ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନରେ କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ନେଇ ସଂସଦରେ ମାନସଙ୍କ ଉଦ୍‌ବେଗ

Madhusudan Das Picture
Published On

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତାର ଭାବେ ଓଡ଼ିଶାକୁ ଅର୍ଥ କମ୍‌ ମଞ୍ଜୁର କରାଯାଉଛି। ୨୦୨୨-୨୩ ମସିହାରେ ୨୧୧କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମଞ୍ଜୁର କରାଯାଇଥିଲା ବେଳେ ୨୦୨୩-୨୪ ମସିହାରେ ୧୭୧ କୋଟି ଟଙ୍କା ଅନୁଦାନ ମିଳିଛି। ସେହିପରି ୨୦୨୪-୨୫ରେ ଏହା ଆହୁରି ହ୍ରାସ ପାଇଛି ଓ ଅନୁଦାନ ମାତ୍ର ୧୪୯ କୋଟିରେ ପହଞ୍ଚିଛି। ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ସମ୍ବେଦନଶୀଳତା ବଢୁଥିଲା ବେଳେ ଭିତ୍ତିଭୂମି ମିଶନରେ ଏଭଳି କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ନେଇ ସଂସଦରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ୨୦୨୨ ମସିହାରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାରେ ମୋଟ କେତେ କେନ୍ଦ୍ରୀୟ ଗ୍ରାଣ୍ଟ୍‌ ପ୍ରଦାନ କରାଯାଇଛି। ଯୋଜନା-ୱାରୀ ଏବଂ କ୍ଷେତ୍ର-ୱାରୀ ବିଭକ୍ତୀକରଣ ଓ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଅତିରିକ୍ତ ରାଶି ପ୍ରଦାନ ପ୍ରସଙ୍ଗରେ କେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି । 

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯେ  ସମାନ, ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସେବା ପାଇଁ ସାର୍ବଜନୀନ ପ୍ରବେଶ ହାସଲ କରିବା ଲକ୍ଷ୍ୟରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକାରୀ କରୁଛି। ସରକାର ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି, ସ୍ୱାସ୍ଥ୍ୟ ସୁବିଧା ପାଇଁ ପର୍ଯ୍ୟାପ୍ତ ମାନବ ସମ୍ୱଳର ଉପଲବ୍ଧତା, ବିଶେଷକରି ଅବହେଳିତ ଏବଂ ଅବହେଳିତ ଗୋଷ୍ଠୀ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ଏବଂ ସୁଗମତାକୁ ଉନ୍ନତ କରିବା ପାଇଁ ବୈଷୟିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରନ୍ତି। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ(ପିଏମ୍‌ ଅଭିମ୍‌) ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନ;  ଯାହା କିଛି କେନ୍ଦ୍ରୀୟ କ୍ଷେତ୍ର ଉପାଦାନ ସହିତ ରହିଛି ଯାହାର ଯୋଜନା ଅବଧି (୨୦୨୧-୨୨ ରୁ ୨୦୨୫-୨୬) ପାଇଁ ୬୪,୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପିଏମ୍‌ ଅଭିମ୍‌ ଅଧୀନରେ ପଦକ୍ଷେପଗୁଡ଼ିକ ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ସ୍ତରର ସମସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ପ୍ରତିଷ୍ଠାନଗୁଡ଼ିକର ଦକ୍ଷତା ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରେ, ଯାହା ଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବର୍ତ୍ତମାନ ଏବଂ ଭବିଷ୍ୟତର ମହାମାରୀ ବା ବିପର୍ଯ୍ୟୟର ପ୍ରଭାବଶାଳୀ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ କରାଯାଇପାରିବ। ପିଏମ-ଅଭିମ୍‌ରେ ରାଜ୍ୟକୁ ଲଗାତାର କମ୍‌ ଅର୍ଥ ରିଲିଜ କରାଯାଇଥିବା ସେ ସ୍ୱୀକାର କରିଛନ୍ତି । ତେବେ  ଜାତୀୟ ସ୍ୱାସ୍ଥ୍ୟ ମିଶନରେ ରାଜ୍ୟକୁ ଅଧିକ ଅର୍ଥ ଦିଆଯାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । 

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର