ବାଲିଅନ୍ତା ବର୍ବରତାର ତଦନ୍ତ କରିବାକୁ ଭୁବନେଶ୍ବରରେ NHRC ଟିମ୍‌

Madhusudan Das Picture
Published On

ଭୁବନେଶ୍ୱର: ବାଲିଅନ୍ତା ବର୍ବରତାର ତଦନ୍ତ କରିବାକୁ ପହଞ୍ଚିଲା NHRC ଟିମ୍‌ । ଭୁବନେଶ୍ବରରେ ପହଁଚିଲେ ଜାତୀୟ ମାନବାଧିକାର କମିଶନଙ୍କ ୨ ଜଣିଆ ଟିମ୍‌ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଭୁବନେଶ୍ବରରେ ରହି ଘଟଣାର ତଦନ୍ତ କରିବେ । NHRC ଟିମ୍ ପୋଲିସ କମିସନର ଓ ଭୁବନେଶ୍ବର DCPଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସୌମ୍ୟଙ୍କ ସାଙ୍ଗ, ବାପା-ମାଆ ଓ ମାମୁଙ୍କୁ ପଚରା ଉଚରା କରିବେ ।

ଆହୁରି ପଢ଼ନ୍ତୁ: ଶ୍ରୀକ୍ଷେତ୍ରରେ ପହଣ୍ଡି ବିଜେ ସମ୍ପନ୍ନ: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, କିଛି ସମୟ ପରେ ଗଡ଼ିବ ରଥ

ସେହିପରି ଘଟଣାଦିନ ଆଇନଶୃଙ୍ଖଳା ପରିଚାଳନା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଓ ପୁଲିସ ଫୋର୍ସ ମୁତୟନ କରିଥିବା ପୁଲିସ ଅଧିକାରୀଙ୍କୁ ମଧ୍ୟ ଜେରା କରାଯିବ । କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରମାନେ ମଧ୍ୟ ଟିମ୍ ସାମ୍ନାରେ ସୌମ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ମୃତ୍ୟୁର କାରଣ ବଖାଣିବେ । 

ଆହୁରି ପଢ଼ନ୍ତୁ: ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସୂଚନାଯୋଗ୍ୟ ଯେ, ଚଳିତ ମାସ ୭ ତାରିଖରେ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଜଣେ ଯୁବତୀଙ୍କ ସହ ଗଣ୍ଡଗୋଳ ହେବାରୁ ସ୍ଥାନୀୟ ଲୋକ ପିଟିପିଟି ମାରି ଦେଇଥିଲେ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ, ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି । 

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ’: ବ୍ଲାକ୍‌ରେ ବିକ୍ରି ହେଲା ପୁରୀ ରଥଯାତ୍ରା କର୍ଡନ୍‌ ପାସ୍‌

01 Jun 2026 By Madhusudan Das

ବାଲିଅନ୍ତା ବର୍ବରତାର ତଦନ୍ତ କରିବାକୁ ଭୁବନେଶ୍ବରରେ NHRC ଟିମ୍‌

ଭୁବନେଶ୍ୱର: ବାଲିଅନ୍ତା ବର୍ବରତାର ତଦନ୍ତ କରିବାକୁ ପହଞ୍ଚିଲା NHRC ଟିମ୍‌ । ଭୁବନେଶ୍ବରରେ ପହଁଚିଲେ ଜାତୀୟ ମାନବାଧିକାର କମିଶନଙ୍କ ୨ ଜଣିଆ ଟିମ୍‌ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଭୁବନେଶ୍ବରରେ ରହି ଘଟଣାର ତଦନ୍ତ କରିବେ । NHRC ଟିମ୍ ପୋଲିସ କମିସନର ଓ ଭୁବନେଶ୍ବର DCPଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସୌମ୍ୟଙ୍କ ସାଙ୍ଗ, ବାପା-ମାଆ ଓ ମାମୁଙ୍କୁ ପଚରା ଉଚରା କରିବେ ।

ସେହିପରି ଘଟଣାଦିନ ଆଇନଶୃଙ୍ଖଳା ପରିଚାଳନା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଓ ପୁଲିସ ଫୋର୍ସ ମୁତୟନ କରିଥିବା ପୁଲିସ ଅଧିକାରୀଙ୍କୁ ମଧ୍ୟ ଜେରା କରାଯିବ । କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରମାନେ ମଧ୍ୟ ଟିମ୍ ସାମ୍ନାରେ ସୌମ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ମୃତ୍ୟୁର କାରଣ ବଖାଣିବେ । 

ସୂଚନାଯୋଗ୍ୟ ଯେ, ଚଳିତ ମାସ ୭ ତାରିଖରେ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଜଣେ ଯୁବତୀଙ୍କ ସହ ଗଣ୍ଡଗୋଳ ହେବାରୁ ସ୍ଥାନୀୟ ଲୋକ ପିଟିପିଟି ମାରି ଦେଇଥିଲେ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ, ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର