗ ଅଧିକାରୀମାନେ ଏହି ଘଟଣାକୁ ଏକ ଐତିହାସିକ ସଫଳତା ଭାବେ ଦେଖୁଛନ୍ତି । ଜିନ୍ନତ ଏବଂ ତାଙ୍କ ୪ଶାବକଙ୍କ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି । ଏହି ଖବର ପରେ ବନ୍ୟଜୀବ ପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଏବଂ ଶିମିଳିପାଳର ବାଘ ସଂରକ୍ଷଣ ଚେଷ୍ଟାକୁ ନୂଆ ଗତି ମିଳିଛି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜଙ୍ଗଲରେ ବାଘ ଆତଙ୍କ ! ମଣିଷ ମାରି ଖାଇଲା ମହାବଳ, ଜଙ୍ଗଲରେ ପଡିଛି ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼

02 Jun 2026 By Madhusudan Das

ଶିମିଳିପାଳରୁ ଆସିଲା ଖୁସି ଖବର: ବାଘୁଣୀ ଜିନ୍ନତ ହେଲା ମା', ୪ଶାବକଙ୍କୁ ଦେଲା ଜନ୍ମ

ବାରିପଦା: ଶିମିଳିପାଳରୁ ଆସିଲା ଖୁସିର ଖବର । ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ପୁଣି ଗଞ୍ଜନା ଏବଂ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ମହାରାଷ୍ଟ୍ରର ବାଘୁଣୀ 'ଜିନ୍ନତ' ମା' ହୋଇଛି । ୩ସପ୍ତାହ ତଳେ ସେ ୪ଟି ଛୁଆକୁ ଜନ୍ମ ଦେଇଛି, ଯାହା ବନ୍ୟଜୀବ ପ୍ରେମୀ ଓ ବନ ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ଗଣାଯାଉଛି । ବନବିଭାଗ ପକ୍ଷରୁ ସବିଶେଷ ବିବରଣୀ ପିସିସିଏଫ ୫ତାରିଖରେ ସୂଚନା ଦେବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି । ବାଘୁଣୀ 'ଜିନ୍ନତ' ମା' ହେବାପରେ ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ପୁଣି ଖୁସି ଏବଂ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । 

ସୂଚନା ଅନୁସାରେ, ବାଘୁଣୀ ଜିନ୍ନତକୁ ୨୦୨୪ ନଭେମ୍ବର ମାସରେ ମହାରାଷ୍ଟ୍ରର ତଡ଼ବା–ଅନ୍ଧାରି ଅଭୟାରଣ୍ୟରୁ ଆଣି ଶିମିଳିପାଳରେ ଛଡ଼ାଯାଇଥିଲା । ସେବେଠାରୁ ତାଙ୍କ ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖୁଥିଲା । ଏବେ ସେ ସଫଳତାର ସହିତ ମା' ହେବା ପରେ ଶିମିଳିପାଳର ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି । ବନ ବିଭାଗ ଅଧିକାରୀମାନେ ଏହି ଘଟଣାକୁ ଏକ ଐତିହାସିକ ସଫଳତା ଭାବେ ଦେଖୁଛନ୍ତି । ଜିନ୍ନତ ଏବଂ ତାଙ୍କ ୪ଶାବକଙ୍କ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି । ଏହି ଖବର ପରେ ବନ୍ୟଜୀବ ପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଏବଂ ଶିମିଳିପାଳର ବାଘ ସଂରକ୍ଷଣ ଚେଷ୍ଟାକୁ ନୂଆ ଗତି ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର