ମନୋରଞ୍ଜନ

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ନାଗା ଚୈତନ୍ୟଙ୍କୁ ନେଇ ଥିବା ଡିପଫେକ୍ ଏବଂ ଅଶ୍ଳୀଳ ଏଆଇ କଣ୍ଟେଣ୍ଟ ହଟାଇବାକୁ ୨୪ ଘଣ୍ଟାର ମୋହଲତ
'କାଲା ହିରଣ' ଫିଲ୍ମ ଉପରେ ସଲମାନ ଖାନଙ୍କ ବଡ଼ ଆକ୍ସନ: ନିର୍ମାତାଙ୍କୁ ପଠାଇଲେ ଲିଗାଲ ନୋଟିସ
ଲତା ମଙ୍ଗେସକରଙ୍କ ଯୁଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ
'ଗର୍ଭାବସ୍ଥାରେ ଦେବୀ, ମା' ହେବା ପରେ ମୋଟୀ ଡାକୁଛନ୍ତି': ପ୍ରସବ ପରେ ମହିଳାଙ୍କ ପ୍ରତି ସମାଜର ଦୃଷ୍ଟିକୋଣକୁ ନେଇ କିଆରା ଆଡଭାନୀଙ୍କ ବଡ଼ ବୟାନ
'ସୁକେଶଙ୍କ ସହ ସାମିଲ ଥିଲେ ଜ୍ୟାକଲିନ୍': ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀଙ୍କୁ 'ପୀଡ଼ିତା' ବଦଳରେ 'ଅଭିଯୁକ୍ତ' କହିଲେ କୋର୍ଟ

ବଢ଼ିଲା ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ, ତାଙ୍କ ବିରୋଧରେ ରୁଜୁ ହେଲା ମାମଲା

Madhusudan Das Picture
Published On

ରାଜନଗର: ବଢ଼ିଲା ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ । ସଂନ୍ଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା । ତାଳଚୁଆ ସାମୁଦ୍ରିକ ଥାନାରେ ମା, ପୁଅକୁ ମାଡ଼ ମାରି ନିଲମ୍ବିତ ହୋଇଥଲେ ସଂନ୍ଧ୍ୟାରାଣୀ । ମାଆ ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ତାଳଚୁଆ ଥାନାରେ ଏହି ମାମଲା ରୁଜୁ ହୋଇଛି । କେସ ନଂ ୧୨୪/୨୦୨୬ ରେ ଧାରା ୨୯୬, ୭୪, ୧୧୫, ୩୫୧, ୩୦୮ ରେ ମାମଲା ରୁଜୁ କରିଛି ପୋଲିସ। ଏବେ ତଦନ୍ତର ସମ୍ମୁଖୀନ ହେବେ ସଂଧ୍ୟାରାଣୀ ଜେନା। ଆଗରୁ ତାଙ୍କୁ ନିଲମ୍ଵିତ କରାଯାଇଥିଲା। ଗତ ୨୫ ତାରିଖରେ ଥାନାରେ ମାଆ ପୁଅଙ୍କୁ ତତ୍କାଳୀନ ଆଇଆଇସି ସଂଧ୍ୟାରାଣୀ ଜେନା ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏକ ପାରିବାରିକ କଳହକୁ ନେଇ ଅଭିଯୋଗ କରିବାକୁ ଆସିଥିଲେ ଗିରିଆପାହୀ ଗାଁର ୫୮ ବର୍ଷୀୟ ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ଅନନ୍ତ ।

ଆହୁରି ପଢ଼ନ୍ତୁ: ବିଜେଡିର କଡ଼ା ନିଶାଣ: ନିଜ ବ୍ୟାବସାୟିକ ସ୍ୱାର୍ଥ ପାଇଁ ବିଜେପି ଯାଇଛନ୍ତି ଦେବାଶିଷ

ଅଭିଯୋଗ ଅନୁସାରେ ସଂଧ୍ୟାରାଣୀ ଏତଲା ନରଖି ମାଆ ପୁଅଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ନିସ୍ତୁକ ମାଡ଼ ମାରିଥିଲେ । ଅନ୍ନପୂର୍ଣ୍ଣାଙ୍କ ଚୁଟି ଘୋଷାଡ଼ି ଅର୍ଦ୍ଧ ଉଲଗ୍ନ କରି ଚାପୁଡା ମାରିବା ସହିତ ମହିଳାଙ୍କ ମଥାରୁ ସିନ୍ଦୁର ପୋଛି ଦେଇଥିଲେ । ପୁଅ ଅନନ୍ତଙ୍କୁ ଥାନାର ପାଇଖାନା ଭିତରେ ପୁରାଇ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଜୀବନରୁ ମାରି ଦେବାକୁ ଓ ମିଛ କେସରେ ଫସାଇ ଦେବାକୁ ଧମକ ଦେଇଥିଲେ। ଏସବୁର ଭିଜୁଆଲ ଭାଇରାଲ ହୋଇଥିଲା। ଏସପିଙ୍କ ତଦନ୍ତ ବେଳେ ସିସିଟିଭି ଫୁଟେଜ ଥାନାରୁ ହଟାଇ ଦେଇଥିବାର ପ୍ରମାଣ ମିଳିଥିଲା। ଗତ ୨୭ ତାରିଖରେ ସଂଧ୍ୟାରାଣୀଙ୍କୁ ଡିଜିପି ସସପେଣ୍ଡ କରିଥିଲେ। କିନ୍ତୁ ମାମଲା ରୁଜୁ ହୋଇନଥିଲା। ଏତେ ଦିନ ପରେ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ; ଚାଷୀ ମାରଣ ନୀତି ବିରୋଧରେ ଆନ୍ଦୋଳନ ତେଜିବ: ବିଜେଡି

02 Jun 2026 By Madhusudan Das

ବଢ଼ିଲା ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ, ତାଙ୍କ ବିରୋଧରେ ରୁଜୁ ହେଲା ମାମଲା

ରାଜନଗର: ବଢ଼ିଲା ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ । ସଂନ୍ଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା । ତାଳଚୁଆ ସାମୁଦ୍ରିକ ଥାନାରେ ମା, ପୁଅକୁ ମାଡ଼ ମାରି ନିଲମ୍ବିତ ହୋଇଥଲେ ସଂନ୍ଧ୍ୟାରାଣୀ । ମାଆ ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ତାଳଚୁଆ ଥାନାରେ ଏହି ମାମଲା ରୁଜୁ ହୋଇଛି । କେସ ନଂ ୧୨୪/୨୦୨୬ ରେ ଧାରା ୨୯୬, ୭୪, ୧୧୫, ୩୫୧, ୩୦୮ ରେ ମାମଲା ରୁଜୁ କରିଛି ପୋଲିସ। ଏବେ ତଦନ୍ତର ସମ୍ମୁଖୀନ ହେବେ ସଂଧ୍ୟାରାଣୀ ଜେନା। ଆଗରୁ ତାଙ୍କୁ ନିଲମ୍ଵିତ କରାଯାଇଥିଲା। ଗତ ୨୫ ତାରିଖରେ ଥାନାରେ ମାଆ ପୁଅଙ୍କୁ ତତ୍କାଳୀନ ଆଇଆଇସି ସଂଧ୍ୟାରାଣୀ ଜେନା ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏକ ପାରିବାରିକ କଳହକୁ ନେଇ ଅଭିଯୋଗ କରିବାକୁ ଆସିଥିଲେ ଗିରିଆପାହୀ ଗାଁର ୫୮ ବର୍ଷୀୟ ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ଅନନ୍ତ ।

ଅଭିଯୋଗ ଅନୁସାରେ ସଂଧ୍ୟାରାଣୀ ଏତଲା ନରଖି ମାଆ ପୁଅଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ନିସ୍ତୁକ ମାଡ଼ ମାରିଥିଲେ । ଅନ୍ନପୂର୍ଣ୍ଣାଙ୍କ ଚୁଟି ଘୋଷାଡ଼ି ଅର୍ଦ୍ଧ ଉଲଗ୍ନ କରି ଚାପୁଡା ମାରିବା ସହିତ ମହିଳାଙ୍କ ମଥାରୁ ସିନ୍ଦୁର ପୋଛି ଦେଇଥିଲେ । ପୁଅ ଅନନ୍ତଙ୍କୁ ଥାନାର ପାଇଖାନା ଭିତରେ ପୁରାଇ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଜୀବନରୁ ମାରି ଦେବାକୁ ଓ ମିଛ କେସରେ ଫସାଇ ଦେବାକୁ ଧମକ ଦେଇଥିଲେ। ଏସବୁର ଭିଜୁଆଲ ଭାଇରାଲ ହୋଇଥିଲା। ଏସପିଙ୍କ ତଦନ୍ତ ବେଳେ ସିସିଟିଭି ଫୁଟେଜ ଥାନାରୁ ହଟାଇ ଦେଇଥିବାର ପ୍ରମାଣ ମିଳିଥିଲା। ଗତ ୨୭ ତାରିଖରେ ସଂଧ୍ୟାରାଣୀଙ୍କୁ ଡିଜିପି ସସପେଣ୍ଡ କରିଥିଲେ। କିନ୍ତୁ ମାମଲା ରୁଜୁ ହୋଇନଥିଲା। ଏତେ ଦିନ ପରେ ମାମଲା ରୁଜୁ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର