ମୟୂରଭଞ୍ଜର ପୁଲିସ କନେଷ୍ଟବଳ ରଚିଲେ ଇତିହାସ, ଭୋଭିନାମ ମାର୍ସଲ ଆର୍ଟରେ ଜିଣିଲେ ସ୍ବର୍ଣ୍ଣ ପଦକ

The Sakala Picture
Published On

ବାରିପଦା: ମୟୂରଭଞ୍ଜର ପୁଲିସ କନେଷ୍ଟବଳ ଦିବ୍ୟରଞ୍ଜନ ଇତିହାସ ରଚିଛନ୍ତି। ଭୋଭିନାମ ମାର୍ସଲ ଆର୍ଟରେ ସେ ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ବୃଦ୍ଧି କରିଛନ୍ତି । ଆସାମରେ ଚାଲିଥିବା ୧୨ତମ ଭୋଭିନାମ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ସେ ପ୍ରତିଦ୍ବନ୍ଦୀ ପ୍ରତିଯୋଗୀଙ୍କୁ ହରାଇ ବିଜୟୀ ହୋଇଛନ୍ତି ବୋଲି ମୟୂରଭଞ୍ଜ ଏସପି ବି ଗଙ୍ଗାଧର ସୂଚନା ଦେବା ସହିତ ଦିବ୍ୟରଞ୍ଜନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭୋଭିନମ୍ ହେଉଛି ଭିଏତନାମର ଏକ ପ୍ରସିଦ୍ଧ ମାର୍ଶଲ୍ ଆର୍ଟ […]

ବାରିପଦା: ମୟୂରଭଞ୍ଜର ପୁଲିସ କନେଷ୍ଟବଳ ଦିବ୍ୟରଞ୍ଜନ ଇତିହାସ ରଚିଛନ୍ତି। ଭୋଭିନାମ ମାର୍ସଲ ଆର୍ଟରେ ସେ ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ବୃଦ୍ଧି କରିଛନ୍ତି । ଆସାମରେ ଚାଲିଥିବା ୧୨ତମ ଭୋଭିନାମ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ସେ ପ୍ରତିଦ୍ବନ୍ଦୀ ପ୍ରତିଯୋଗୀଙ୍କୁ ହରାଇ ବିଜୟୀ ହୋଇଛନ୍ତି ବୋଲି ମୟୂରଭଞ୍ଜ ଏସପି ବି ଗଙ୍ଗାଧର ସୂଚନା ଦେବା ସହିତ ଦିବ୍ୟରଞ୍ଜନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭୋଭିନମ୍ ହେଉଛି ଭିଏତନାମର ଏକ ପ୍ରସିଦ୍ଧ ମାର୍ଶଲ୍ ଆର୍ଟ । ଦ୍ୱାଦଶ ଜାତୀୟ ଭୋଭିନମ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି କନଷ୍ଟେବଳ ଦିବ୍ୟ ରଂଜନ ଦଳେଇ ଇତିହାସ ସୃଷ୍ଟି କରିଛନ୍ତି। ଓଡିଶା ପୁଲିସ୍ ଏବଂ ମୟୂରଭଞ୍ଜ ପାଇଁ ଗର୍ବିତ ମୁହୂର୍ତ୍ତ ହୋଇଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି

ଆହୁରି ପଢ଼ନ୍ତୁ: ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ'ଣ ଆନ୍ତରିକତା ?: ନବୀନ ପଟ୍ଟନାୟକ

ଦିବ୍ୟରଞ୍ଜନ ନିଜର ପ୍ରତିଦ୍ବନ୍ଦୀ ହରିଆନା ପ୍ରତିଯୋଗୀଙ୍କୁ ୯୫କିଲୋ ଓଜନ ବର୍ଗର ହରାଇ ଏହି ସଫଳତା ପାଇଛନ୍ତି। ଏଥି ସହିତ ସେ ଭିଏତନାମରେ ହେବାକୁ ଥିବା ଓ୍ବାଲର୍ଡ ଚାମ୍ପିୟାନସିଫରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ସେଠାରେ ମଧ୍ୟ ସେ ବିଜୟୀ ହେବେ ବୋଲି ‘ସକାଳ’କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଦିବ୍ୟଙ୍କ ଘର ରାଇରଙ୍ଗପୁର ନିକଟ ହାଟବାଦଡାର ଜାମଡିସାହିରେ । ବାପା ମନୋରଞ୍ଜନ ଓ ମା ମନୋରମାଙ୍କ ସେ ଏକ ମାତ୍ର ପୁତ୍ର । ତାଙ୍କ ମା’ ଓଡିଶା ସୂଚନାଭବନର ଅବସରପ୍ରାପ୍ତ ବରିଷ୍ଠ ଲାଇବ୍ରେରିଆନ । ସେମାନେ ଭୁବନେଶ୍ୱରରେ ସ୍ଥାୟୀ ଭାବେ ରହୁଥିବା ବେଳେ ୨୯ବର୍ଷର ଦିବ୍ୟ ନିକଟରେ ପୁଲିସ କନେଷ୍ଟବଳ ଭାବେ ମନୋନୀତ ହୋଇ ତାଲିମ ନେଉଛନ୍ତି ।

ଆହୁରି ପଢ଼ନ୍ତୁ: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ: 'ସରକାର କେବଳ ବ୍ଲେମ୍ ଗେମ ଖେଳୁଛନ୍ତି'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp